Odisha news

ନିରାକାରପୁର ଥାନାରେ ଆମ ପୋଲିସ କାର୍ଯ୍ୟକ୍ରମ

0
ନିରାକାରପୁର, ୨୭/୯: ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁ ସମ୍ପର୍କ ରକ୍ଷା କରିବା ସହିତ ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା ପୋଲିସର ଦାୟିତ୍ଵ । ଶାନ୍ତିଶୃଙ୍ଖଳା ରକ୍ଷା କରି ସମସ୍ତ ଲୋକଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରି ଅଞ୍ଚଳରୁ ଚୋରା ମଦ, ବେଆଇନ ପଥର ଚାଲାଣ, ବ୍ରାଉନ ସୁଗାର୍ ,ଜୁଆ ଖେଳ ବନ୍ଦ କରି ପାରିଲେ ଲୋକେ ଶାନ୍ତିରେ ବସବାସ କରି ପାରିବେ ବୋଲି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନାରେ ଅନୁଷ୍ଠିତ ଆମ ପୋଲିସ କାର୍ଯ୍ୟକ୍ରମ ରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। ପୋଲିସ ଆଇଆଇଆସି ସୁଚିତ୍ରା ଜେନା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅତିଥିଭାବେ ବରିଷ୍ଠ ନାଗରିକ ସଭାପତି ପ୍ରସନ୍ନ କୁମାର ନନ୍ଦ,  , ପୋଲିସ ଏସଆଇ ବସନ୍ତ କୁମାର ପଟ୍ଟନାୟକ, ଏସଆଇ ଦିପାଲିସା ନାୟକ, ଏ ଏସ ଆଇ ଶରତ କୁମାର ବେହେରା , ଏ ଏ ଆଇ ତପନ କୁମାର ପ୍ରଧାନ, ବରିଷ୍ଠ ନେତା ବିପିନ କୁମାର ଜୟସିଂହ, ଯୁବ ନେତା ଶୁଭମ ଦାଶ, ପୂର୍ବତନ ସରପଂଚ ହୃଷୀକେଶ ରାଉତରାୟ, ଯୁବ ନେତା ପ୍ରଭାତ କୁମାର ସ୍ୱାଇଁ, ସମିତି ସଭ୍ୟ ରମେଶ ବିଶ୍ଵାଳ,  ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଓ ଥାନା କର୍ମଚାରୀ ରଶ୍ମିତା ମହାରଣାଙ୍କ  ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ବିଭିନ୍ନ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ। ଏହି ସଭାରେ ଅଞ୍ଚଳର କିଛି ବୁଦ୍ଧିଜୀବି ଓ ବରିଷ୍ଠ ନାଗରିକ ମାନେ ଉପସ୍ଥିତ ରହି ନିଜର ମତ ବ୍ୟକ୍ତ କରିଥିଲେ।

Leave A Reply