ନୂଆପଡ଼ା -୨୫/୪ (ସୁରେନ୍ଦ୍ର ତିୱାରୀ) କୋମନା ଥାନା ଅନ୍ତର୍ଗତ ଟିକ୍ରାପଡ଼ା ଗ୍ରାମ ପୋଖରୀ ରେ ଜନୈକ ବୃଦ୍ଧା ର ମୃତଦେହ ଉଦ୍ଧାର ଘଟଣା ର ପର୍ଦାଫାଶ କରିଛି କୋମନା ପୋଲିସ। ଏହିଘାଟଣାର ତଦନ୍ତ କରି ପୋଲିସ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରିଛି। ଜଣେ ଟିକ୍ରାପଡ଼ା ଗ୍ରାମର ଗଣ୍ଡାରାମ ପହରିଆ ହୋଇ ଥିବାବେଳେ ଅନ୍ୟ ଅଭିଯୁକ୍ତ ଜଣକ ବଲାଙ୍ଗୀର ଜିଲ୍ଳା ଲାଠୋର ଥାନା ଅନ୍ତର୍ଗତ ଭରୁଆମୁଣ୍ଡା ଗ୍ରାମର କିରନ ପହରିଆ ବୋଲି ଜଣାପଡିଛି। ପୋଲିସ ଉଭୟ ଘଟଣା ସ୍ଥଳକୁ ନେଇ ସିନ ରିକ୍ରିଏସନ କରିଛି। ସୂଚନା ଅନୁଯାୟୀ ସମ୍ପୃକ୍ତ ବୃଦ୍ଧା ଜଣକ ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ମାସିକ ତିନି ହଜାର ପାଞ୍ଚ ସହ ଟଙ୍କା ପାଉଥିବା ବେଳେ ତହିଁରୁ ପ୍ରାୟ ଏକ ହଜାର ଟଙ୍କା ପଡୋଶୀ ସମ୍ପର୍କୀୟ ଗଣ୍ଡାରାମ କୁ ଦେଉଥିଲେ। ତେବେ ବୃଦ୍ଧା ଜଣକ ଗଣ୍ଡାରାମ କୁ ଟଙ୍କା ଦେବା ବନ୍ଦ କରି ବୁଡୁ ପହରିଆ ନାମକ ଅନ୍ୟ ଜଣେ ଵ୍ୟକ୍ତି ତାଙ୍କୁ ସାହାଯ୍ୟ କରୁଥିବା ଜାଣି ଗଣ୍ଡାରାମ ଇର୍ଷା ପରାୟଣ ହୋଇ ତାକୁ ଜୀବନ ରେ ମାରିବାକୁ ଯୋଜନା କରିଥିଲେ। ସେ ଏହି ଯୋଜନା କୁ ସାକାର କରିବା ପାଇଁ ଭରୁଆମୁଣ୍ଡା ଗ୍ରାମରୁ ଆସି ଟିକ୍ରାପଡ଼ା ରେ ନିଜ ଭଉଣୀ ଘରେ ରହୁଥିବା କିରଣ ସାଙ୍ଗରେ ମିଶି ନିଜ ସାର୍ଟ ରେ ବୃଦ୍ଧା ଙ୍କ ବେକ ଚିପି ମାରି ମୃତଦେହ କୁ ନେଇ ତାଙ୍କ ଲୁଗାରେ ମୁହଁ, ବେକ ଓ ହାତ ଗୋଡ଼ ବାନ୍ଧି ବେକରେ ପଥର ଝୁଲେଇ ପୋଖରୀ ଭିତରେ ଫିଙ୍ଗି ଚାଲିଯାଇଥିଲେ। ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କୋମନା ଆଇ.ଆଇ.ସି. ସୁମନ୍ତ ନାଏକ ଙ୍କ ସୂତ୍ରରୁ ପ୍ରକାଶ।
