ବାରିପଦା : ଖୁଣ୍ଟା ସରକାରୀ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ ହୋଇଯାଇଛି । ଓଡିଶା ସରକାରଙ୍କ ଶିଶୁ ତଥା ମହିଳା ସଶକ୍ତି କରଣ ଏବଂ ଏଆଇଏଫ ସହଭାଗିତାରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ ସେଠୀ ସଭାପତିତ୍ୱ କରିଥିବାବେଳେ ସହକାରୀ ଶିକ୍ଷକ ଧର୍ମେନ୍ଦ୍ର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ଏଥିସହିତ ସାଧନାର ବ୍ଲକ ସଂଯୋଜକ ଦୀପକ କୁମାର ମିଶ୍ର ବିଶ୍ୱ ମାନସିକ ଦିବସର ଉଦେ୍ଦଶ୍ୟ ତଥା କିପତି ଅଧୁନା ଛାତ୍ରଛାତ୍ରୀଙ୍କ ଉପରେ ପ୍ରଭାବ ପକେଇ ପାରିବ ସେନେଇ ମାର୍ଗଦର୍ଶନ କରାଇଥିଲେ ଏବଂ ମେଡିଟେସନ୍ ମାନସିକ ଚାପର ମୂଳମନ୍ତ୍ର ବୋଲି ଶିକ୍ଷକ ଏବଂ ଛାତ୍ର ସମାଜକୁ ବାର୍ତ୍ତା ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସରସସୁନ୍ଦର କରିବା ପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଏଆଇଏଫର କର୍ମକର୍ତ୍ତା ଯଥା ଏମଏଚସି ସୁଶ୍ରୀ ଶୁଭମ ନାୟକ, ଏମଏଚସି ଚିରସ୍ମିତା ଭୋଳ, ଅମିତ୍, ମଧୁସ୍ମିତା, ତପସ୍ୱନୀ, ବୈଉସିନୀ ଓ ଶୁଭଲକ୍ଷ୍ମୀ ସହଯୋଗର ହାତ ବଢାଇଥିଲେ । ପରିଶେଷରେ ଉମାଶଙ୍କର ଚକ୍ରବର୍ତ୍ତୀ ସଭାପତିଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ ହୋଇଥିଲା ।