ଛତ୍ରପୁର, ୧୦/ ୧୦ : ସ୍ଥାନୀୟ ବ୍ଲକ ଅନ୍ତର୍ଗତ କାଳୀପଲ୍ଲୀ ଗ୍ରାମପଂଚାୟତ ର ଉପୁଲାପୁଟି ଗ୍ରାମ ବହୁ ପୁରାତନ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ର ରଥ ରହିବା ନିମନ୍ତେ ଏକ ଘର ନିର୍ମାଣ ସକାଶେ ମଙ୍ଗଳବାର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି, ଏହି ଅବସର ରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଜିଲ୍ଲାପରିଷଦ ସଭ୍ୟ ଏମ. ଧନଞ୍ଜୟ ରେଡ୍ଡୀ,କାଳୀପଲ୍ଲୀ ସରପଞ୍ଚ ବି. ଲକ୍ଷ୍ମୀ ପାତ୍ର, ସମିତି ସଭ୍ୟ ବିକାଶ ବେହେରା, ଯୁବ ନେତା ବି. ଚନ୍ଦ୍ରମଣି ପାତ୍ର ଙ୍କ ସମେତ ଗ୍ରାମ ର ବହୁ ଭଦ୍ର ବ୍ୟକ୍ତି, ମନ୍ଦିର ରସେବାୟତ ମାନେ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇ ଭୂମି ପୂଜା କରିଥିଲେ , ଏଥି ନିମନ୍ତେ ଛତ୍ରପୁର ବିଧାୟକ ନିଜ ହାତ ପାଣ୍ଠି ରୁ ତିନି ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି