Odisha news

WHO ର ଚେତାବନୀ : ଚିକେନ ଖାଉଛନ୍ତି ଯଦି ହୋଇ ଯାଆନ୍ତୁ ସାବଧାନ ! ଦୁନିଆର ଏହି ବଡ ରୋଗର କାରଣ ଭାବରେ ଦେଖା ଦେଉଛି ଚିକେନ

0
ଆଜିକାଲି ଚିକେନ ଖାଇବାର ଟ୍ରେଣ୍ଡ ଦ୍ରୁତ ଗତିରେ ବଢିବାକୁ ଲାଗିଛି l ଯାହାକୁ ଦେଖିବ ସେ ଖୁବ ଆଗ୍ରହର ର ସହିତ ଚିକେନ ଖାଇବାକୁ ପସନ୍ଦ କରୁଛନ୍ତି l ଯଦି ଆପଣ ମଧ୍ୟ ଚିକେନ ଖାଉଛନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ l WHO ପକ୍ଷରୁ ସତର୍କ କରାଯାଇଛି ଯେ ଦୁନିଆର ୧୦ ତମ ଭୟଙ୍କର ରୋଗର କାରଣ ଚିକେନ ଅଟେ l ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଦୁନିଆର ସବୁଠୁ ୧୦ଟି ରୋଗ ମଧ୍ୟରୁ ଗୋଟିଏର କାରଣ ଆଜିକାଲି ର ଚିକେନ ଅଟେ l ଗୋଟିଏ ଷ୍ଟଡି ଅନୁସାରେ କୁହାଯାଇଛି ଯେ ଚିକେନ କାରଣରୁ ଲୋକେ ଦ୍ରୁତ ଭାବରେ ଏଣ୍ଟିମାଇକ୍ରୋବିୟଲ ରେଜିଷ୍ଟନ୍ସ ର ଶିକାର ହେଉଛି l ଏହି କାରଣରୁ ଆଣ୍ଟିବାୟୋଟିକ, ଆଣ୍ଟି ଭାଇରଲ, ଆଣ୍ଟି ଫାଂଗାଲ ଓ ଆଣ୍ଟି ପେରାସିଟିକ୍ସ ଔଷଧ ର ପ୍ରଭାବ ମଣିଷ ମାନଙ୍କ ଉପରେ କମିବାରେ ଲାଗିଛି l ଆସନ୍ତୁ ଆଜି ଜାଣିବା ପୌଷ୍ଟିକ ଚିକେନ ଗମ୍ଭୀର ରୋଗର କାରଣ କାହିଁକି ହେଉଛି l
– ପୌଷ୍ଟିକ ଚିକେନ ରୋଗର କାରଣ କାହିଁକି –
ସବୁଠୁ ବଡ ପ୍ରଶ୍ନ କି ଯେଉଁ ଚିକେନ ରେ ପ୍ରୋଟିନ, ଭିଟାମିନ ଓ ମିନେରାଲ ଭରପୁର ମାତ୍ରାରେ ରହିଛି, ତାହା ରୋଗର କାରଣ କିପରି ହୋଇପାରେ l ବିଶେଷ ଭାବରେ ଆଜିକାଲି ପୋଲଟ୍ରି ଫାର୍ମ ରେ ଚିକେନ କୁ ସ୍ୱାସ୍ଥ୍ୟକର କରିବା ପାଇଁ ଅତ୍ୟଧିକ ମାତ୍ରାରେ ଆଣ୍ଟି ବାୟୋଟିକ ଦିଆ ଯାଉଛି l ଯେଉଁ କାରଣରୁ ଚିକେନ ରେ ଅଧିକ ମାତ୍ରାରେ ଆଣ୍ଟି ବାୟୋଟିକ ଜମା ହୋଇ ଯାଉଛି ଓ ଯେତେବେଳେ ଏହା ବିକ୍ରୀ ହୋଇଥାଏ ସେତେବେଳେ ଏହାର ପ୍ରଭାବ ଚିକେନ ଖାଉଥିବା ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ l ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଯେତେବେଳେ ଚିକେନ ଶରୀର ମଧ୍ୟକୁ ଯାଇଥାଏ, ସେତେବେଳେ ଆମ ଶରୀର ମଧ୍ୟକୁ ଅନେକ ଆଣ୍ଟିବାୟୋଟିକ ଟ୍ରାନ୍ସଫର ହୋଇଥାଏ l ଏହାଦ୍ୱାରା ମଣିଷ ଯଦି କୌଣସି ଆଣ୍ଟିବାୟୋଟିକ ସେବନ କରିଥାଏ ତାହା ତାର ଶରୀର ରେ କାମ କରିନଥାଏ l
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ର ଚେତାବନୀ –
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ର ସୂଚନା ଅନୁସାରେ ଆଂଟିମାଇକ୍ରୋବିୟଲ ରେଜିଷ୍ଟନ୍ସ ଭଳି ସମସ୍ୟା ଚିକେନ ଖାଇବା ଦ୍ୱାରା ହୋଇଥାଏ l ଏହାଦ୍ୱାରା ଶରୀର କୁ ଯାଉଥିବା ଆଣ୍ଟିବାୟୋଟିକ କିଛି ସମୟ ପରେ ଆଂଟିମାଇକ୍ରୋବିୟଲ ରେଜିଷ୍ଟନ୍ସ ସ୍ଥିକ୍ତି କୁ ଆସିଥାଏ l ଯାହାଦ୍ୱାରା ଶରୀର ରେ ବିଭିନ୍ନ ପ୍ରକାରର ସଂକ୍ରମଣ ହୋଇଥାଏ l ଏହି ରୋଗ କୁ who ପକ୍ଷରୁ ଦୁନିଆର ୧୦ଟି ବଡ଼ ରୋଗ ମଧ୍ୟରୁ ଗୋଟିଏ ବୋଲି କୁହାଯାଇଛି l
Leave A Reply