Odisha news

ହାତ ନ ଥାଇ ଚିତ୍ର ଆଙ୍କୁଛନ୍ତି

0

ଆସାମର ଛୋଟ ସହର ସୋନାରୀର ମୂଳବାସନ୍ଦା ୨୧ ବର୍ଷୀୟା ପ୍ରିନ୍ସୀ ଗୋଗୋଇଙ୍କର ଜନ୍ମରୁ ଦୁଇଟି ହାତ ନାହିଁ । ସେ ଗୌହାଟୀର ଏକ ପ୍ରାଇଭେଟ୍‌ ହସ୍ପିଟାଲରେ ଫ୍ରଣ୍ଟ୍‌ ଡେସ୍କ ଏକ୍‌ଜିକୁ୍ୟଟିଭ୍‌ ଚାକିରି କରି ଘର ଖର୍ଚ୍ଚ ଉଠାଉଛନ୍ତି । ପ୍ରିନ୍ସୀ ପାଦରେ ଲେଖି ଦ୍ୱାଦଶ ପାସ୍‌ କରିଛନ୍ତି । ତାଙ୍କର ପେଣ୍ଟିଂ, ସିଙ୍ଗିଙ୍ଗ୍‌ ଓ ସ୍ପୋର୍ଟସରେ ସଉକ ଅଛି । ଏବେ ସେ ପାଦ ଆଙ୍ଗୁଠିରେ ବ୍ରଶ୍‌ ଧରି ଏକ ଗଣେଶ ପେଣ୍ଟିଂ ତିଆରି କରିଛନ୍ତି ଯାହା ୩୦,୦୦୦ ଟଙ୍କାରେ ବିକ୍ରି ହୋଇଛି । ସେ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ଏକ ଆର୍ଟ ସ୍କୁଲ ଖୋଲିବାକୁ ଚାହୁଁଛନ୍ତି । ପ୍ରିନ୍ସୀ କହିଛନ୍ତି, ‘ମୋତେ ଏକ ସରକାରୀ ସ୍କୁଲରେ ପଞ୍ଚମ ଶ୍ରେଣୀରେ ଆଡମିଶନ୍‌ ମିଳି ନ ଥିଲା । ଜଣେ ଶିକ୍ଷକ ମା’ଙ୍କୁ କହିଥିଲେ, ‘ମାନସିକ ରୋଗୀ’ ପିଲାଙ୍କ ନæô ଲେଖାଇ ପାରିବେ ନାହିଁ । ଗæôର ଜଣେ ବ୍ୟକ୍ତିଙ୍କ ସହଯୋଗରେ ଏକ ପ୍ରାଇଭେଟ୍‌ ସ୍କୁଲରେ ଆଡମିଶନ୍‌ ହେଲା ଯେଉଁଠି ଦଶମ ପାସ୍‌ କଲି ।’

Leave A Reply