Odisha news

ନେସନାଲ କଲେଜ :  ଆତଙ୍କବାଦି ଆକ୍ରମଣ ର ଶିକାର ହୋଇଥିବା ୨୮ଜଣ ନିରୀହ ପର୍ଯ୍ୟଟକଙ୍କ ପାଇଁ ନୀରବ ପ୍ରାର୍ଥନା 

0

ନୂଆପଡ଼ା -୨୫/୪ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସଦର ମହକୁମା ସିଲଦା ସ୍ଥିତ ନେସନାଲ କଲେଜ ପରିସର ମଧ୍ୟରେ ଆଜି ଛାତ୍ର ଛାତ୍ରୀ, କଲେଜ ଅଧ୍ୟାପକ ଅଧ୍ୟାପିକାମାଙ୍କ ଦ୍ଵାରା ଗତ ୨୨ ଏପ୍ରିଲ ଦିନ ଜାମ୍ମୁ କାଶ୍ମୀର ପହଲଗାମ୍ ରେ ଆତତାୟୀ ଙ୍କ ବନ୍ଧୁକ ଗୁଳି ରେ ୨୮ ଜଣ ନିରୀହ ପର୍ଯ୍ୟଟକଙ୍କ ଙ୍କୁ ଧର୍ମ ପଚାରି ହତ୍ୟା କରିଥିବା ମୃତ ଆତ୍ମାଙ୍କ ଶାନ୍ତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଛନ୍ତି। ନେସନାଲ କଲେଜ ପରିସର ରେ ଆୟୋଜିତ ଶୋକ ସଭା ରେ  ୨୮ଜଣ ମୃତକ  ଅମର ଆତ୍ମାର ସଦଗତି ପାଇଁ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। କଲେଜ ଅଧ୍ୟକ୍ଷଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ଶୋକ ସଭାରେ ସମସ୍ତ ଛାତ୍ର ଛାତ୍ରୀ ସମେତ ଅଧ୍ୟାପକ ଦୁର୍ଲଭ ଚରଣ ବେହେରା, ବୈଦ୍ୟନାଥ ଗର୍ତିଆ, ଡ.ପ୍ରଣତି ପଣ୍ଡା, ଡ.ପ୍ରମୋଦ କୁମାର ରାଉତ , ଅବିନାଶ ଚଲାନ ଓ ପ୍ରକାଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave A Reply