Odisha news

ଗାଁ ପୋଖରୀ ରୁ ବୃଦ୍ଧା ଙ୍କ ଗଳିତ ଶବ ଉଦ୍ଧାର, ହତ୍ୟା ସନ୍ଦେହ

0
ନୂଆପଡ଼ା- ୨୨/୪ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଟିକ୍ରାପଡ଼ା ଗ୍ରାମ ସ୍ଥିତ ବଡ ବନ୍ଧ ପୋଖରୀ ରୁ ପୋଲିସ ଏକ ବୃଦ୍ଧା ଙ୍କ ଗଳିତ ଶବ ଉଦ୍ଧାର କରିଥିବା ଜଣା ପଡିଛି। ପ୍ରାପ୍ତ ସୂଚନା ଅନୁଯାୟୀ ପୋଖରୀ ରେ ଗାଧଉଥିବା କିଛି ଗ୍ରାମବାସୀ ପାଣିରେ ଏକ ଶବ ଭାସୁଥିବା ଦେଖି ପୋଲିସ କୁ ଖବର ଦେଇଥିଲେ। ଖବର ପାଇ କୋମନା ପୋଲିସ ଆଇ. ଆଇ.ସି. ସୁମନ୍ତ ନାୟକ ନେତୃତ୍ୱ ରେ କିଛି ପୋଲିସ କର୍ମଚାରୀ ଙ୍କ ସହ ଘଟଣାସ୍ଥଳ ରେ ପହଞ୍ଚି  ଲୁଗା ରେ ବୃଦ୍ଧା ଙ୍କ  ମୁହଁ ଘୋଡ଼ାଯାଇ ଗୋଡ ହାତ କୁ ଲୁଗା ଦେଇ ବନ୍ଧା ଯାଇଥିବା ଓ ଓଜନିଆ ପଥର ବେକରେ ବନ୍ଧା ଯାଇଥିବା ଅବସ୍ଥା ରେ ଗଳିତ ଶବ ଉଦ୍ଧାର କରିବା ସହ ଶବ ଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଯାଇଥିଲା। ଉକ୍ତ ମହିଳା ଜଣକ ଟିକ୍ରାପଡ଼ା ପହରିଆପଡା ର ହୀରାଦେଇ ପହରିଆ (70)ବୋଲି ଚି଼ହ୍ନଟ କରାଯାଇଥିବା ବେଳେ ତାଙ୍କର ସ୍ୱାମୀ ଙ୍କ ମୃତ୍ୟୁ ତଥା ଏକ ମାତ୍ର ବିବାହିତ ଝିଅ ଅନ୍ୟତ୍ର ରହୁ ଥିବା କାରଣରୁ ସେ ଏକୁଟିଆ ରହୁଥିବା ଜଣା ପଡିଛି। ଘଟନା ସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ଛାନ ଭିନ କରୁଥିବା ବେଳେ କୋମନା ପୋଲିସ ଏକ ମାମଲା ରୁଜୁ କରି ମୃତ୍ୟୁ ରହସ୍ୟ ଉନ୍ମୋଚନ ପାଇ ତଦନ୍ତ ଚଳେଇଥିବା ଆଇ.ଆଇ.ସି. ଙ୍କ ସୂତ୍ରରୁ ପ୍ରକାଶ। ଅଞ୍ଚଳବାସୀ ପାରିପାର୍ଶ୍ଵିକ ଅବସ୍ଥା ରୁ ଏହା ଏକ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ ପ୍ରକଟ କରୁଥିବା ଆଲୋଚିତ ହେଉଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବାପରେ ମୃତ୍ୟୁ ର କାରଣ ସ୍ପଷ୍ଟ ହେବ ବୋଲି ଆଇ.ଆଇ.ସି.  ପ୍ରକାଶ କରିଛନ୍ତି।
Nalco
Leave A Reply