କେନ୍ଦୁଝର : ଘଟଗାଁ ମିନି ଷ୍ଟାଡିୟମ ଠାରେ ମହାସମାରୋହରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦିବା ୧୧ ଘଟିକାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଭିଡିଓ ସମ୍ମିଳନୀ କକ୍ଷରୁ ସିଧାସଳଖ ବ୍ଲକ ସହ ସଂଯୁକ୍ତ କରାଯାଇ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ୫ ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ଭି.କେ.ପାଣ୍ଡିୟାନ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କୁ ଆନୁଷଙ୍ଗିକ ସହାୟତା ପ୍ରଦାନ କରିଥିଲେ। ଘଟଗାଁ ବ୍ଲକ ତରଫରୁ ବାଲିପୋଖରୀ ପଞ୍ଚାୟତର ସରପଞ୍ଚ ଦ୍ରୌପଦୀ ନାୟକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ସହ ଭାବ ବିନିମୟ କରି ଓଡିଶା ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବ୍ଲକର ୨୭ ଗୋଟି ପଞ୍ଚାୟତ ପାଇଁ ସମୁଦାୟ ୧୩ କୋଟି ୫୦ ଲକ୍ଷର ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିବା ସହ ପ୍ରଥମ କିସ୍ତିରେ ପ୍ରତି ପଞ୍ଚାୟତକୁ ୨୮ ପ୍ରତିଶତ ଅର୍ଥ ପ୍ରଦାନ କରିବା ଆଜିର ଉଲ୍ଲେଖଯୋଗ୍ୟ ବିଷୟ ଥିଲା। ଏହି ୨୮ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇ ବିନିଯୋଗ ପ୍ରମାଣପତ୍ର ପ୍ରଦାନ କଲେ ବଳକା ଅର୍ଥ ତୁରନ୍ତ ପ୍ରେରଣ କରାହେବ ବୋଲି ସୂଚନା ମିଳିଛି। ଆଜିର ଏହି କାର୍ଯ୍ୟକ୍ରମରେ ସ୍ୱୟଂ ସହାୟିକା ମହିଳାଙ୍କ ସମେତ ୬୦୦୦ରୁ ଉର୍ଦ୍ଧ୍ଵ ଜନସାଧାରଣ ଯୋଗଦେଇ ଉତ୍ସାହ ପ୍ରଦାନ କରିଥିଲେ। ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ, ବିଡ଼ିଓ ଉମାକାନ୍ତ ପରିଡ଼ା, ସହକାରୀ ନିର୍ବାହୀ ଯନ୍ତ୍ରୀ ବସନ୍ତ କୁମାର ଆଚାର୍ଯ୍ୟ, ଏବିଡ଼ିଓ ଚିତ୍ତରଞ୍ଜନ ନାୟକ, ଉପାଧ୍ୟକ୍ଷ ଯଦୁମଣି ନାୟକ, ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ଜେନା, ଯାଜ୍ଞସେନୀ ମହାନ୍ତ, କନିଷ୍ଠ ଯନ୍ତ୍ରୀ ଭୋଳାନାଥ ମହାନ୍ତି, ପ୍ରସନ୍ନ କୁମାର ପଣ୍ଡା, ଜୟନ୍ତ ଜେନା, ସିମ୍ପଲ କାପ, ମୀନା ଦାସ, ପ୍ରମୋଦ ଷଡଙ୍ଗୀ, ସୁଦୀପ୍ତ ଦାସ, ସିପି ପ୍ରଦୀପ କୁମାର ରାଜ, ସରପଞ୍ଚ ଦୁଃଶାସନ ନାୟକଙ୍କ ସମେତ ବ୍ଲକ ସ୍ତରୀୟ ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ରହି ସକ୍ରିୟ ସହାୟତା ପ୍ରଦାନ କରିଥିଲେ।