Odisha news

ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସରେ ସଚେତନତା ପଦଯାତ୍ରା

0

କଣାସ,୧୦/୧୦ :ପୁରୀ ଜିଲ୍ଲା କଣାସ ବ୍ଲକ୍ ଅନ୍ତର୍ଗତ ଦୟାବିହାର ନିକଟସ୍ଥ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ନୀଳାଚଳ ସେବା ପ୍ରତିଷ୍ଠାନ ଠାରେ ବିଶ୍ୱ ମାନସିକ ସ୍ଵାସ୍ଥ୍ୟ ସପ୍ତାହର ଚତୁର୍ଥ ଦିବସ ତଥା ମାନସିକ ସ୍ବାସ୍ଥ୍ୟ ଦିବସ ବହୁ ଆଡରମ୍ବରରେ ପାଳିତ ହୋଇ ଯାଇଅଛି। ଚଳିତବର୍ଷ ୱାର୍ଲ୍ଡ ଫେଡରସନ୍ ଫର୍ ମେଣ୍ଟାଲ ହେଲ୍ଥ ର ଆହ୍ବାନ କ୍ରମେ ‘ମାନସିକ ସ୍ବାସ୍ଥ୍ୟ ଏକ ସାର୍ବଜନୀନ ମାନବିକ ଅଧିକାର  ଆହ୍ବାନ ନେଇ ୪୬୦ ଜଣ ଉଭୟ ମହିଳା ଓ ପୁରୁଷ ଅନ୍ତେବାସୀ ମାନଙ୍କ ଦ୍ବାରା ଏକ ଜନ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ମାନସିକ ଅସୁସ୍ଥ ପ୍ରକଳ୍ପର ତତ୍ତ୍ୱାବଧାରିକା ଜୟଶ୍ରୀ ସରାଫଙ୍କ ସଭାପତିତ୍ଵରେ ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସାହୁପଡା ଗ୍ରାମପଞ୍ଚାୟତ ସରପଞ୍ଚ ଭିକାରୀ ଚରଣ ବଳିୟାରସିଂହ , ସମ୍ମାନିତ ଅତିଥି ଭାବରେ ପଣ୍ଡିଆକେରା ଗ୍ରାମପଞ୍ଚାୟତ ପୂର୍ବତନ ସରପଞ୍ଚ ମନମୋହନ ସାମନ୍ତରାୟ ଏବଂ ଯୁବ ସମାଜସେବୀ ତଥା କଳାକାର ବସନ୍ତ କୁମାର ଜେନା, ସ୍ଵୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଲକ୍ଷ୍ମୀ ଅପା ଯୋଗ ଦେଇଥିଲେ।କାର୍ଯ୍ୟକ୍ରମରେ ଅନ୍ତେବାସୀ ମାନେ ବିଭିନ୍ନ ନୃତ୍ୟ ଓ ସଙ୍ଗୀତ, ଏକକ ଅଭିନୟ ପ୍ରତିଯୋଗିତାରେ  ଅଂଶ ଗ୍ରହଣ କରିଥିଲେ। ମାନସିକ ଅସୁସ୍ଥ ବିଭାଗର ପ୍ରକଳ୍ପ ସଂଯୋଜକ କୃଷ୍ଣ ଚନ୍ଦ୍ର ନିଶଙ୍କ ସମସ୍ତଙ୍କୁ ସ୍ଵାଗତ କରିଥିଲେ। ମାନସିକ ଅସୁସ୍ଥ ବିଭାଗର ପୁରୁଷ ଓ ମହିଳା ଅନ୍ତେବାସୀ ମାନେ ବିଭିନ୍ନ ପ୍ରତିଯୋଗୀତାରେ ଭାଗ ନେଇଥିବା ବେଳେ କୃତି ପ୍ରତିଭାଗିଙ୍କୁ ଅତିଥି ମାନଙ୍କ ଦ୍ୱାରା ଚୟନ କରାଯାଇଥିଲା। କୃତି ପ୍ରତିଯୋଗୀ ମାନଙ୍କୁ ମାନସିକ ସ୍ବାସ୍ଥ୍ୟ ଦିବସ ଶେଷ ସପ୍ତାହ ଅକ୍ଟୋବର ୧୨ ତାରିଖରେ ମୁଖ୍ୟ ଅତିଥିଙ୍କ ଉପସ୍ଥିତିରେ ପୁରସ୍କାର ପ୍ରଦାନ କରାଯିବ।ଆଜିର ଉକ୍ତ କାର୍ଯ୍ୟକ୍ରମକୁ ପୁରୁଷ ବିଭାଗର ତତ୍ତ୍ୱାବଧାରକ ନିଗମାନନ୍ଦ ବାରିକଙ୍କ ସହିତ ଚିକିତ୍ସା ମନୋବିଜ୍ଞାନୀ ଇତିଶ୍ରୀ ଜେନା, ଲିଜା ଖୁଣ୍ଟିଆ, ପୂଜା ସାହୁ, ମାମଲି ଜେନା ଏବଂ ମନୋବିଜ୍ଞାନୀ ପରାମର୍ଶଦାତା ବିକାଶ କୁମାର ସେଠୀ, ଲିପି ପ୍ରଧାନ, ଶିବାନୀ, ବିଜୟଲକ୍ଷ୍ମୀ, ହୃଷୀକେଶ, ଅଭିଷେକ, କୁଳନନ୍ଦନ ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୂଚାର ରୂପେ ପରିଚାଳନା କରିଥିଲେ।

Leave A Reply