ନିରାକାରପୁର, ୨/ ୧: କଥାରେ ଅଛି ପେଟ ପୋଷ ନାହିଁ ଦୋଷ ହେଲେ ସତ ଉପାୟରେ ଅର୍ଥ ଉପାର୍ଜନ ମନୁଷ୍ୟ ର ମନକୁ ମିଳିଥାଏ ଶାନ୍ତି ।ଏଠି କିନ୍ତୁ କର୍ମ ଓଲଟା ଅସତ୍ ଉପାୟରେ ଚୋରି ବିଦ୍ୟାକୁ ନେଇଥିଲା ଆପଣେଇ।ଚୋରି ବିଦ୍ୟା ପଡ଼ିଲା ମାହାଙ୍ଗା।ବିଦ୍ୟୁତ ସଂସ୍ପର୍ଶରେ ଆସି ଘଟିଲା ମୃତ୍ୟୁ।ବିଦ୍ୟୁତ୍ ଖୁଣ୍ଟରେ ଥିବା ଆଙ୍ଗେଲ ଓ ତାର କୁ ଚୋରି କରୁଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ସ୍ଥଳରେ ମୃତ୍ୟୁ ଘଟିଛି ।ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଛଣଗିରି ଗ୍ରାମରେ।.ଛଣଗିରି ମୁସଲିମ ସାହିର ଶେଖ ଆଲିମ୍ ଓରଫ କୁନା ୪୪ବର୍ଷ ବିଦ୍ୟୁତ ତାର ଏବଂ ଆଙ୍ଗେଲ୍ ଚୋରି ଉଦ୍ଦେଶ୍ୟରେ ସେହି ଗ୍ରାମର ଏକ ବିଦ୍ୟୁତ ଖୁଣ୍ଟରେ ଚଢ଼ି ତାର କାର୍ଯ୍ୟକ୍ରମ କରିଥିଲା ବେଳେ କିନ୍ତୁ ଭାଗ୍ୟର ବିଡମ୍ବନା ବିଦ୍ୟୁତ ଶକରେ ଆସି ମୃତ୍ୟୁ ବରଣ କରିଛି। ଖବର ପାଇ ପୋଲିସ ଓ ବିଦ୍ୟୁତ ବିଭାଗର ଅଧିକାରୀ ମାନେ ଆସି ଦମକଳବାହିନୀ ଙ୍କୁ ଡାକି ଶବକୁ ତଳକୁ ଆଣି ଖୋର୍ଦ୍ଧା ହସ୍ପିଟାଲ କୁ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି।