Odisha news

ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ନିରାକାରପୁର

0

ନିରାକାର ପୁର,୧୦/୫:  ଖୋର୍ଦ୍ଧା ଜିଲ୍ଲା ର ଟାଙ୍ଗି ବ୍ଲକ ଅନ୍ତର୍ଗତ ନିରାକାରପୁର ଅଂଚଳ ଟି ସବୁ କ୍ଷେତ୍ର ରେ ଅବହେଳିତ ହୋଇ ପଡିଛି । ରାସ୍ତା ଘାଟ ଠୁ ଆରମ୍ଭ କରି ସ୍ୱାସ୍ଥ୍ୟ ସେବା ପର୍ଯ୍ୟନ୍ତ ସବୁ କ୍ଷେତ୍ର ରେ ନାନାଦି ସମସ୍ୟା ରହିଛି ।କେନ୍ଦ୍ର ସରକାର ହୁଅନ୍ତୁ ଅବା ରାଜ୍ୟ ସରକାର ସମସ୍ତେ ନିରାକାରପୁର କୁ ନିଜ ନିଜର ଗୁରୁତ୍ୱପୂର୍ଣ ପ୍ରକଳ୍ପ ରୁ ବାଦ ଦେଇ ଚାଲିଛନ୍ତି ।ତେଣୁ ନିରାକାରପୁର ଅଂଚଳ ବାସି ଙ୍କ ମନରେ ଅସନ୍ତୋଷ ଏବଂ ହତୋତ୍ସାହ ଦେଖିବାକୁ ମିଳିଛି ।କେନ୍ଦ୍ର ସରକାରଙ୍କର ଭାରତମାଳା ପ୍ରକଳ୍ପ ରେ ନିର୍ମିତ କୋଷ୍ଟାଲ ହାଇୱେ ରୁ ନିରାକାରପୁର ଭଳି ଗୁରୁତ୍ୱପୂର୍ଣ ଅର୍ଥନୈତିକ ପେଣ୍ଠସ୍ଥଳୀ କୁ ବାଦ ଦେଇ ଏହାକୁ ବଡ଼ପୋଖରିଆ ଦେଇ ନିର୍ମାଣ କରା ଯାଉଛି ।ନିରାକାରପୁର କୁ ଏହି ପ୍ରକଳ୍ପ ରେ ସମ୍ପୂର୍ଣ ରୂପେ ଅଣଦେଖା କରାଗଲା । ସେହିଭଳି ନିରାକାରପୁର ଦେଇ ଯାଇଥିବା ନୂଆ ଜଗନ୍ନାଥ ସଡକ ଟିକୁ ଜାତୀୟ ରାଜପଥ ର ମାନ୍ୟତା ପାଇଁ ବାରମ୍ବାର ଦାବି କରିବା ସତ୍ୱେ ୮ ବର୍ଷ ବିତି ଯାଇଥିଲେ ମଧ୍ୟ ଏହାକୁ ଜାତୀୟ ରାଜପଥ ର ମାନ୍ୟତା ମିଳିପାରୁ ନାହିଁ ।ଉଲ୍ଳେଖ୍ୟ ଯୋଗ୍ୟ ଏହାକୁ ଜାତୀୟ ରାଜପଥ କରାଯିବ ବୋଲି ଖୋଦ କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀ ୨୦୧୫ ରେ ଘୋଷଣା କରିଥିଲେ . ସେହିଭଳି ନିରାକାରପୁର ର ଦୁଃଖ ପାଲଟି ଥିବା ନିରାକାରପୁର ରେଳ ଫାଟକ ରୁ ଭିଡ କମାଇବା ପାଇଁ ନୂଆ ଜଗନ୍ନାଥ ସଡକ ରେ ଏକ ବାଇପାସ ନିର୍ମାଣ ପାଇଁ ବାରମ୍ବାର ଦାବି ସତ୍ୱେ ରାଜ୍ୟ ସରକାରଙ୍କ ପୂର୍ତ ବିଭାଗ ଏଥି ପ୍ରତି କର୍ଣପାତ କରୁ ନାହିଁ. ଦେଶ ଓ ରାଜ୍ୟ ସାରା ସବୁ ରେଳ ଷ୍ଟେସନ ଗୁଡିକୁ ଆଧୁନିକ କରଣ କରା ଯାଉଥିଲା ବେଳେ ନିରାକାରପୁର ରେଳ ଷ୍ଟେସନ କୁ ଏଥିରେ ସାମିଲ ନ କରାଯିବ ବିଡମ୍ବନା ର ବିଷୟ ଆଉ ଯାହା ବି ଉନ୍ନତି କରଣ କାର୍ଯ୍ୟ ହେଉଛି ବର୍ଷ ବର୍ଷ ଧରି ଶେଷ ହେଉ ନାହିଁ।  ସେହିଭଳି ଭଲ ଡାକ୍ତରଖାନା ଟିଏ ମଧ୍ୟ ନାହିଁ । ଲୋକେ ନାହିଁ ନଥିବା ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି . ନିରାକାରପୁର ର ଗର୍ବ ଏବଂ ରାଜ୍ୟ ର ଏକ ପ୍ରମୁଖ କଲେଜ କେ ବି ଡି ଏ ଭି କଲେଜ ର ସମ୍ପୂର୍ଣ ଉନ୍ନତିକରଣ ଏବଂ ଆଧୁନିକୀକରଣ ପାଇଁ ମଧ୍ୟ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି ।ନିରାକାରପୁର ପାଖ ରେ ଥିବା ରାମେଶ୍ୱର ବ୍ୟାରେଜ ତଥା ରାମେଶ୍ୱର ପାନ୍ଥିକା ଟି ଏକ ଭଲ ପର୍ଯ୍ୟଟନ ସ୍ଥଳୀ ହୋଇ ପାରନ୍ତା ।କିନ୍ତୁ ଏହା କୁ ଲୋକ ଲୋଚନ କୁ ଅଣାଯାଉ ନାହିଁ କି ଏହାର ଉନ୍ନତି ପାଇଁ କିଛି କରାଯାଉ ନାହିଁ।ବର୍ଷ ବର୍ଷ ଏହା ଏମିତି ଅବହେଳିତ ଅବସ୍ଥା ରେ ପଡ଼ିରହିଛି . ଏହାକୁ ସଠିକ ଭାବେ କାର୍ଯ୍ୟକ୍ଷମ କରାଗଲେ ଏହି ଅଂଚଳ ର ଚାଷୀ ମାନଙ୍କର ମଧ୍ୟ ବହୁତ ଉପକାର ହେଇ ପାରନ୍ତା ।ବିଦ୍ୟୁତ ବିଭାଗ କଥା ତ ନ କହିଲେ ଭଲ . ଅନେକ ସମୟ ରେ ଅଘୋଷିତ ପାୱାର କାଟ ଯୋଗୁଁ ଲୋକ ମାନେ ଗରମ ଏବଂ ଗୁଳୁଗୁଳି ରେ କଲବଳ ହେଉଛନ୍ତି । ୫ ଟି ସଚିବ ସାର ରାଜ୍ୟ ର ସବୁ ଅଂଚଳ ଗସ୍ତ କରୁଥିବା ବେଳେ ନାନାଦି ପ୍ରଗତି ମୂଳକ ପ୍ରକଳ୍ପ ଭେଟି ଦେଉଛନ୍ତି ।କିନ୍ତୁ ଦୁର୍ଭାଗ୍ୟ ର ବିଷୟ ଯେ ନିରାକାରପୁର କୁ ନା କେବେ ରାଜ୍ୟ ର ମୁଖ୍ୟ ମନ୍ତ୍ରୀ ଆସିଛନ୍ତି ନା ଆସୁଛନ୍ତି ୫ଟି ସଚିବ । ତେଣୁ ଏହି ଅଂଚଳ ଟି ସବୁବେଳେ ରାଜ୍ୟ ପ୍ରଶାସନ ର ଦୃଷ୍ଟି ଆଢୁଆଳ ରେ ରହି ଯାଉଛି ।

Leave A Reply