Odisha news

ହିନ୍ଦୁ ଏକତା ମଞ୍ଚ ପକ୍ଷ ରୁ ଜମ୍ମୁ କାଶ୍ମୀର ପହଲଗାମ ଓ ମୁର୍ଶିଦାବାଦ ଠାରେ ହିନ୍ଦୁଙ୍କ ପ୍ରତି ନର ସଂହାର କୁ  ବିରୋଧ ଓ ବିକ୍ଷୋଭ ପ୍ରଦର୍ଶନ ।                               

0
 ନୂଆପଡ଼ା -୨୫/୪ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସଦର ମହକୁମା ଠାରେ ହିନ୍ଦୁ ଏକତା ମଞ୍ଚ ନୂଆପଡ଼ା ପକ୍ଷ ରୁ ଜମ୍ମୁ କାଶ୍ମୀର ପହଲଗାମ ଠାରେ ଆତଙ୍କବାଦୀଙ୍କ ବର୍ବରକାଣ୍ଡ କୁ ତୀବ୍ର ନିନ୍ଦା କରି ଏକ ପ୍ରତିବାଦ ସଭା ଓ ବିକ୍ଷୋଭ  ପ୍ରଦର୍ଶନ କରାଯାଇଛି। ବିକ୍ଷୋଭ ଶୋଭା ଯାତ୍ରା ଜିଲ୍ଲା ସଦର ମହକୁମାରେ  ପରିକ୍ରମା କରି ଜିଲ୍ଲାପାଳ କାର୍ଯ୍ୟାଳୟ ରେ ପହଞ୍ଚି ଥିଲା। ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା କରି ହିନ୍ଦୁ ବିରୋଧୀଙ୍କୁ ଦେଶ ଛାଡ ନାରା ଦିଆ ଯାଇଥିଲା।ପଶ୍ଚିମ ବଙ୍ଗ ମୁର୍ଶିଦାବାଦ ଏବଂ ଜାମ୍ମୁ କାଶ୍ମୀର ର ପହଳଗାମ୍ ରେ ଗତ ୨୨ ଏପ୍ରିଲ ଦିନ ହିନ୍ଦୁଙ୍କ ପ୍ରତି ହୋଇଥିବା ନର ସଂହାର ପ୍ରତିବାଦ ରେ ଏକ ଦାବୀ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରାଇତା ଙ୍କୁ ପ୍ରଦାନ କରାଯାଇଥିଲା। ଆତଙ୍କବାଦୀ ଙ୍କ ଦ୍ଵାରା ଧର୍ମ ପଚାରି ହତ୍ୟା କରିବା ଘଟଣା ଅତି ଦୁଃଖ ଦାୟକ ଅଟେ ବୋଲି ବକ୍ତାମାନେ ତାଙ୍କ ସମ୍ବୋଧନ ରେ ପ୍ରକାଶ କରିଥିଲେ । ଭାରତ ରେ ହିନ୍ଦୁ ସୁରକ୍ଷିତ ନଥିବା ଓ ରାଜ୍ୟ ପାଇଁ ନିନ୍ଦନୀୟ ବିଷୟ ଅଟେ। ଏହି ପ୍ରତିବାଦ ସଭା କୁ ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା, ଖରିଆର୍ ରୋଡ ଏନଏସି ଅଧ୍ୟକ୍ଷା ଡ଼.ସୋନିଆ ଜୈନ, ପ୍ରଶନ୍ନ ପାଢୀ, ଗୋଲଡି ଅଗ୍ରୱାଲ ଓ ସଂଜୟ ତିୱାରୀ ପ୍ରମୂଖ ସମେତ ବିଭିନ୍ନ ହିନ୍ଦୁ ସଙ୍ଗଠନ ର ହିନ୍ଦୁ ଧର୍ମ ପ୍ରେମୀ  ମହିଳା ଓ ପୁରୁଷ ବିପୁଳ ସଂଖ୍ୟା ରେ ଏହି ବିକ୍ଷୋଭ ପ୍ରଦର୍ଶନ ଓ ଶୋଭା ଯାତ୍ରାରେ ଯୋଗ ଦେଇଥିଲେ।
Ad2
Leave A Reply