Odisha news

“ସୁନେତ୍ର” ଯୋଜନାରେ ହସ୍ତତନ୍ତ ବୁଣାକାରଙ୍କୁ ଚଷମା ବଣ୍ଟନ

0
ନିରାକାରପୁର, ୨୩/୭: ଖୋର୍ଦ୍ଧା ବୟନ ମଣ୍ଡଳ ଅନ୍ତର୍ଗତ ଭଗବତୀ ତନ୍ତୁବାୟ ସହଯୋଗ ସମିତି ଲିଃ, ଗୋଳବାଇ ଆନୁକୁଲ୍ୟରେ ଆଜି ଜଙ୍କିଆଠାରେ ହସ୍ତତନ୍ତ କ୍ଷେତ୍ରରେ ନିୟୋଜିତ ବୁଣାକାର ଓ ଆନୁସଙ୍ଗିକ କର୍ମୀମାନଙ୍କ ନିମନ୍ତେ ସୁନେତ୍ର ଯୋଜନାରେ ଏକ ଚଷମା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ପୂର୍ବରୁ ଅନୁଷ୍ଠିତ ହୋଇଥିବା ଚକ୍ଷୁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ଚିହ୍ନଟ କରାଯାଇଥିବା ହିତାଧିକାରୀମାନଙ୍କୁ ଏହି ଚଷମା ପ୍ରଦାନ କରାଯାଇଥିବା ସହକାରୀ ବୟନଶିଳ୍ପ ନିର୍ଦ୍ଦେଶକ,ଖୋର୍ଦ୍ଧାଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ । ଏହି ଶିବିରରେ ଗୋଳବାଇ, କାୟା, ଗୁଣ୍ଠୁଣୀ ,ଓଳସିଂହ,ରତାମାଟି,ବୋଡଙ୍ଗରାପାଟଣା,କଳାମାଟି, ସାମନ୍ତରାପୁର, ଦିବ୍ୟସିଂହପୁର, ପାଣିଛତ୍ର, ଲହଙ୍ଗା ଓ ମଳିପଡା ଆଦି ଅଞ୍ଚଳର ୭୧ ଜଣ ହିତାଧିକାରୀଙ୍କୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ସୁନେତ୍ର ଯୋଜନାରେ ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀଙ୍କ ଠାରୁ ପ୍ରାପ୍ତ ଚଷମାଗୁଡିକ ବଣ୍ଟନ କରାଯାଇଛି । ଏହି ଶିବିରକୁ ସହକାରୀ ବୟନଶିଳ୍ପ ନିର୍ଦ୍ଦେଶାଳୟ, ଖୋର୍ଦ୍ଧାଙ୍କ କାର୍ଯ୍ୟାଳୟର ଶ୍ରୀ ସୁରେଶ କୁମାର ସାହୁ,ବୟନ ନିରୀକ୍ଷକ ଆନୁଷ୍ଠାନିକ ଭାବେ ପ୍ରଦୀପ ଜାଳି ଉଦ୍ଘାଟନ କରିଥିଲେ । ହସ୍ତତନ୍ତ ବୁଣାକାରଙ୍କ ନିମନ୍ତେ ସରକାର ପ୍ରଚଳନ କରିଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନାଗୁଡିକ ଉପରେ ସହକାରୀ ବୟନ ଶିଳ୍ପ ନିର୍ଦ୍ଦେଶକ, ଖୋର୍ଦ୍ଧାଙ୍କ କାର୍ଯ୍ୟାଳୟର କର୍ମଚାରୀ ମାନେ ଉପସ୍ଥିତ ବୁଣାକାରଙ୍କୁ ଅବଗତ କରାଇଥିଲେ । ସହକାରୀ ବୟନଶିଳ୍ପ ନିର୍ଦ୍ଦେଶକ, ଖୋର୍ଦ୍ଧାଙ୍କ କାର୍ଯ୍ୟାଳୟର କର୍ମଚାରୀ ଓ ଭଗବତୀ ତନ୍ତୁବାୟ ସହଯୋଗ ସମିତି ଲିଃର କର୍ମଚାରୀଙ୍କ ମିଳିତ ପ୍ରଚେଷ୍ଟାରେ ଉକ୍ତ ଶିବିର ସୂଚାରୁରୂପେ ପରିଚାଳିତ ହୋଇଅଛି । ଚଷମା ପାଇଥିବା ବୁଣାକାରମାନେ ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର ଏହି ପଦକ୍ଷେପ କୁ ସାଧୁବାଦ ଜ୍ଞାପନ କରିଛନ୍ତି । ସମସ୍ତ କାର୍ଯ୍ୟକ୍ରମକୁ ଗୋଳବାାଇ
ଭଗବତୀ ତନ୍ତୁବାୟ ସମିତି ସଂପାଦକ ଯୁଧିଷ୍ଠିର ନାୟକ ପରିଚାଳନା କରିଥିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply