ଆଜିକାଲି ନାକ ଫୋଡିବା ସାରା ଦୁନିଆରେ ଲୋକପ୍ରିୟ ହୋଇ ଯାଇଛି l କେବଳ ଭାରତ ନୁହେଁ ବିଦେଶିନୀ ମାନେ ମଧ୍ୟ ନାକ ଫୋଡି ନିଜ ପସନ୍ଦ ର ନୋଥ ପିନ୍ଧୁଛନ୍ତି l ଭାରତରେ ମହିଳା ମାନେ ନୋଥ ପିନ୍ଧିବା କେବଳ ସୌନ୍ଦର୍ଯ୍ୟ ବୃଦ୍ଧିର କାରଣ ହୋଇ ନଥାଏ, ବରଂ ନବ ବଧୂର ସୌନ୍ଦର୍ଯ୍ୟ ର ଅଭିନ୍ନ ଅଙ୍ଗ ହୋଇଥିବାର ଦେଖିବାକୁ ମିଳୁଛି l ନୋଥ ସାଧାରଣ ଭାବରେ ଆମେ ବାମ ପାର୍ଶ୍ୱରେ ପିନ୍ଧି ଥିବାର ଦେଖିବାକୁ ପାଇଥାଉ ଏହା ପଛରେ ବିଶେଷ କାରଣ ମଧ୍ୟ ରହିଛି l ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ନେଇ ବିଶେଷ ମହତ୍ୱ ଦିଆ ଯାଇଛି l
* ଜ୍ୟୋତିଷଶାସ୍ତ୍ର ଅନୁସାରେ ନୋଥ ବିବାହିତ ମହିଳା ମାନଙ୍କର ୧୬ ଶୃଙ୍ଗାର ମଧ୍ୟରୁ ଗୋଟିଏ l ହିନ୍ଦୁ ପରମ୍ପରା ଅନୁସାରେ ବିବାହ ସମୟରେ ବଧୂ ର ନାକରେ ନିହାତି ନୋଥ ରହିଥିବା ଆବଶ୍ୟକ l ଯାହା ତାର ଶୃଙ୍ଗାର କୁ ପରିପୂର୍ଣ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ l
* ମାନ୍ୟତା ରହିଛି ଯେ ଯେଉଁ ବଧୂ ବିବାହ ସମୟରେ ନାକରେ ନୋଥ ପିନ୍ଧିଥାଏ ଏହା ତାହାର ବୈବାହିକ ଜୀବନ କୁ ମଜବୁତ କରିଥାଏ l କୌଣସି ଗୋଟିଏ ଶୁଭ ଅବସରରେ ନୋଥ ପିନ୍ଧିବା ଗୋଟିଏ ଶୁଭ ସଂକେତ ଅଟେ l
* ଜ୍ୟୋତିଷ ଶାସ୍ତ୍ରର ମହତ୍ୱ ସହିତ ନୋଥ ଅନେକ ଗୁଡିଏ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ତରେ ମଧ୍ୟ ଦୂର କରିଥାଏ l ନୋଥ ପିନ୍ଧିବା ଦ୍ୱାରା ମହିଳା ମାନଙ୍କ ନିକଟରେ ମାସିକ ଧର୍ମ ସହିତ ଜଡିତ ସମସ୍ୟା ଦୂର ହୋଇଥାଏ ଏହାଛଡା ଅନେକ ରୋଗ ମଧ୍ୟ ଦୂର ହୋଇଥାଏ l
* ଜ୍ୟୋତିଷ ଶାସ୍ତ୍ର ଓ ଆୟୁର୍ବେଦ ଅନୁସାରେ ସୁନା କିମ୍ବା ରୁପାର ନୋଥ ପିନ୍ଧିବା ପାଇଁ ପରାମର୍ଶ ଦିଆ ଯାଇଥାଏ, ଯାହାକି ମାସିକ ଋତୁ ସ୍ରାବ ସମୟରେ ପେଟ ଓ ଅଣ୍ଟା ଯନ୍ତ୍ରଣା ରୁ ଆରାମ ଦେଇଥାଏ l
* ବିବାହିତା ମହିଳାମାନେ ବାମ ନାସିକା ରେ ନୋଥ ପିନ୍ଧିବା ଦ୍ୱାରା ସ୍ୱାମୀ ମାନଙ୍କ ଜୀବନ ରେ ଐଶ୍ୱର୍ଯ୍ୟ ବୃଦ୍ଧି ହୋଇଥାଏ ଓ ଜୀବନ ସୁଖମୟ ହୋଇଥାଏ l ବାମ ପାର୍ଶ୍ୱ ନାକରେ ନୋଥ ପରିଧାନ କରିବା ଦ୍ୱାରା ସମ୍ପର୍କ ରେ ନିବିଡ଼ତା ଆସିଥାଏ l