Odisha news

ଲୁଣିବର ବନ୍ଦ ଖଣିରୁ ପଥର ଚୋରୀବେଳେ ପଥର ଚାପାରେ ଦୁଇଜଣଙ୍କ ମୃତ୍ୟ ହେବାପରେ ସବୁ ବେଆଇନ କାର୍ଯ୍ୟର ଗୁମର ଖୋଲୁଛି!

0
ଚଣ୍ଡିଖୋଲ :  ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅନ୍ତର୍ଗତ ବହୁ ଚର୍ଚ୍ଚିତ ଚଡେଇଧରା ଗଙ୍ଗେଇଡୁବୁରୀ ପାହାଡର ସରକାରୀ ଫାଇଲରେ ବନ୍ଦଥିବା ଲୁଣିବେର କଳାପଥର ଖଣିରୁ ପଥର ଚୋରୀ ପାଇଁ ମେସିନ କାମ କରୁଥିବା ସମୟରେ ମଙ୍ଗଳବାର ରାତିରେ ଜଣେ ବାଳ ଶ୍ରମିକ ସହ ଦୁଇଜଣଙ୍କର ପଥର ଚାପାରେ ଶୋଚନୀୟ ମୃତ୍ୟୁ ଘଟିବା ନେଇ ଏବେ ସମଗ୍ର ଜିଲ୍ଲାରେ ମୁଖ୍ୟ ଆଲୋଚନାର ବିଷୟ ହୋଇଛି! ଏହି ଦୁଖଦ ଘଟଣା ଘଟିବା ପରେ ଏବେ ଏଠାରେ ଦୀର୍ଘ ଦିନଧରି ଚାଲିଆସୁଥିବା ଶହଶହ କୋଟି ଟଙ୍କାର ବେଆଇନ ପଥର ଚୋରୀ ଘଟଣା କ୍ରମର ଗୁମର ଧିରେଧିରେ ଖୋଲିବାକୁ ଲାଗିଛି! ଲୁଣିବରର ଯେଉଁ ବିଏସକ୍ୟୁ ୨ ନମ୍ବର ଖଣିରେ ଏହି ଘଟଣା ଘଟିଛି ସେହି ଖଣି ସମେତ ଏହି ପାହାଡର ସମସ୍ତ ୫ଟି ଯାକ ପଥର ଖଣି ଦୀର୍ଘ ଦିନହେବ ସରକାରୀ ଫାଇଲରେ ବନ୍ଦ ରହିଥିବା ଦର୍ଶା ଯାଇଥିଲା ବେଳେ ବାସ୍ତବ ଖେତ୍ରରେ କିନ୍ତୁ ଏହି ଖଣିରୁ ଦୈନିକ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ପଥର ସପୃକ୍ତ ଲିଜଧାରୀ ମାନେ ଲୁଟି ନେଉଥିଲେ କିପରି ବୋଲି ଏବେ ପ୍ରଶ୍ନ ଉଠିଛି! ଏହି ପାହାଡର ସମସ୍ତ ଖଣିର ଲିଜଧାରୀ ମାନେ ଚୁକ୍ତି ଖିଲାପକରି ଧାର୍ଯ୍ୟ ପରିମାଣଠାରୁ ବହୁ ଅଧିକ ପରିମାଣର ପଥର ଲୁଟି ନେଇଥିବାରୁ ସେମାନଙ୍କ ଉପରେ ପ୍ରାୟ ଶହେକୋଟିରୁ ଉର୍ଦ୍ଧ୍ବ ଟଙ୍କାର ଯୋରୀମାନା ଧାର୍ଯ୍ୟ ହୋଇଥିଲେ ମଧ୍ୟ ତାହା ଅନାଦେୟ ରହିଛି! ଏପରିସ୍ଥଳେ ଉକ୍ତ ପାହାଡର ବିଏସକ୍ୟୁ ୧ ,୨ ଓ ୫ ନମ୍ବର ଖଣିରୁ ପୂର୍ବବତ କୋଟିକୋଟି ଟଙ୍କାର ପଥର ଉତ୍ତୋଳନ ହୋଇ ଲୁଟ ଚାଲିଥିଲେ ମଧ୍ୟ ତାହାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କାହିଁକି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ମଧ୍ୟ ପ୍ରଶ୍ନ ଉଠିଛି! ଦୁର୍ଘଟଣା ଘଟିଥିବା ବିଏସକ୍ୟୁ ୨ ନମ୍ବର ଖଣିକୁ ଗତ ବର୍ଷ ମାର୍ଚ୍ଚ ମାସରୁ ଓ ବିଏସକ୍ୟୁ ୨ ଓ ୫ ନମ୍ବର ଖଣିକୁ ଗତ ଦୁଇମାସ ତଳୁ ତହସିଲ ପକ୍ଷରୁ ବନ୍ଦ ଘୋଷଣା