Odisha news

ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳିତ।

0
ଆଠଗଡ଼ ତା ୧୦-୧୦-୨୩  ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ଉପଲକ୍ଷେ ଆଜି ଆଠଗଡ଼ ତାଲୁକ ଆଇନ ସେଵା ସମିତି ପକ୍ଷରୁ ଦୋରଡ଼ ସ୍ଥିତ ଵ୍ରଜଵିହାରୀ ମାନସିକ ଅନଗ୍ରସର ଟ୍ରଷ୍ଟ ଠାରେ ଏକ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମାନସିକ ରୋଗ କୁ କିଭଳି ହ୍ରାସ କରା ଯାଇ ଉପଯୁକ୍ତ ଯତ୍ନ ନିଆଯାଇ ପାରିବ ଏବଂ ସେମାନଙ୍କ ଅଧିକାର ପାଇଁଁ ଆଇନଗତ ସହାୟତା ଯୋଗାଇ ଦିଆ ଯାଇ ପାରିବ ସେ ବାବଦରେ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଆଠଗଡ଼ ସହକାରୀ ଜିଲ୍ଲା ଦୌରା ଜଜ ପ୍ରଦୀପ୍ତ କୁମାର ସାହୁ, ସିଭିଲ ଜଜ ମହାଶ୍ଵେତା ପରିଜା,ଏସ ଡି ଜେ ଏମ୍ କୁନମୁନ ଆଚାରୀ,ଜେ ଏମ୍ ଏଫ୍ ସି ସମ୍ଵେଦନା ସମ୍ବିତ, ଆଠଗଡ଼ ଓକିଲ ସଂଘ ସଭାପତି ଜଗଦାନନ୍ଦ ତ୍ରିପାଠୀ ସମ୍ପାଦକ ଵନଵିହାରୀ ସାହୁ ଶ୍ରୀନିବାସ ଦାସ, ଜ୍ଞାନ ପ୍ରକାଶ ଧଳସାମନ୍ତ ପ୍ରମୁଖ ଯୋଗ ଦେଇଥିଲେ। ରାଜଶ୍ରୀ ମହଲା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave A Reply