Odisha news

କୋଣାର୍କରେ ବିଶ୍ୱ ପର୍ଯ୍ୟଟନ ଦିବସ : ସୂର୍ଯ୍ୟମନ୍ଦିରରେ ପର୍ଯ୍ୟଟକଙ୍କୁ ସ୍ୱାଗତ

0
 କୋଣାର୍କ,୨୭।୯ : ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ବୁଧବାର ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ସମ୍ମୁଖରେ ଫୁଲ ଚନ୍ଦନରେ ପର୍ଯ୍ୟଟକଙ୍କୁ ସ୍ୱାଗତ କରାଯାଇଥିଲା । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସକାଳ ୮ଟାରେ ସୂର୍ଯ୍ୟମନ୍ଦିର ସମ୍ମୁଖରେ ଘୋଡାନାଚ ଆଦି ପ୍ରଦର୍ଶିତ ହୋଇଥିଲା । ଏଥିରେ ଅତିଥିଭାବେ ନାଲକୋ ସିଏମଡି ଶ୍ରୀଧର ପାତ୍ର କୋଣାର୍କ ଥାନା ଆଇଆଇସି ପଞ୍ଚାନନ ପରିଡା ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଭଗବତୀ ମହାବିଦ୍ୟାଳୟର ଏନସିସି ଛାତ୍ରଛାତ୍ରୀ, ନର୍ସିଂ ଛାତ୍ରୀ ସାମିଲ ହୋଇ ରାମଚଣ୍ଡୀ ପୀଠରେ ସଫେଇ କରିଥିଲେ। ଏହି କାର୍ଯ୍ୟକ୍ରମକୁ କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ  ଓ ସମସ୍ତ କର୍ମଚାରୀ ପ୍ରମୁଖ ପରିଚାଳନା କରିଥିଲେ।

Leave A Reply