Odisha news

ରାସ୍ତା ଦୁର୍ଘଟଣାରେ ଗୁରୁତର ଯୁବକର ମୃତ୍ୟୁ 

0
ନିରାକାରପୁର,୧୦/୧୦: ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ନୂଆ ଜଗନ୍ନାଥ ସଡ଼କର ଜଂକିଆ ଓ ଛଣଗିରି ମଧ୍ୟ ଭାଗ ଓଳସିଂହ ପ୍ରଧାନମନ୍ତ୍ରୀ ସଡ଼କ ନିକଟରେ ସୋମବାର ରାତି ସାଢ଼େ ୯ ରାତିରେ ସଡ଼କ ଦୁର୍ଘଟଣାରେ ଛଣଗିରି ମୁସଲିମ ସାହିର ଜଣେ ଯୁବକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଖବର ଜଣାପଡିଛି କି ଛଣଗିରି ମୁସଲିମ ସାହିର ସରିଆ କଳାପାହାଡ଼ ଙ୍କ ପୁତ୍ର ଇଦ୍ରିସ କଳାପାହାଡ଼ ଏକ ବାଇକ ଯୋଗେ ଜଂକିଆ ପଟରୁ ଛଣଗିରି ଯାଉଥିବା ବେଳେ ଏକ ପଥରରେ ପିଟି ହୋଇ ଗୁରୁତର ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଖୋର୍ଦ୍ଧା ଓ ପରେ ଭୁବନେଶ୍ୱର ଏମଏସ ନିଆଯାଇ ଚିକିତ୍ସା କରାଯାଉଥିବା ବେଳେ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡ଼ିକାଲ କୁ ଚିକିତ୍ସା ପାଇଁ ପଠାଯାଇ ଥିଲା । କିନ୍ତୁ ସେଠାରେ ଚିକିତ୍ସା ହେବା ଅବସ୍ଥାରେ ଆଜି ମୃତ୍ୟୁ ହୋଇଯାଇଛି। ପୋଲିସ ଶବ ବ୍ୟବଚ୍ଛଦ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡିଛି।

Leave A Reply