ନିରାକାରପୁର,୪/୪ ସି.ବି.ଏସ୍.ଇ ବୋର୍ଡ ଦଶମ ପରୀକ୍ଷା ଦେଇଥିବା ଛାତ୍ରୀ ସୁଶ୍ରୀ ଶୁଲଗ୍ନା ଦାଶଙ୍କ ରଚିତ ଇଂରାଜୀ କବିତା ଗୁଚ୍ଛ “ଦି ୱାର୍ଲ୍ଡ ଇନ୍ ମାଇଁ ଫ୍ରେମ୍” କୁ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଆଜି ରାଜଭବନ ପରିସରରେ ଲୋକାର୍ପଣ କରିଛନ୍ତି । ସୁଲଗ୍ନାଙ୍କ କାବ୍ୟ ସଂଯୋଜନା ଓ ଶବ୍ଦ ଗୁମ୍ପନର ପ୍ରଶଂସା କରିବା ସହ ପ୍ରଫେସର ଗଣେଶୀ ଲାଲ୍ ଅଙ୍ଗବସ୍ତ୍ର ପ୍ରଦାନ କରି ତରୁଣୀ କବିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଉନ୍ମୋଚନ ଅବସରରେ ପ୍ରକାଶକ ବନୋଜ ତ୍ରିପାଠୀ ଓ ରାଜ୍ୟପାଳଙ୍କ ଜନ ସମ୍ପର୍କ ଅଧିକାରୀ କବି ରକ୍ଷକ ନାୟକଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ । ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠାତା କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି ପୁସ୍ତକର ସମୀକ୍ଷା କରିଥିବା ବେଳେ ଉପୋଦଘାତ ଲେଖିଛନ୍ତି ଡକ୍ଟର ମୃତ୍ୟୁଞ୍ଜୟ ରଥ। ଖୋର୍ଦ୍ଧା ନିବାସୀ ତଥା ନିରାକାରପୁର କଲେଜ ଅଧ୍ୟାପକ ଡକ୍ଟର ପ୍ରଭାତ କୁମାର ଦାଶ ଓ ସୁମିତା ଶତପଥୀଙ୍କ ସୁକନ୍ୟା ସୁଲଗ୍ନାଙ୍କୁ ତାଙ୍କ କୃତିତ୍ୱ ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇଛନ୍ତି ବିଶିଷ୍ଟ ବ୍ୟକ୍ତିମାନେ ।