Odisha news

ବନ୍ୟା ବିପନ୍ନ ପରିବାରଙ୍କୁ ” ସହଯୋଗ ” ପରିବାର ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ 

0
ନିରାକାରପୁର, ୬/୮: ମହାନଦୀରେ ବନ୍ୟା ଜଳ ଆସି ଖୋର୍ଦ୍ଧା ବ୍ଲକ ହିରିମୂଳ ଗ୍ରାମ ବାହ୍ୟ ଜାତରୁ ବିଛିନ୍ନ ହୋଇଯାଇଥିବା ନରଣଗଡ ପଞ୍ଚାୟତ ଓ ବ୍ରଜମୋହନପୁର ପଞ୍ଚାୟତର ଅନେକ ଗୁଡ଼ିଏ ଗ୍ରାମର ଏକର ଏକର ଚାଷ ଜମି ଜଳମଗ୍ନ ହୋଇ ରହିଛି। ଏହି ଅବସରରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହିରିମୂଳ ଗ୍ରାମରେ ପ୍ରଶାସନ ରନ୍ଧା ଖାଦ୍ୟ ପ୍ରଦାନ କରୁଥିବାବେଳେ ଆଜି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଣ ପଞ୍ଜୀକୃତ ସଂସ୍ଥା ” ସହଯୋଗ” ପରିବାର ତରଫରୁ ପ୍ରଥମେ ସହଯୋଗ ର ହାତ ବଢ଼ାଇଛି। ପ୍ରତି ବନ୍ୟା ସମୟରେ ପ୍ରଥମେ ଆସୁଥିବା ଏହି ସହଯୋଗ ପରିବାର ଆଜି ପ୍ରତି ପରିବାରକୁ ଚୁଡ଼ା, ଚିନି, ଅଟା, ମୁଢ଼ି, ବିସ୍କୁଟ, ପାଉଁରୁଟି, ସାବୁନ,ସ୍ନାକ୍ସ, ଟୁଥ ପେଷ୍ଟ ବ୍ରସ୍, ପାଣି ବୋତଲ ,ଦିଆସିଲି ପ୍ରଭୃତି ପ୍ରଦାନ କରାଯାଇଛି। ଆଜିର ଏହି ରିଲିଫ ପ୍ରଦାନ କାର୍ଯ୍ୟକ୍ରମରେ ସହଯୋଗ ପରିବାର ବରିଷ୍ଠ ଉପଦେଷ୍ଟା ରବି ନାରାୟଣ ବେହେରା, ବରିଷ୍ଠ ସକ୍ରିୟ ସଭ୍ୟ ଶ୍ୟାମ ସୁନ୍ଦର ପଟ୍ଟନାୟକ, ଅଭିଳାଷ କୁମାର ସ୍ବାଇଁ, ଶିକ୍ଷକ ଉମେଶ ଚନ୍ଦ୍ର ମିଶ୍ର, ରଞ୍ଜନ କୁମାର ଭୋଳ, କୃପାସିନ୍ଧୁ ପଣ୍ଡା, ପ୍ରଭାକର ଜୟସିଂହ,ସୁବୋଧ କୁମାର ଭୋଳ, ବିଦ୍ୟା ସାଗର ପ୍ରଧାନ, ରାକେଶ କୁମାର ପରିଡ଼ା, ସକ୍ରିୟ ସଭ୍ୟ ତଥା ଉପଦେଷ୍ଟା ପ୍ରଣବ କୁମାର ଖାଡଙ୍ଗା, ମୁନମୁନ ବଳିଆରସିଂହ, ଦେବାଶିଷ ବିଶ୍ଵ ଭୁଷଣ ପାହାଡସିଂହ, ସକ୍ରିୟ ସଭ୍ୟ ପ୍ରତ୍ୟୁଷ କୁମାର ସାମନ୍ତରାୟ, ବ୍ରହ୍ମାନନ୍ଦ ଦାସ, ସୌମେନ୍ଦ୍ର ବଡ଼ଜେନା, ସକ୍ରିୟ ସଦସ୍ୟ ରାଜେଶ ପ୍ରତିହାରୀ, ଅଭିରାମ ପଣ୍ଡା, ନିରଞ୍ଜନ ଦଳେଇ, ଲକି ସାହୁ ପ୍ରମୁଖ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଆବାହକ ହିମାଂଶୁ ଭୁଷଣ ଚମ୍ପତିରାୟ ପରିଚାଳନା କରିଥିଲେ।
Leave A Reply