ନିରାକାରପୁର,୨/୧୨: କାନ୍ଦି କାନ୍ଦି କୋହଭରା କଣ୍ଠରେ ରାସ୍ତା ଦୁର୍ଘଟଣାରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ର ବେସାହାରା ପ୍ରସନ୍ନଙ୍କ ପତ୍ନୀ କାଞ୍ଚନ ପ୍ରଧାନ ଓ ତାଙ୍କ ପରିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ ଟି ଅଧକ୍ଷ ଭି. କେ ପାଣ୍ଡିଆନଙ୍କୁ ଆକୁଳ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ କି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ପ୍ରସନ୍ନ କୁମାର ପ୍ରଧାନ(ରାବଣା) ଯିଏ କି ଗତମାସ ୧୪ ତାରିଖ ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପଥ ବଡପୋଖରିଆ ଓଭରବ୍ରିଜ ଉପରେ ଏକ ଟ୍ରକ ସହ ଦୁର୍ଘଟଣାର ଶିକାର ହୋଇ ଅତ୍ୟନ୍ତ ଗରୁତର ଅବସ୍ଥା ରେ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଭୁବନେଶ୍ୱର ର ଏକ ଘରୋଇ ହସପିଟାଲ କୁ ପଠାଯାଇଥିଲା। ୧୮ ଦିନ ହେଲା ସେ ଭୁବନେଶ୍ୱର ର ଏକ ଘରୋଇ ଆମ୍ରି ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ପ୍ରସନ୍ନଙ୍କ ଅବସ୍ଥା ଗୁରୁତର ହୋଇଥିବାବେଳେ ତାଙ୍କ ଶରୀରରେ ତିନୋଟି ଅପରେସନ ହେବାର ରହିଛି। ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା କାରଣରୁ ପ୍ରଥମେ ତାଙ୍କର ବ୍ରେନ୍ ଅପରେସନ କରାଯାଇ ପର୍ଯ୍ୟନ୍ତ ଭେଣ୍ଟିଲେଟର ରଖାଯାଇଛି। ଅପରେସନ ପାଇଁ ସେ ନିଜର ଘରକୁ ବିକ୍ରି କରିଦେଇଥିବାବେଳେ ତାଙ୍କର ବିଜୁ ସ୍ବାସ୍ଥ୍ୟ କାର୍ଡ ର ଅନୁଦାନ ଅର୍ଥ ଶେଷ ହୋଇଛି। ଆହୁରି ୩ ଟି ଅପରେସନ କେମିତି ଏତେ ଗୁଡାଏ ପଇସା ଖର୍ଚ୍ଚ କରି କରିବେ ସେଥିପାଇଁ ତାଙ୍କର ଦୁଇଟି ବେରୋଜଗାର ପୁତ୍ର ସମେତ ପରିବାର ଲୋକଙ୍କ ବୁଦ୍ଧି ବାଟ ଦିଶୁନି। ଆଜି ବତୀଘର କ୍ଲବ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ସମାଜସେବୀ ଶୁଭମ ଦାଶଙ୍କ ସହଯୋଗରେ ଗୁରୁତର ପ୍ରସନ୍ନ ପ୍ରଧାନଙ୍କ ପତ୍ନୀ କାଞ୍ଚନ ପ୍ରଧାନ, ମାଆ ଛେତ ପ୍ରଧାନ ଓ ଭଉଣୀ ମାନୀ ପ୍ରଧାନ ଉପସ୍ଥିତ ରହି ଗଣମାଧ୍ୟମ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ ଟି ଅଧକ୍ଷ ଭି. କେ ପାଣ୍ଡିଆନଙ୍କୁ ଆକୁଳ ନିବେଦନ କରି ବେସାହାରା ପ୍ରସନ୍ନ ଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇ ବଞ୍ଚାଇବାକୁ ଆକୁଳ ନିବେଦନ କରିଛନ୍ତି। ପରର ସେବା କରୁଥିବା ପ୍ରସନ୍ନ ପ୍ରଧାନଙ୍କ ଆଶୁ ଆରୋଗ୍ୟ କାମନା କରି ଅଞ୍ଚଳବାସୀଙ୍କ ତରଫରୁ ସ୍ଥାନୀୟ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ସହ ସମୂହ ଦୀପ ଦାନ କରାଯାଇଥିଲା। ଏହି ଅବସରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ରାମଦୟାପରିଷଦ ଓ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ କର୍ମକର୍ତ୍ତାଗଣ ତଥା ଅଂଚଳର ବହୁ ଯୁବକ ଛାତ୍ର ଦୀପଦାନ ରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ।