ନିରାକାର ପୁର,୨୩/୬: ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ମଶାଣିଆ ଗ୍ରାମରେ ଏକ ତିନି ଜଣିଆ ଲୁଟେରା ଦଳ ରାତିରେ ଘରେ ପଶି ଚୋରି ଉଦ୍ୟମ କରୁଥିବା ବେଳେ ଧରାପଡି ଗିରଫ କୋର୍ଟ ଚାଲାଣ।ଘଟଣାରୁ ଜଣାପଡିଛି ଏକ ତିନି ଜଣିଆ ଲୁଟେରା ଦଳ ରାତି ଅଧରେ ମୋଟର ସାଇକେଲ ରେ ଆସି ମଶାଣିଆ ଗ୍ରାମର ବିଭୂତି ବଳିୟାରସିଂହଙ୍କ ଘରେ ପଶି ମାରଣାସ୍ତ୍ର ଦେଖାଇ ଭୟଭୀତ କରି ଚୋରି କରିଥିଲେ ଏବଂ ବିଭୂତିଙ୍କ ବୁଲେଟ ଟିକୁ ଚୋରି କରି ନେଇଥିଲେ।
ଏ ସଂମ୍ପର୍କରେ ବିଭୂତି ଜଂକିଆ ଥାନାରେ ଲିଖିତ ଅଭିଯୋଗ କଲା ପରେ ଜଂକିଆ ପୋଲିସ ତଦନ୍ତ କରି ଚୋର ମାନଙ୍କୁ ଧରିବା ସହିତ ଚୋରି ସାମଗ୍ରୀ ଜବତ କରିଛି।ଗିରଫ ଚୋରମାନେ ହେଲେ କଣାସ ଥାନା ଗଡ ବଳଭଦ୍ରପୁର ଗ୍ରାମର ପ୍ରକାଶ ପାଇକରାୟ ଓ ଜ୍ୟୋତିରଂଜନ ବଡଜେନା ଏବଂ ଗଡିଶାଗୋଦା ଥାନା କଉଡିଖଣି ଗ୍ରାମର ସୁକାନ୍ତ ସାହୁ।ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ୫ଟି ମୋବାଇଲ ଫୋନ,କଟର,ଛୁରୀ,ଲଙ୍କାଗୁଣ୍ଡ ସହିତ ବିଭିନ୍ନ ପ୍ରକାର ଚୋରିରେ ବ୍ୟବହୃତ ଜିନିଷ ଜବତ କରିଛି ପୋଲିସ।ପୋଲିସ ଅଭିଯୁକ୍ତ ମାନଙ୍କ ନାମରେ ୨୨୯/୨୨ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।