କେନ୍ଦୁଝର : ବିଜୁଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଘରେ ଘରେ ପହଞ୍ଚିବ ବିକାଶର ବାର୍ତ୍ତା ଏହି ଉଦେଶ୍ୟ ନେଇ ପାଟଣା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ପକ୍ଷରୁ ସାହାରପଡାରେ ବିଜୁଜନତା ଦଳର ଏକ ବିଶାଳ ଜନ ସମ୍ପର୍କ ସମାବେଶ ଓ ପଦଯାତ୍ରା ପାଟଣା ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାଏକ ନେତୃତ୍ବରେ ଏବଂ ସାହାରପଡା ବିଜୁଜନତା ଦଳ ବ୍ଲକ ସଭାପତି ଦିଲ୍ଲୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଗୋରାଣ୍ଡି ଛକ ନିକଟରେ ଏକ ବିଶାଳ ସଭା ଆୟୋଜନ ହେଇଯାଇଥିଲା । ସଭା ଶେଷରେ ନେତୃବୃନ୍ଦ ଏକ ବିଶାଳ ପଟୁଆରରେ ମହିଳା ଏବଂ ପୁରୁଷ କର୍ମୀମାନେ ବିଜେଡି ପତ୍ରିକା ଧରି ଜନ ସମ୍ପର୍କ ପଦଯାତ୍ରାରେ ଯୋଗଦେଇ ଗୋରାଣ୍ଡି ଯୋଡ଼ି ଛକ ଠାରୁ ବାହାରି ସାହାରପଡା ବଜାର ପରିକ୍ରମା କରି ହଳଦୀ ବଟା ଗ୍ରାମ ନିକଟରେ ପଦଯାତ୍ରା ଶେଷ କରିଥିଲେ। ଜନ୍ ସମ୍ପର୍କ ସମାବେଶରେ ପୂର୍ବତନ ମନ୍ତ୍ରୀ ତଥା ଘସିପୁରା ବିଧାୟକ ପ୍ରଫେସର ବଦ୍ରିନାରାୟଣ ପାତ୍ର, କେନ୍ଦୁଝର ସାଂସଦ ସୁଶ୍ରୀ ଚନ୍ଦ୍ରାଣି ମୂର୍ମୁ ପୂର୍ବତନ ମନ୍ତ୍ରୀ ତଥା ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ, ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ, ଚମ୍ପୁଆ ବିଧାୟକ ମିନାକ୍ଷୀ ମହାନ୍ତ, ଜିଲ୍ଲା ବିଜୁଜନତା ଦଳ ସଭାପତି ମାଧବ ଚନ୍ଦ୍ର ସର୍ଦ୍ଧାର, ବିଜେଡି ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ରମଣୀ ନାୟକ, ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଆଶିଷ ଚକ୍ରବର୍ତ୍ତୀ, ପାଟଣା ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଠି, ସଦର ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ସେକ୍ ମଓବଇନ, ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁମିତ୍ରା ମହାନ୍ତ, ଜିଲ୍ଲା ଏସସି ସେଲ ସଭାପତି ଭରତ ଚନ୍ଦ୍ର ପାତ୍ର, କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି କାନନ ବିହାରୀ ପହି, ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା ଓ ଅନ୍ୟ ପଦାଧିକାରୀ ପ୍ରମୁଖ ମଞ୍ଚାସୀନ ଥିଲେ। ଉପସ୍ଥିତ ଅତିଥି ଓ ନେତାମାନେ ଉଦବୋଧନରେ ମୂଖ୍ୟ ମନ୍ତ୍ରୀଙ୍କ ମାଳ ମାଳ ଯୋଜନାର ବାର୍ତ୍ତା ଦେବାସହ ଆଗାମୀ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳକୁ ବିପୁଳ ବିଜୟ ଆଣିଦେବାକୁ ଉପସ୍ଥିତ କର୍ମୀ ଓ ସମର୍ଥକଙ୍କୁ ଆହ୍ୱାନ ଦେଇଥିଲେ।