Odisha news

ଜୁଆ ଆଡ୍ଡା ରେ ଚଢାଉ : ୫ଜୁଆଡି ଗିରଫ

0
ଆସିକା  : ଆସିକା ଥାନା ଅନ୍ତର୍ଗତ  ଗୁଣ୍ଠପଡ଼ା ଗ୍ରାମ କଳୁଆ ମନ୍ଦିର ନିକଟରେ ଚାଲି ଥିବା  ଜୁଆ ଖେଳ ଉପରେ ମଙ୍ଗଳବାର ଦିନ ପୋଲିସ ଚଢ଼ାଉ କରିଛି।ଅତର୍କିତ ଏହି ଚଢାଉ ରେ  ଜୁଆ ଖେଳୁଥିବା ୫ ଜୁଆଡି ଙ୍କୁ ଗିରଫ କରିବା ସହ ସେମାନ ଙ୍କ ନିକଟ ରୁ୨୪ ହଜାର ୯୯୦ଟଙ୍କା ପୋଲିସ ଜବତ କରିଛି। ଜୁଆ ଆଡ୍ଡା ଚଳାଇଥିବା ମାଷ୍ଟର ମାଇଣ୍ଡ ଯୁବକକୁ ମଧ୍ୟ ପୋଲିସ ଗିରଫ କରିବା ସହ ଦୁଇଟି ମୋଟର ସାଇକଲ ଓ ଗୋଟିଏ ଖଣ୍ଡା କୁ ପୋଲିସ ଜବତ କରିଛି।ଏ ସଂପର୍କରେ ରେ ଥାନା ରେ କେସ ନଂ ୬୦୮ ରେ  ବିଭିନ୍ନ ଫଉଜଦାରି ଧାରାରେ ମାମଲା  ରୁଜୁ ହୋଇଥିବା ଭାର ପ୍ରାପ୍ତ ଥାନା ଅଧିକାରୀ ପି. ସ୍ୱରୂପ କ୍ରିଷ୍ଣା କହିଛନ୍ତି।
Nalco
Leave A Reply