Odisha news

ଯଦି ଆପଣ ନିଜର ପେଟର ମେଦ ହ୍ରାସ କରିବାକୁ ଚାହୁଁଛନ୍ତି, ତେବେ ଆଜି ହିଁ ଏହି ୫ଟି ଖରାପ ଅଭ୍ୟାସ କୁ ନିଜ ଡେଲି ରୁଟିନ ରୁ ବାହାର କରନ୍ତୁ

0
ବ୍ୟକ୍ତିର ବ୍ୟକ୍ତିତ୍ୱ ତାର କଥାବାର୍ତ୍ତା , ବ୍ୟବହାର ସହିତ ଆକର୍ଷଣୀୟ ବ୍ୟକ୍ତିତ୍ୱ ଉପରେ ମଧ୍ୟ ନିର୍ଭର କରିଥାଏ l କାହିଁକି ନ ସୁନ୍ଦର ବା ଆକର୍ଷଣୀୟ ବ୍ୟକ୍ତିତ୍ୱ ଥିବା ବ୍ୟକ୍ତି ମାନଙ୍କୁ ଆଡକୁ ସମସ୍ତେ ଆକର୍ଷିତ ହୋଇ ଥାଆନ୍ତି l କିନ୍ତୁ ଅନେକ ସମୟରେ ଆମ ବ୍ୟକ୍ତିତ୍ୱ ଉପରେ ବାଧା ଦେଇଥାଏ ମେଦ ବୃଦ୍ଧି ପେଟ ବା ଉଦର l ଯେଉଁଥି ପାଇଁ ଯେତେ ସୁନ୍ଦର ବ୍ୟକ୍ତିତ୍ୱ ହେଲେ ମଧ୍ୟ ଅସୁନ୍ଦର ଦେଖା ଯାଇଥାଏ l ସେଥିପାଇଁ ବିଶେଷ ଭାବରେ ଦାୟୀ ହୋଇଥାଏ ଆମର କିଛିଟା ଅଭ୍ୟାସ l ତେବେ ଆସନ୍ତୁ ଜାଣିବା ସେହି ଅଭ୍ୟାସ ଗୁଡିକ କଣ ?
– ଶୋଇବା ପୂର୍ବରୁ ଯଦି ଗରମ କ୍ଷୀର ପିଇବାର ଅଭ୍ୟାସ ରହିଛି ତେବେ ଆଜିହିଁ ଦୂର କରନ୍ତୁ l କାହିଁକି ନା ଗରମ ଦୁଗ୍ଧ ରେ କ୍ୟାଲୋରୀ ର ମାତ୍ରା ଅଧିକ ରହିଥାଏ , ଏହାଦ୍ୱାରା ପେଟର ମେଦ ବୃଦ୍ଧି ଖୁବ ସହଜ ରେ ଦ୍ରୁତ ଗତିରେ ହୋଇଥାଏ l ଯଦି ଆପଣ ରାତିରେ ଗରମ ଦୁଗ୍ଧ ପିଉଛନ୍ତି ତେବେ ନିଜ ଡାଏଟ କୁ ମେଣ୍ଟେନ ରଖନ୍ତୁ , ଯେପରି ଆପଣ ଏକ୍ସଟ୍ରା କ୍ୟାଲୋରୀ ଗ୍ରହଣ କରିବେ ନାହିଁ l
– ଶୋଇବା ସମୟରେ ଫୋନ ଅଧିକ ବ୍ୟବହାର କରିବା ଦ୍ୱାରା ରାତ୍ରୀର ନିଦ ଖରାପ ହୋଇପାରେ l ଏହାଦ୍ୱାରା ହର୍ମୋନ ଡିଷ୍ଟର୍ବ ହୋଇଥାଏ l ହର୍ମୋନ ଡିଷ୍ଟର୍ବ ହେବା ଦ୍ୱାରା ମେଟାବୋଲିଯିମ ସ୍ଲୋ ହୋଇ ଯାଇଥାଏ l ସ୍ଲୋ ମେଟାବୋଲିଯିମ କାରଣରୁ ଆପଣଙ୍କ ଓଜନ ବୃଦ୍ଧି ହୋଇଥାଏ l
– ଚା ଓ କଫି ରେ କାଫିନ ମିଳିଥାଏ l ଗବେଷଣା ଅନୁସାରେ ଶୋଇବାର ୬ଘଣ୍ଟା ପୂର୍ବରୁ କଫି ସେବନ କରିବା ଦ୍ୱାରା ନିଦ୍ରା ଖରାପ ହୋଇଥାଏ ଓ ନିଦ ହୋଇନଥାଏ l ହାୱାର୍ଡ଼ ହେଲ୍ଥ ପବ୍ଲିସିଙ୍ଗ ରିପୋର୍ଟ ଅନୁସାରେ କୁହାଯାଇଛି ଯେ ନିଦ କମିବା ଦ୍ୱାରା ହର୍ମୋନ ପ୍ରଭାବିତ ହୋଇଥାଏ l ଏହାଦ୍ୱାରା ଶରୀରର ଓଜନ ଦ୍ରୁତ ଗତିରେ ବୃଦ୍ଧି ହୋଇଥାଏ l
– ଖାଇବାର ତୁରନ୍ତ ପରେ ଶୋଇବା ଦ୍ୱାରା ଖାଦ୍ୟ ଠିକ ଭାବରେ ହଜମ ହୋଇ ନଥାଏ l ଖାଦ୍ୟ ଠିକ ଭାବରେ ହଜମ ନହେବା ଦ୍ୱାରା ଓଜନ ବୃଦ୍ଧି ସହିତ ପେଟ ର ଚର୍ବି ମଧ୍ୟ ବୃଦ୍ଧି ହୋଇଥାଏ l ତେଣୁ ଶୋଇବାର ୨ -୩ ଘଣ୍ଟା ପରେ ରାତିରେ ଶୋଇବା ଆବଶ୍ୟକ l
– କିଛି ଲୋକଙ୍କର ଅଭ୍ୟାସ ରହିଛି ରାତିରେ ଖାଇ ସାରିବା ପରେ କିଛି ମିଠା ଜିନିଷ ସେବନ କରିବା, ଯାହାକି ଶରୀର ପାଇଁ ଠିକ ନୁହେଁ l ମିଠା ଜିନିଷ ରେ ଅଧିକ କ୍ୟାଲୋରୀ ରହିଥାଏ ଯାହାକି ମେଦ ବୃଦ୍ଧିର ଗୋଟିଏ କାରଣ ଅଟେ l ତେଣୁ ରାତିରେ ଶୋଇବା ପୂର୍ବରୁ ମିଠା ଜିନିଷ ସେବନ କରିବା ଠିକ ନୁହେଁ l

Leave A Reply