ବେତନଟୀ : ବୈଶିଙ୍ଗା ଥାନା ଅଧୀନ ନଡ଼ପୁର ପଞ୍ଚାୟତରେ ବଡ଼ସାହି ଓ ବେତନଟୀ ବ୍ଲକର ମୋ’ଦଳ’ କର୍ମକର୍ତ୍ତାମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକକୁ ଚାଷୀ ନେତା ପୁରୁଷୋତ୍ତମ ବେହେରା ସଭାପତିତ୍ୱ କରୁଥିବା ବେଳେ ନବନିର୍ମାଣ କୃଷକ ସଂଗଠନ ଜିଲ୍ଲା ପ୍ରଭାରୀ ଚିନୁ ଦାଶ ଉପସ୍ଥିତ ରହି ଚାଷୀ ମାନଙ୍କ ନେତୃତ୍ବ ବିଷୟରେ ଆଲୋଚନା କରିଥିଲେ । ସ୍ଵାଧୀନତାର ୭୭ ବର୍ଷ ମଧ୍ୟରେ ଯେଉଁ ମାନେ ରାଜନୈତିକ ମୈଦାନ କୁ ଆସନ୍ତି ସେମାନେ କେବଳ ନିଜ ସ୍ୱାର୍ଥ କୁ ଆଖିରେ ରଖି ସାଧାରଣ ଜନତାଙ୍କୁ ଶୋଷଣ କରୁଥିବା ନେଇ ମତ ପ୍ରକାଶ ପାଇଥିଲା । ଆଗାମୀ ନିର୍ବାଚନରେ ଚାଷୀମାନେ ନିଜ ର ସରକାର “ମୋ ଦଳ” ପ୍ରତିଷ୍ଠା କରି ବ୍ୟବସ୍ଥା ପରିବର୍ତ୍ତନ ଲଢ଼େଇରେ ସାମିଲ ହେବାପାଇଁ ଚାଷୀମାନଙ୍କୁ ଆହ୍ୱାନ ମଧ୍ୟ କରିଥିଲେ। ପ୍ରାଇସ୍ ପ୍ରେଷ୍ଟିଜ୍ ଓ ପେନସନ କୁ ଆଇନରେ ପରିଣତ କରିବା ନିମନ୍ତେ ଉପସ୍ଥିତ ସଦସ୍ୟ ମାନେ “ଆମର ଦରକାର-ଚାଷୀ ସରକାର” ଶ୍ଳୋଗାନ ମଧ୍ୟ ଦେଇଥିଲେ । ଏହି ବୈଠକରେ ବେତନଟୀ ବ୍ଲକ ସଭାପତି ପ୍ରସାନ୍ତ କରଣ , ବଡସାହି ବ୍ଲକ ସଭାପତି ରାମକୃଷ୍ଣ ନାଏକ, ଚାଷୀ ନେତା ପଦ୍ମଲୋଚନ ମହାନ୍ତ, ଜେମେଟୁ ମୁର୍ମୁ , ଲାଲମୋହନ ସିଂ, ହରିଶ୍ଚନ୍ଦ୍ର ସାହୁ, ରଞ୍ଜିତ ମହାନ୍ତ, ସଂଗ୍ରାମ କେଶରୀ ମହାନ୍ତି, ହରିଶ୍ଚନ୍ଦ୍ର ଦାସ, ସନ୍ତୋଷ ଗିରି, ଦେବାଶିଷ ମହାନ୍ତ ଏବଂ ଅନ୍ୟ ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ।