ନରେୱର କେଜେଲ୍ ହନିଙ୍ଗ୍ ବର୍ଣ୍ଣଷ୍ଟାର୍ଡ ଓସ୍ଲୋ ବାର୍ରେ ୫୦ ଘଣ୍ଟା, ୫୦ ମିନିଟ୍ ଓ ୫୦ ସେକେଣ୍ଡ୍ ନନ୍ଷ୍ଟପ୍ ଗୀତ ଗାଇ ବିଶ୍ୱ ରେକର୍ଡ କରିଛନ୍ତି । ୫୨ ବର୍ଷୀୟ କେଜେଲ୍ ‘ଏଲ୍ଭିସ୍ ପ୍ରେସ୍ଲି’ ନାଁରେ ପରିଚିତ । ତାଙ୍କର ପ୍ରିୟ ଆମେରିକାନ୍ ସିଙ୍ଗର୍ ଏଲ୍ଭିସ୍ ପ୍ରେସ୍ଲିଙ୍କ କିଛି କାଳଜୟୀ ଗୀତ ସେ ଗାଇଥିଲେ । ଷ୍ଟେଜ୍ର ନାଁ ଥିଲା ‘କେଜେଲ୍ ଏଲଭିସ୍’ । ଧଳା ଆଉଟ୍ଫିଟ୍ ସହ ଢିଲା ପ୍ୟାଣ୍ଟ୍ ପିନ୍ଧିଥିଲେ କେଜେଲ୍ । ଏପରିକି ତାଙ୍କ ହେୟାର୍ଷ୍ଟାଇଲ୍ ଥିଲା ପ୍ରେସ୍ଲିଙ୍କ ଭଳି । ପୂର୍ବରୁ ପ୍ରେସ୍ଲିଙ୍କ ଗୀତ ୨୬ ଘଣ୍ଟା ନନ୍ଷ୍ଟପ୍ ଗାଇ ସେ ରେକର୍ଡ କରିଥିଲେ । ଏଥରସେ ଏକ ମହତ୍ ଉଦ୍ଦେଶ୍ୟରେ ଏମିତି କାରନାମା କରିଛନ୍ତି । ଏହା ଥିଲା ଗୋଟିଏ ଅନ୍ଲାଇନ୍ ଗୀତ ପ୍ରତିଯୋଗିତାର ଅଂଶବିଶେଷ । ଏଥିରୁ ଯେଉଁ ଟଙ୍କା ଆସିବ ସେଥିରେ ସେ ମିଆଁମାରରେ ଶରଣାର୍ଥୀଙ୍କ ପାଇଁ ନୂଆ ହସ୍ପିଟାଲ୍ କରିବେ । ଗୀତ ଗାଇବା ସମୟରେ ସେ ମଝିରେ ମଝିରେ ବିଶ୍ରାମ ନେଉଥିଲେ । ଜଣେ ନୁ୍ୟଟ୍ରିସିଅନ୍ ଓ ଜଣେ ଫିଜିସିଆନ୍ ତାଙ୍କ ଗଳା ଠିକ୍ ରଖିବା ପାଇଁ ପାଟିରେ ମହୁ ଓ ଲେମ୍ବୁ ଦେଉଥିଲେ ।