Odisha news

ନୂଆପଡା ଜିଲ୍ଲାରେ ଦିଶା ବୈଠକ ଅନୁଷ୍ଠିତ

0
ନୂଆପଡ଼ା -୨୮/୪ (ସୁରେନ୍ଦ୍ର ତିୱାରୀ) : ଆଜି ନୂଆପଡା ଜିଲ୍ଲା ସଦଭାବନା ସଭା ଗୃହରେ  କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମନ୍ଵୟ ଏବଂ ପର୍ଯ୍ୟାଲୋଚନା କମିଟି ସଭା, ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି l ସଭା ରେ ସମସ୍ତଙ୍କୁ ସ୍ଵାଗତ କରି ଜିଲ୍ଲାପାଳ ମଧୁସୂଦନ ଦାଶ କହିଲେ ଯେ ଜିଲ୍ଲାରେ ବିଭିନ୍ନ ବିଭାଗର ଉନ୍ନୟନ କାମର ଦୃତ ପ୍ରଗତି ହୋଇଛି l ପ୍ରତି ସପ୍ତାହରେ ବ୍ଲକ୍ ମାନଂକ ରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ନେ଼ଇ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆୟୋଜନ ହେଉଛି lଏହି ଅବସରରେ ସେଠାରେ ବରିଷ୍ଠ ନାଗରିକ ମାନଂକ ପାଇଁ ସ୍ବାସ୍ଥ୍ୟ ଶିବିର ସହିତ ରକ୍ତଦାନ ଶିବିର ଆୟୋଜନ କରାଯାଉଛିl ଅପରାହ୍ନରେ ବ୍ଲକ୍ ର ଗୋଟିଏ ପଞ୍ଚାୟତରେ ପ୍ରବାସୀ ଶ୍ରମିକ ନିରାକରଣ ସଚେତନତା ଶିବିର ଅନୁଷ୍ଠିତ ହେଉଛି l ଏହା ସହିତ ସେହି ପଞ୍ଚାୟତରେ ଝିଅ ଜନ୍ମକୁ ପ୍ରୋତ୍ସହିତ କରିବା ସହିତ ବୃକ୍ଷ ରୋପଣ ପାଇଁ ଝିଅ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଗର୍ଭିଣୀ ମାନଙ୍କୁ ସଚେତନ କରିବା ପାଇଁ ଗର୍ଭସ୍ଥ ।ଏହାକୁ ସାଂସଦ ପ୍ରଶଂସା କରିଥିଲେ lସାଂସଦ ଜିଲ୍ଲାର ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ସମୟ ସିମା ଭିତରେ ଶୀଘ୍ର ସାରିବା ପାଇଁ ଗୁରୁତ୍ବ ଦେଇଥିଲେ l ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ବିଗତ ସଭାର ବିବରଣୀ ପାଠ କରିଥିଲେ।ଏହାପରେ ସାଂସଦ ଗୋଟି ଗୋଟି କରି ବିଭିନ୍ନ ବିଭାଗର ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ l ସଭାରେ ଜନସାଧାରଣଙ୍କ ମୁଖ୍ୟ ସମସ୍ୟା ଘରଡିହ, ବାସଗୃହ, ବିଦ୍ୟୁତ୍, ପାନୀୟ ଜଳ, ସଡକ , ନରେଗାରେ ଶ୍ରମ ଯୋଗାଣ, ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା ମିଶନ, କୃଷି , ଶିଳ୍ପ, ଖାଦ୍ୟ ଯୋଗାଣ ଇତ୍ୟାଦି ବିଷୟ ଉପରେ ବିଶଦ ଭାବରେ ଆଲୋଚନା ହୋଇଥିଲା l  ଏହିସବୁ କ୍ଷେତ୍ରରେ ଯେତେ ସବୁ ସମସ୍ୟା ଅଛି ସେସବୁର ଶୀଘ୍ର ସମାଧାନ କରିବା ପାଇଁ ସାଂସଦ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇ ଥିଲେ l ସମସ୍ତ ଜନପ୍ରତିନିଧି ଓ ଅଧିକାରୀଗଣ ମିଳିତ ଭାବରେ ଜିଲ୍ଳାର ସାମଗ୍ରିକ ଉନ୍ନତି କରିବା ପାଇଁ ସାଂସଦ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି l ଆଜିକାର ଏହି ବୈଠକରେ ସାଂସଦଙ୍କ ପ୍ରତିନିଧି ପ୍ରେମ ଅଗ୍ରୱାଲ, ସରୋଜ ଦେବୀ ଅଗ୍ରୱାଲ ବିଭିନ୍ନ ଜିଲ୍ଲାପରିଷଦ   ସଦସ୍ୟ, ଜନ ପ୍ରତିନିଧି, ,ଦିଶା କମିଟି ସଦସ୍ୟ,ବନଖଣ୍ଡ ଅଧିକାରୀ ଖରୀଆର ଅଜିଜ୍ ଖାନ୍,ବନଖଣ୍ଡ ଅଧିକାରୀ ବନ୍ୟଜନ୍ତୁ ମହାଦେବ ବଡାଇକ,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଅତିରିକ୍ତ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଯୋଗେଶ୍ଵର ଭୋଇ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ବିଡିଓ, ସମସ୍ତ ଏନ୍ ଏ ସି କାର୍ଯ୍ୟନିର୍ବାହି ଅଧିକାରୀ ପ୍ରମୂଖ ଯୋଗଦେଇଥିଲ l ସମସ୍ତ ଜନପ୍ରତିନିଧି ଓ ବିଭାଗୀୟ ଅଧିକାରୀ ମାନଙ୍କ ଆନ୍ତରିକ ସହଯୋଗରେ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ତଥା ପ୍ରବାସୀ ଶ୍ରମିକ ପ୍ରଥାର ବିଲୋପ ସାଧନ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥଲେ l ଶେଷରେ ଅତିରିକ୍ତ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଯୋଗେଶ୍ଵର ଭୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
Leave A Reply