ନିରାକାରପୁର, ୨୪/୬: ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ କମାଗୁରୁ ଗ୍ରାମସ୍ଥିତ ରାମଚନ୍ଦ୍ର କଳ୍ପନା ମହାବିଦ୍ୟାଳୟ ପ୍ରକୃତି ବିହାର ପରିସରରେ ଏକ ସିଦ୍ଧିବିନାୟକ ଦେବଙ୍କ ବିଗ୍ରହ ଓ ନୂତନ ମନ୍ଦିର ପ୍ରତିଷ୍ଠା ହୋଇଛି।ମହାବିଦ୍ୟାଳୟ ପ୍ରତିଷ୍ଠାତା ରାମଚନ୍ଦ୍ର ମହାପାତ୍ର ଓ କଳ୍ପନା ମହାପାତ୍ର ପୈରହିତ୍ୟରେ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ବୈଦିକ ରୀତିନୀତି ଅନୁସାରେ ହୋଇଛି। ୨୧ ତାରିଖ ରୁ ଆରମ୍ଭ ହୋଇ ଥିବା ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ କ୍ରମରେ ସୂର୍ଯ୍ୟପୂଜା,ଆବାହିତ,ଦେବତାମାନଙ୍କ ପୂଜା,ନୂତନ ବିଗ୍ରହମାନଙ୍କ ପ୍ରାଣପ୍ରତିଷ୍ଠା ଓ ନୂତନ ବିଗ୍ରହମାନଙ୍କ ସିଂହାସନ ବିଜେ କାର୍ଯ୍ୟକ୍ରମ ହୋଇଛି। ଆଜି ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ରେ ସିଦ୍ଧିବିନାୟକ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଦିବସରେ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ, ରାଜନେତା ଓ ସାଧାରଣ ଲୋକେ ଯୋଗଦେଇଥିଲେ। ସମସ୍ତ କାର୍ଯକ୍ରମକୁ କଲେଜର ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାନ୍ତି ଓ ଅଧ୍ୟାପିକା ଡ, ରେଣୁବାଳା ସାମନ୍ତରାୟ ପରିଚାଳନା କରିଥିଲେ। କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ।