ନୂଆପଡ଼ା -୪/୧ : ନୂଆପଡା ଜିଲ୍ଲା ଖଡ଼ିଆଳ ବୁଦ୍ଧିଆଡଙ୍ଗର ନିକଟସ୍ଥ ଏକ ଢ଼ାବା ଠାରୁ ଖଡ଼ିଆଳ ପୋଲିସ ଚଢ଼ାଉ କରି ୭୫ ଜଣ ଦାଦନ ଶ୍ରମିକ ସହ ୧୦ ଜଣ ଶିଶୁଙ୍କୁ ଉଦ୍ଧାର କରିଛନ୍ତି। ଏହି ଶ୍ରମିକ ମାନେ ବୋଡେ଼ନ ବ୍ଲକ ଖୀରମାଲ ଏବଂ ରୋକାଲ ଗ୍ରାମର ବୋଲି ଜଣାପଡେ। ଘଟଣାସ୍ଥଲୁ ଶ୍ରମିକ ଦଲାଲ ଫେରାର ହୋଇଥିବା ବେଳେ ପୋଲିସ ପକ୍ଷରୁ ତଦନ୍ତ ଚାଲୁଥିବା ଖଡ଼ିଆଳ ଥାନ ଆଧିକାରୀ କୈଳାସ ଚନ୍ଦ୍ର ସେଠ ପ୍ରକାଶ କରିଛନ୍ତି। ଖଡ଼ିଆଳ ଏସଡିପିଓ ସନ୍ତକ ଜେନା ଉପସ୍ଥିତିରେ ଉଦ୍ଧାର ଶ୍ରମିକଙ୍କୁ ସ୍ବତନ୍ତ୍ର ବସ ଯୋଗେ ତାଙ୍କ ଗ୍ରାମ କୁ ପଠାଇଥିବା ସୁଚନା ମିଳିଛି।