Odisha news

ଜାତୀୟ ରାଜପଥ ଡାଇଭ୍ରର୍ସନ ନେଲା ଛାତ୍ରଙ୍କ ଜୀବନ : ସଡକ ଦୃର୍ଘଟଣାରେ ଛାତ୍ରଙ୍କ ମୃତ୍ୟୁ

0

ନିରାକାରପୁର : ଜଙ୍କିଆ ଥାନା ଅନ୍ତର୍ଗତ ୧୬ନଂ ଜତୀୟ ରାଜପଥ ଗୋଡିପଡା ସର୍ବଣା ଢାବା ନିକଟ ଡ୍ରାଇର୍ଭସନରେ ଠାରେ ଦିନ ୧୦ଟା ସମୟରେ ଜଣେ ଛାତ୍ରଙ୍କ ସଡକ ଦୃଘଟଣାରେ ମୃତ୍ୟୁ ଘଟିଛି ।ଘଟଣାରୁ ପ୍ରକାଶଯେ ଗୋଡିପଡା ଗ୍ରାମର ଅନନ୍ତ ପ୍ରଧାନଙ୍କ ପୁଅ ସୈମ୍ୟରଞ୍ଜନ ପ୍ରଧାନ(୧୪)ମଳିପଡା ହାଟରୁ ପରିବା ପତ୍ର ନେଇ ଘରକୁ ଫେରୁଥିବା ସମୟରେ ସର୍ବଣା ଢାବା ଡ୍ରାଇର୍ଭସନ ଠାରେ ଏକ ଟ୍ରଲର ଧକା ଦେବା ଫଳରେ ଘଟଣାସ୍ଥଳରେ ସୈମ୍ୟରଞ୍ଜନରକ୍ତାତ ଅବସ୍ତାରେ ଟଳିପଡିଥିଲେ ।

ସଙ୍ଗେସଙ୍ଗେ ସୈମ୍ୟରଞ୍ଜନକୁ ଖୋର୍ଦ୍ଧା ମେଡିକାଲ ନେବାପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।ଅନ୍ୟପକ୍ଷରେ ଡ୍ରଲର ଡ୍ରାଇଭର ଧକାଦେବା ଫଳରେ ଗାଡିଟି ଭାରସାମ୍ୟ ନରଖି ଓଲଟିପଡିଥିଲା ।କିଛି ସମୟ ପାଇଁ ଜାତୀୟ ରାଜପଥକୁ ଗ୍ରାମବାସୀ ମାନେ ଅବୋରଧ କରି ରଖିଥିଲେ ।ଘଟଣା ସ୍ଥଳରେ ଜଙ୍କିଆ ପୋଲିସି୍ ପହଞ୍ଚି ଲୋକମାନାଙ୍କୁ ବୁଝା ସୁଜା କରିବାପରେ ରାସ୍ତା ଅବୋରଧ ହଠିଥିଲା ।ଜାତୀୟ ରାଜପଥ ୬ଲାଇନି କାର୍ଯ୍ୟ   ଚାଲୁଥିବା ହେତୁ ସଂପୃକ୍ତ ଠିାକାଦାର ରାସ୍ତା ସାରା ଖାଲ ଖମା  କରି କାର୍ଯ୍ୟଚାଲୁ କରୁଛି ।ଡ୍ରାଇର୍ଭସନ ଜାଗା ମାନଙ୍କରେ କିଛି ମାର୍କିଙ୍ଗି କିମ୍ବା କୈାଣସି ସିକୁରିଟିର ବ୍ୟବସ୍ଥା କରିନାହିଁ ।ବାରବାମ୍ବାର ଏହି ଭି ଦୃଘଟଣା ଦେଖିବାକୁ ମିଳୁଛି ।ସ୍ଥାନୀୟ ଲୋକମାନେ ବାରମ୍ବାର ପ୍ରଶାସନ ନିକଟରେ ଦାବି କଲେ ମଧ୍ୟ ସଂପୃକ୍ତ ଠିକାଦାର କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।

ଜଙ୍କିଆ ପୋଲିସ୍ ଟ୍ରଲର ଗାଡିକୁ ଜବତ କରିଛି ।ଅନୁରୁପ ଭାବେ ଗତ ମଙ୍ଗଳବାର ରାତି ୧୧ଟାରେ ଜଙ୍କିଆ ଥାନା ଅଧିନ ବଡପୋଖରୀଆ ଛକ ନିକଟରେ ଏକ ସଡକ ଦୃର୍ଘଟଣାରେ ଜଣେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି ।ସୂଚନାଯୋଗ୍ୟ ଏକ ଚା ବୋଝେଇ ଟ୍ରକ ତାମିଲିନାଡୁ ଟ୍ରକ ନଂ ଟି.ଏନ୨୮ବିଡି୧୮୬୭ ବଡପୋଖରୀଆ ଛକ ପୂର୍ବରୁ ରାସ୍ତା କାର୍ଯ୍ୟ ପାଇଁ କରାଯାଇଥିବା ଡ୍ରାଇର୍ଭସନ ଦେଇ ବାମପଟ ରାସ୍ତାରୁ ଡାହାଣ ପଟ ରାସ୍ତକୁ ଯାଉଥିଲା ।ହଠାତ୍ ବ୍ରହ୍ମପୁର ପଟୁ ଆସୁଥିବା ଏକ ଲୁହା ପଥର ବହୁଥିବା ଟ୍ରକ ନଂ ଓଡି୦୫ଏଡବ୍ଲୁ୨୪୨୧ଧକ୍କା ଦେଇଥିଲା ।ଘଟଣାସ୍ଥଳରେ ଚା ଗାଡି ର  ଡ୍ରାଇଭର ମୃତ୍ୟୁ ବରଣ କରିଥିଲେ ।ଜଂକିଆ ପୋଲିସ ରାତି ୪ଟା ପର୍ଯ୍ୟନ୍ତ ଲାଗି ରାସ୍ତା ସଫା କରିଥିଲେ ।ଦୁଇଟିଯାକ ଗାଡିକୁ ଜବତ କରି ଶବକୁ ବ୍ୟବଛେଦ କରିବାକୁ ଖୋର୍ଦ୍ଧା ପଠାଇଛି ।କିନ୍ତୁ ମୃତଙ୍କ ପରିବାର ଲୋକ ତାମିଲିନାଡୁରୁ ଆସୁଥିବା କାରଣରୁ  ଆଜି ବ୍ୟବଚ୍ଛେଦ ହୋଇପାରିନାହିଁ ।

 

Nalco
Leave A Reply