Odisha news

ବର୍ଷାଋତୁ ରେ କାହିଁକି ଆମିଷ ଖାଇବା ଉଚିତ ନୁହେଁ ? କଣ ରହିଛି ଏହା ପଛର ବୈଜ୍ଞାନିକ କାରଣ

0

ଗରମ ପ୍ରକୋପ କୁ ଶାନ୍ତ କରି ବର୍ଷା ଋତୁର ଆଗମନ ହୋଇଥାଏ, ବର୍ଷା ବୁନ୍ଦା ମଣିଷ ମନର ଆତ୍ମା ଓ ଶରୀରକୁ ଶାନ୍ତି ଦେଇଥାଏ l କିନ୍ତୁ ବର୍ଷା ଆସିବା ମାତ୍ରକେ ଅଧିକାଂଶ ରୋଗର ସଂକ୍ରମଣ ବୃଦ୍ଧି ପାଇଥାଏ l ଏହି ସମୟରେ ବିଶେଷ ଭାବରେ ଝାଡା ବାନ୍ତି ରେ ଶରୀର ସଂକ୍ରମିତ ରହିଥାଏ ଓ ପାଚନ କ୍ରିୟା ଉପରେ ମଧ୍ୟ ପ୍ରଭାବ ପକାଇଥାଏ l

ତେଣୁ ଶରୀର ସହିତ ପେଟ କୁ ସୁସ୍ଥ ରଖିବା ପାଇଁ ନିହାତି କିଛିଟା କଥାକୁ ଧ୍ୟାନ ଦେବା ଜରୁରୀ ଅଟେ –

ଧାର୍ମିକ ଦୃଷ୍ଟି କୋଣରୁ ଦେଖିବାକୁ ହେଲେ ଶ୍ରବଣ ମାସ ଆସିବା ମାତ୍ରକେ ପ୍ରାୟ ସମସ୍ତ ହିନ୍ଦୁ ପରିବାର ମାଛ ମାଂସ ଖାଇବା ଠାରୁ ଦୁରେଇ ରହି ଥାଆନ୍ତି l କିନ୍ତୁ ବୈଜ୍ଞାନିକ କାରଣ ଦୃଷ୍ଟିରୁ ମଧ୍ୟ ବର୍ଷା ଋତୁରେ ଆମିଷ ଖାଇବା ଠାରୁ ଦୁରେଇ ରହିବl ଉଚିତ l କାରଣ ଏହାଦ୍ୱାରା ବିଶେଷ ସଂକ୍ରମଣ ହେଉ ଥିବାର ଦେଖା ଯାଇଥାଏ l

* ଫଙ୍ଗସ ର ବିପଦ –
ବର୍ଷା ଋତୁରେ ପ୍ରବଳ ବର୍ଷା କାରଣରୁ ଜଳବାୟୁ ରେ ମଇଶ୍ଚରଃ ବୃଦ୍ଧି ପାଇଥାଏ ଯେଉଁ କାରଣରୁ ଫଙ୍ଗାଲ ଇନଫେକ୍ସନ ସମସ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଇଥାଏ l ଖାଦ୍ୟ ପଦାର୍ଥ ପୂର୍ବ ଅପେକ୍ଷା ଅଧିକ ଦ୍ରୁତ ବେଗରେ ବୃଦ୍ଧି ପାଏ l କାରଣ ବର୍ଷା ଋତୁରେ ସୂର୍ଯ୍ୟ କିରଣ କମିବାର ସମସ୍ୟା ରହିଥାଏ l

* ଦୁର୍ବଳ ହଜମ ଶକ୍ତି –
ବର୍ଷା ଋତୁରେ ଜଳବାୟୁ ରେ ଆର୍ଦ୍ରତା ବଢି ଯାଇଥାଏ ଯାହାଦ୍ୱାରା ଆମର ପାଚନ ଅଗ୍ନି ଉପରେ କମ ପ୍ରଭାବ ରହିଥାଏ l କାରଣ ଆମିଷ ଖାଦ୍ୟ ହଜମ ହେବା ପାଇଁ ଅଧିକ ସମୟ ଲାଗିଥାଏ l ଯଦି ଆମିଷ ଖାଦ୍ୟ ହଜମ ହୋଇ ନଥାଏ ତେବେ ଫୁଡ ପଏଜନିଙ୍ଗ ସମସ୍ୟା ରହିଥାଏ l

* କୀଟପତଙ୍ଗ ମଧ୍ୟ ହୁଅନ୍ତି ରୋଗ ଗ୍ରସ୍ତ –
ବର୍ଷାଋତୁ ସମୟରେ କୀଟପତଙ୍ଗ ଙ୍କ ଜନ୍ମ ମଧ୍ୟ ବୃଦ୍ଧି ପାଇଥାଏ l ଏହି ସମୟରେ ଚିକେନ ଗୁନିଆ ଓ ଡେଙ୍ଗୁ ଜ୍ୱର ହେବାର ସମ୍ଭାବନା ବୃଦ୍ଧି ପାଇଥାଏ l ଯାହାଦ୍ୱାରା ମଣିଷ ଜୀବଜନ୍ତୁ ସମସ୍ତେ ରୋଗ ଗ୍ରସ୍ତ ହେବାର ଦେଖାଯାଏ, ତତେଣୁ ଆମିଷ ସେବନ କ୍ଷାତକାରକ l

* ମାଛମାନେ ହୋଇ ଥାଆନ୍ତି ପ୍ରଦୂଷିତ –
ମାଛ ଖାଇବା ସ୍ୱାସ୍ଥ୍ୟ ପକ୍ଷରେ ହିତକର l କିନ୍ତୁ ବର୍ଷା ଋତୁରେ ମାଛ ଖାଇବା ଉଚିତ ନୁହେଁ l ଏହି ସମୟରେ ସମସ୍ତ ଅସନା ଓ ଆବର୍ଜନା ବୋହି ପୋଖରୀରେ ପଶି ପାଣିକୁ ଦୂଷିତ କରିଥାଏ l ଯାହାଦ୍ୱାରା ମାଛ ମାନଙ୍କ ଜୀବନ ପ୍ରତି ବିପଦ ରହିଥାଏ ଓ ସେମାନେ ରୋଗ ଗ୍ରସ୍ତ ହୋଇ ଥାଆନ୍ତି l ତେଣୁ ଆମିଷ ଖାଇବା ଉଚିତ ନୁହେଁ l

Leave A Reply