ଆଠଗଡ଼ ତା ୧୦-୧୦-୨୩ ଆଠଗଡ଼ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ୫ ମ ଦିନରେ ପହଞ୍ଚିଛି। ଆଜି ପର୍ଯ୍ୟନ୍ତ ପଦଯାତ୍ରାରେ ଯୁବ ସମାଜସେବୀ ଆଦିତ୍ୟ ପ୍ରତାପ ସ୍ଵାଇଁ ନେତୃତ୍ୱ ନେଉଥିବା ବେଳେ ଆଜି ଏକ ନଂ ଜୋନ କୁଲାଇଲୋ ପଞ୍ଚାୟତ ରେ ଅନୁଷ୍ଠିତ ଜନସମ୍ପର୍କ ପଦଯାତ୍ରା ରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ସାମିଲ ହୋଇଥିଲେ। ମନ୍ତ୍ରୀ ଶ୍ରୀ ସ୍ୱାଇଁ ଙ୍କ ନେତୃତ୍ବରେ ପଦଯାତ୍ରା କୁଲାଇଲୋ, ତରସିଂହ, ଗୁଣ୍ଡିଚାପୁର, ପରିକ୍ରମା କରି ଜନସାଧାରଣଙ୍କ ସହିତ ବିଜୁଜନତା ଦଳର ସମ୍ପର୍କ ଓ ଆଠଗଡ଼ ର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ। ତାଙ୍କ ସହିତ ୧ ନଂ ଜୋନ ଜିଲ୍ଲା ପରିଷଦ ସଭ୍ଯା ଶାନ୍ତି ଲତା ବେହେରା, ସୁନିଲ ପରିଡ଼ା, ସୁଶାନ୍ତ ଦାସ, ଆଶୁତୋଷ ମହାନ୍ତି,ଗୋଲଖ ବିହାରୀ ସ୍ୱାଇଁ , ପ୍ରଶାନ୍ତ ଶ୍ରୀଚନ୍ଦନ ରାୟ, ସୁବାସ ଭୋଇ, ବିଭୂତି ସାହୁ, ସୁମିତ୍ରା ଖମାରୀ ପ୍ରମୁଖ ଯୋଗଦେଇଥିଲେ। ଅନ୍ୟପକ୍ଷରେ ଗତ କାଲି ୩ ନଂ ଜୋନ ରେ ପଦଯାତ୍ରା କରିଥିବା ଯୁବ ସମାଜସେବୀ ଆଦିତ୍ୟ ପ୍ରତାପ ସ୍ଵାଇଁ ଆଜି ମହାକାଳବସ୍ତ ପଞ୍ଚାୟତ ର ମାଧପୁର, ଦହିସରା, ହରିପୁର,ମଞ୍ଜାରିପଦା, ବାଲିପଦା ଦେଇ ରାଜନଗର ଠାରେ ଶେଷ ହୋଇଥିଲା। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ବଳଭଦ୍ର ବାଘ, ସରପଞ୍ଚ ରଶ୍ମିତା ପରିଡ଼ା, ବିଚିତ୍ରାନନ୍ଦ ପାଢ଼ୀ, ନିରାକାର ଲେଙ୍କା, ସତ୍ୟ ପ୍ରିୟ ମହାନ୍ତି, ପ୍ରମୁଖ ଯୋଗଦେଇଥିଲେ।
