ନିରାକାରପୁର,୧୦/୭: ବିଶ୍ଵ ପ୍ରସିଦ୍ଧ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସୁନାବେଶ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ।ନିରାକାରପୁର ଥାନା ଅନ୍ତର୍ଗତ ଡିଆ ଗ୍ରାମପଞ୍ଚାୟତ କପିଳେଶ୍ୱର ପୀଠରେ ଆଜି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆର ଏସ ଏସ ଯୁବକ ସଂଘ ପକ୍ଷରୁ କରାଯାଇଛି। ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ କୋଲସାହି ଗ୍ରଭରେ ଗଢିଉଠିଥିବା ଆର ଏସ ଏସ କ୍ଳବ୍ ପକ୍ଷରୁ ସଭାପତି ବୃକ୍ଷରୋପଣ କରାଯାଇଛି।ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ସଂଗଠନ ର ସଭାପତି ରଞ୍ଜନ ଦାଶଙ୍କ ନେତୃତ୍ୱରେ ଅତିଥିଭାବେ ଅରକ୍ଷିତ ଦଳେଇ, ସୁଜିତ୍ ବିଶ୍ଵାଳ, ସୂର୍ଯୟନାରାୟଣ ଦାସ ପ୍ରମୁଖ ଯୋଗ ଦେଇ ଲିମ୍ବ,ହରିଡା,କଦମ୍ବ,ବେଲ,ଗମ୍ଭାରୀ ଆଦି ବିଭିନ୍ନ କିସମର ବୃକ୍ଷ ରୋପଣ କରାଯାଇଛି ।ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ଆର ଏସ ଏସ କ୍ଳବର ସମସ୍ତ ସଭ୍ୟ ମାନେ ଉପସ୍ଥିତ ବୃକ୍ଷରୋପଣ କରି ସୁସ୍ଥ ପରିବେଶ ଗଢିବା ପାଇଁ ସଂକଳ୍ପ ନେଇଛନ୍ତି।