Odisha news

କାହା ସ୍ୱାର୍ଥରେ କୋଷ୍ଟାଲ ହାଇୱେର ଗତି ପରିବର୍ତ୍ତନ ହେଲା , ନୂଆ ଜଗନ୍ନାଥ ସଡ଼କ ଦେଇ ଗଲେ ନିରାକାରପୁର ବଜାର ବଞ୍ଚିବ

0

ନିରାକାର ପୁର, ୧୫/୧୦: ପୁରୀକୁ ଗମନାଗମନର କ୍ଷେତ୍ରରେ ଗୁରୁତ୍ଵ ବହନ କରୁଥିବା ରାମେଶ୍ବର ଠାରୁ ଚନ୍ଦନପୁର ୪୦ କିଲୋମିଟର ରାସ୍ତାଟି ଜାତୀୟ ରାଜପଥ ମାନ୍ୟତା ପାଇଁ ଅନେକ ଥର ଦାବି ହୋଇ ଆସିଛି । କିନ୍ତୁ ତାହା ବାସ୍ତବ ରୂପରେ ପରିଣତ ହେବ ଆଗରୁ ଫାଇଲ ଭିତରେ ଚାପି ହୋଇ ରହିଛି। ୨୦୧୪ ମସିହା ବିଜେପି କେନ୍ଦ୍ର ସରକାର ଗଢ଼ିଲା ପରେ ଓଡ଼ିଶାର ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ ପଦ ପାଇଲେ। ସେ କଣାସ ଅଞ୍ଚଳ ପରିଦର୍ଶନରେ ଆସିଥିବାବେଳେ ସାଧାରଣ ଜନତା ନୂଆ ଜଗନ୍ନାଥ ସଡ଼କ କୁ ଜାତୀୟ ରାଜପଥ ପାଇଁ ତାଙ୍କ ଆଗରେ ଦାବି ରଖିବାରେ ଏହି ସଡ଼କ କୁ ଜାତୀୟ ରାଜପଥ ର ମାନ୍ୟତା ଦେବାକୁ ସାଧାରଣ ଜନତାଙ୍କ କଥାକୁ ଗ୍ରହଣ କରିଥିଲେ ଓ ସଡ଼କ ମନ୍ତ୍ରୀ ନୀତିନ ଗଡକରି ଙ୍କୁ ଏ ସମ୍ପର୍କରେ ଜଣାଇଥିଲେ।

୨୦୧୫ ମସିହା ଜୁନ ୧୦ ତାରିଖରେ ପୁରୀ ଭୁବନେଶ୍ୱର ୪ ଥାକିଆ ଜାତୀୟ ରାଜପଥକୁ କୁ ପିପିଲ ଠାରେ ଉଦଘାଟନ କରିବା ସମୟ ରେ କେନ୍ଦ୍ର ଭୂପୃଷ୍ଠ ଏବଂ ପରିବହନ ଶ୍ରୀ ନୀତିନ ଗଡକରୀ ରାମେଶ୍ବର ରୁ ଚନ୍ଦନପୁର ୪୦ କିଲୋମିଟର ରାସ୍ତାଟି ଜାତୀୟ ରାଜପଥ ରୂପେ ଘୋଷଣା କରିବା ସହ ଏହି ରାସ୍ତାଟି ୪ ଥକିଆ କରିବାକୁ ମଧ୍ୟ ଘୋଷଣା କରିଥିଲେ। ୨୦୧୬ ମସିହାରେ ସଡ଼କ ପରିବହନ ମନ୍ତ୍ରାଳୟ ଏହି ୪୦ କିଲୋମିଟର ରାସ୍ତାଟି ଜାତୀୟ ରାଜପଥ କରିବା ପାଇଁ ଇନ ପ୍ରିନସିପଲ୍ ଅପ୍ରୋଭାଲ ମଧ୍ୟ ଦେଲେ ଓ ରାଜ୍ୟ ସରକାର ଙ୍କ ତତ୍ବାବଧାନରେ ଡି ପି ଆର ଏବଂ ଫିଜିବିଲିଟ ଷ୍ଟଡି ପ୍ରସ୍ତୁତ କରିବା ପାଇଁ ଏକ ସଂସ୍ଥାକୁ ଦିଆଯାଇଥିଲା। ତା ପରେ ଏହି ସଂସ୍ଥା ଡି ପି ଆଇ ପ୍ରସ୍ତୁତ ପାଇଁ ବିଭିନ୍ନ ପ୍ରକାରର ସର୍ଭେ ସବୁ କରିଥିଲା। ଯଥା ଟ୍ରାଫିକ ଷ୍ଟଡି ସର୍ଭେ, ଏକ୍ସସେଲ୍ ଲୋଡ ସର୍ଭେ, ଅରଜିନ ଡେଷ୍ଟିନେସନ ସର୍ଭେ ଇତ୍ୟାଦି ସର୍ଭେ ଶେଷ ହେଲା ପରେ ଜାତୀୟ ରାଜପଥ ଆଲିନମେଣ୍ଟ ପ୍ରସ୍ତୁତ କରାଗଲା। ସର୍ପିଲ, ଅଙ୍କାବଙ୍କା ରାସ୍ତା କୁ ସିଧା କରିବା ପାଇଁ ରାସ୍ତାରେ ବାଇପାସ୍ ପାଇଁ ମଧ୍ୟ ଆଲିନମେଣ୍ଟ ପ୍ରସ୍ତୁତ କରାଯାଇଥିଲା। ଏହି ଆଲିଯମେଣ୍ଟ କୁ ରାଜ୍ୟ ସରକାରଙ୍କ PWD ମଧ୍ୟ ଏପ୍ରୋଭ କଳା। ଏହା ପରେ ଡି ପି ଆର କୁ ଫାଇନାଲ ଏପ୍ରୋଭେ ପାଇଁ କେନ୍ଦ୍ର ସରକାରଙ୍କ ରାଜପଥ ମନ୍ତ୍ରାଳୟ କୁ ପଠା ଯାଇଥିଲା। ତା ପରେ ସମସ୍ତେ ଆଶା କରିଥିଲେ ଜଗନ୍ନାଥ ସଡ଼କ ଜାତୀୟ ରାଜପଥ ମାନ୍ୟତା ପାଇବା ସହ ଜାତୀୟ ରାଜପଥ ନମ୍ୱର୍ ମିଳିଯିବ। କିନ୍ତୁ କୌଣସି କାରଣ ରୁ ଏହା ବନ୍ଦ ହୋଇଯାଇଥିଲା।

ପରେ ୨୦୧୯ ମସିହା ରେ ପୁନର୍ବାର କେନ୍ଦ୍ର ସରକାର ଗଠନ ହେଲା ପରେ ସବୁ ଇନ ପ୍ରିନ୍ସିପଲ୍ ଅପ୍ରୋଭ ଜାତୀୟ ରାଜପଥ ଗୁଡ଼ିକ ଯାଞ୍ଚ ପାଇଁ ଆଉ ଏକ କମିଟି ଗଠନ ହୋଇଥିଲା। କିନ୍ତୁ ଦେଶର ଆର୍ଥିକ ସଙ୍କଟ ଦେଖାଇ ନୂଆ ଜାତୀୟ ରାଜପଥ ଘୋଷଣାକୁ ପାଇଁ ପ୍ରତିବନ୍ଧକ ଲଗା ଯାଇଥିଲା। ଏହି ସମୟରେ ଉପକୂଳ ଜାତୀୟ ରାଜପଥ ଗୋପାଳପୁର , ସାତପଡ଼ା ଆଲିିନମେଣ୍ଟ କୁ କେନ୍ଦ୍ର ପରିବେଶ ମନ୍ତ୍ରାଳୟ ରଦ୍ଦ କରିଦେଲା ଓ ଜାତୀୟ ରାଜପଥ ଅଲିନମେଣ୍ଟ ପାଇଁ ପୁଣି ନିର୍ଦ୍ଦେଶ ଦେଲେ।

