Odisha news

ଶ୍ରୀରାମ ସେବକ ସଂଘ ପକ୍ଷରୁ ଶ୍ରୀ ଶ୍ରୀ ଶ୍ରୀ ୧୦୮ ହନୁମାନ ଚାଳିଶା ପାଠ ପଣା ସଂକ୍ରାନ୍ତିରେ

0

ନିରାକାରପୁର, ୧୧/୪: ଆସନ୍ତା ୧୪ ତାରିଖରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଶ୍ରୀରାମ ସେବକ ସଙ୍ଘ ତରଫରୁ ରାମ ମନ୍ଦିର ପରିସର ମାରୁତି ମଣ୍ଡପରେ   ଆରାଧ୍ୟ ଦେବ ଶ୍ରୀ ଶ୍ରୀ ସଙ୍କଟ ମୋଚନ ହନୁମାନ ଜୀଙ୍କ ଜୟନ୍ତୀ ତଥା ଦଶମ ବାର୍ଷିକ ଉତ୍ସବ ସହିତ ଓଡ଼ିଆ ନବ ବର୍ଷ ମହା ବିଷୁବ ପଣା ସଂକ୍ରାନ୍ତି ଅବସରରେ ସାମୁହିକ ଶ୍ରୀ ଶ୍ରୀ ଶ୍ରୀ ୧୦୮ ହନୁମାନ ଚାଳିଶା ପାଠ , ଯଜ୍ଞ ଅନୁଷ୍ଠିତ ହେବାର ସ୍ଥିର ହୋଇଛି। ସନ୍ଧ୍ୟା ସାତଟା ରେ ଭଜନ ସମାରୋହ ଅନୁଷ୍ଠିତ ହେବ ସହିତ ଭକ୍ତମାନେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ଏଣୁ ସଂଖ୍ୟାରେ ଭକ୍ତ ମାନେ ଯୋଗ ଦେଇ ହନୁମାନଙ୍କ ଆଶୀର୍ବାଦ ଲାଭ କରିବାକୁ କମିଟି ପକ୍ଷରୁ ଅନୁରୋଧ କରାଯାଇଛି।

Leave A Reply