କରାଯାଇଥିଲେ ମଧ୍ୟ ସେହିସବୁ ଖଣିରୁ ଦିନରାତି କିପରି ଲିଜଧାରୀ ମାନେ କୋଟି କୋଟି ଟଙ୍କାର ପଥର ଉତ୍ତୋଳନ କରୁଥିଲେ ତାହା ପ୍ରଶ୍ନ ହୋଇଛି! ଉକ୍ତ ଖଣି ଗୁଡିକୁ ବନ୍ଦ ଘୋଷଣା କରାଯିବା ପରେ ଏହି ଖଣି ଓ ସରକାରୀ ସମ୍ପତ୍ତିର ରକ୍ଷଣା ବେକ୍ଷଣ ଓ ଯଗାରଖା ପାଇଁ ପ୍ରଶାସନ ପକ୍ଷରୁ କିଛି ପ୍ରସ୍ତୁତି କରାଯାଇଥିଲା ନା ଲୁଟପାଇଁ ତାହାକୁ ସପୃକ୍ତ ଲିଜଧାରୀଙ୍କ ହାତରେ ଟେକି ଦିଆଯାଇଥିଲା ବୋଲି ପ୍ରଶ୍ନ ହୋଇଛି! ଉକ୍ତ ବନ୍ଦ ଖଣିର ଦେଖାସୁଣା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଓ ନିୟମିତ ଚଢାଉ ହେଉଥିବା ତହସିଲଦାର କହୁଛନ୍ତି! ହେଲେ ଏହି ଖଣିଠାରୁ ମାତ୍ର ୫୦ ମିଟର ଦୂରରେ ଜେନାପୁର ଥାନାର ଚଡେଇଧରା ଚେକପୋଷ୍ଟ ରହିଥିଲା ବେଳେ ଖଣି ଅଞ୍ଚଳ ହେତୁ ଏଠାରେ  ଦୁଇଜଣ ଅଫିସରଙ୍କୁ ସ୍ୱତନ୍ତ୍ର ଭାବେ ନିଯୁକ୍ତ କରାଯାଇଛି ଓ ଖଣିଠାରୁ ଦେଢଶହ ମିଟର ମଧ୍ୟରେ ଧର୍ମଶାଳା ତହସିଲର ଡଙ୍କାରୀ ରାଜସ୍ୱ ନିରୀକ୍ଷକଙ୍କ ଅଫିସ ରହିଥିଲେ ମଧ୍ୟ ଏମାନେ କିପରି ଏତେବଡ ଖଣିଲୁଟ ନେଇ ଚୁପଥିଲେ ନା ସେମାନଙ୍କୁ ଚୁପ ରହିବା ପାଇଁ ଉପରୁ ଚାପ ରହିଥିଲା ତାହା ମଧ୍ୟ ସାଧରଣରେ ପ୍ରଶ୍ନ ହୋଇଛି! ଏପରି ଅନେକ ଅସମାହିତ ପ୍ରଶ୍ନ ସମ୍ପର୍କରେ ଜାଣିବା ପାଇଁ ସମସ୍ତେ ଅପେକ୍ଷା କରିଥିଲା ବେଳେ ଗତକାଲି ଘଟଣା ନେଇ ତହସିଲଦାରଙ୍କ ପକ୍ଷରୁ ଜେନାପୁର ଥାନାରେ ଦିଆଯାଇଥିବା ଏତଲା ଉପରେ ମଧ୍ୟ ପୋଲିସର କୌଣସି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇନାହିଁ! ଏହି ବନ୍ଦ ଖଣିକୁ କିଏ ଚଳାଉଥିଲା ଓ ପଥର ଲୁଟୁଥିଲା ସେ ସମ୍ପର୍କରେ ସବିଶେଷ ତଥ୍ୟ ତହସିଲ କତୃପଖ୍ୟ ଜାଣିଥିଲେ ମଧ୍ୟ ତାଙ୍କ ଏତଲାରେ କାହାରି ନାମ ନଦେଇ କେବଳ ପଥର ଖୋଳୁଥିବା ମେସିନ ସମ୍ପର୍କରେ ଲଖି ଏତଲା ଦିଆଗଲା ତାକୁନେଇ ସନ୍ଦେହ ପ୍ରକାଶ ପାଇଛି! ଏପରି ସ୍ଥିତିକୁ ନେଇ ଗୁରୁବାର ଦିନ ଧର୍ମଶାଳା ତହସିଲଦାର ଓ ସପୃକ୍ତ ଲିଜଧାରୀଙ୍କ ନାମରେ ଜଣେ ସୂଚନା ଅଧିକାର କର୍ମୀ ଜେନାପୁର ଥାନାରେ ଏତଲା ଦାୟର କରିଥିବା ଜଣାପଡ଼ିଛି! ତେବେ ଏହି ସମଗ୍ର ଘଟଣା କ୍ରମକୁ ନେଇ ଉପଯୁକ୍ତ ଓ ଉଚସ୍ଥରୀୟ ତଦନ୍ତ ପାଇଁ ଦାବି ହୋଇଛି!

Leave A Reply