ଏହା ପରେ ପୁଣି ଜାତୀୟ ରାଜପଥ ମନ୍ତ୍ରାଳୟ ଉପକୂଳ ଜାତୀୟ ରାଜପଥ ସର୍ଭେ ଆରମ୍ଭ କଲା। ଟାଙ୍ଗୀ ପାଖରୁ ଆରମ୍ଭ ପାଇଁ ଯୋଜନା ପ୍ରସ୍ତୁତ କଲ। ସମସ୍ତେ ଭାବିଲେ ଏହି ସଡ଼କ ଜଗନ୍ନାଥ ସଡ଼କ ର କିଛି ଅଂଶକୁ ବ୍ୟବହାର କରି ବ୍ରହ୍ମଗିରି ଛୁଇଁ ଦୀଘା ଯିବ।କିନ୍ତୁ ରାଜନୀତିର ପଶାପାଲି ରେ ନୂଆ ଜଗନ୍ନାଥ ସଡ଼କ କୁ ସମ୍ପୂର୍ଣ ଅଣଦେଖା କରାଯାଇ ଏହି ରାସ୍ତାକୁ ତଳିଆ ଓ ଉର୍ବର ଜମି ମଧ୍ୟରେ ନେବାର ଯୋଜନା ପ୍ରସ୍ତୁତ ହୋଇଛି। ଯେଉଁ ରାସ୍ତା ଦେଇ ଏହି ଉପକୂଳ ଜାତୀୟ ରାଜପଥ ଯିବ ତାହା କଣାସ ତଳିଆ ଅଞ୍ଚଳରେ ଯିବାର ଥିବାରୁ ବର୍ଷା ଦିନ ଏହି ରାସ୍ତା ପାଣିରେ ବୁଡି ଯିବାର ସମ୍ଭାବନା ଥିବା ସହ ଉର୍ବର ଚାଷ ଜମି ନଷ୍ଟ ହେବାର ଦେଖାଦେଇଛି। ଯଦି ନୂଆ ଜଗନ୍ନାଥ ସଡ଼କ ଦେଇ ଏହି ସଡ଼କ ଯିବା ତେବେ ପାରାଦୀପ କୁ ରାମେଶ୍ବର ପ୍ରାୟ ୧୦ କିଲୋମିଟର କମିଯିବ ବୋଲି ଅନୁମାନ କରାଯାଉଛି। ପରବର୍ତୀ ସମୟ ରେ କ୍ୟାପିଟାଲ ରିଙ୍ଗ ରୋଡ ଟି ମଧ୍ୟ ରାମେଶ୍ବର ଠାରୁ ଆରମ୍ଭ ହେଉଥିବାରୁ ଅନଗୁଳ, ତାଳଚେର, ଢେଙ୍କାନାଳ, ସମ୍ବଲପୁର ଲୋକମାନେ ନୂଆ ଜଗନ୍ନାଥ ସଡ଼କ ଦେଇ ଆରାମରେ ଯାତାୟାତ କରି ପାରିବେ । ଏହା ଦ୍ବାରା ମଧ୍ୟ ନିରାକାରପୁର ଦୁଃଖ ରେଳ ଫାଟକ ଉପରେ ଓଭର ବ୍ରିଜ ନ ହୋଇ ନିରାକାରପୁର ବାହାରେ ବାଇପାସ୍ ରେ ଓଭର ବ୍ରିଜ ହୋଇ ରାସ୍ତା ଯିବା। ଯାହାଦ୍ବାରା ଆଉ ନିରାକାରପୁର ବଜାର ନଷ୍ଟ ହେବ ନାହିଁ। ତେଣୁ ସରକାର ଏହା ଉପରେ ଗୁରୁତ୍ବ ଦେଇ ଏହି କୋଷ୍ଟାଲ ହାଇୱେ କୁ ନୂଆ ଜଗନ୍ନାଥ ସଡ଼କ ଦେଇ ନେବାକୁ ଦାବି ହେଉଛି।

Leave A Reply