Odisha news

କମାଗୁରୁରେ ଜିଲ୍ଲାସ୍ତରୀୟ ଯୁବ ରେଡକ୍ରସ୍ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦଘାଟିତ ସେବା ମନୋବୃତ୍ତି ରହିଲେ ଜଣେ ଭଲ ମଣିଷ ହୋଇପାରିବ

0

ନିରାକାରପୁର, ୨୮/୧୨: ମାନବ ସେବା ହିଁ ମାଧବ ସେବା। ସେବା ମନୋବୃତ୍ତି ରଖିଥିବା ଛାତ୍ରଛାତ୍ରୀ ଭବିଷ୍ୟତରେ ନିଶ୍ଚିତ ଭଲ ମଣିଷ ହୋଇପାରିବ। ଯୁବ ରେଡକ୍ରସ୍ ଶିବିରରୁ ସେବା କରିବାର ବିଭିନ୍ନ ଉପାୟ ଗୁଡ଼ିକର ଶିକ୍ଷା ଗ୍ରହଣ କରି ଶିବିରାର୍ଥୀ ମାନେ ସମାଜରେ କାର୍ଯ୍ୟକାରୀ କରିପାରିଲେ ତାହାହିଁ  ତାଙ୍କୁ ଏକ ସୂତନ୍ତ୍ର ପରିଚୟ ପ୍ରଦାନ କରିବ ବୋଲି ଖୋର୍ଦ୍ଧା ଜିଲ୍ଲା କମାଗୁରୁ ସ୍ଥିତ ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ତିନିଦିନିଆ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ୍ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦଘାଟିତ ଉତ୍ସବ ରେ ଯୋଗ ଦେଇ ବିଶିଷ୍ଟ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅତିଥି ପରିଚୟ ପ୍ରଦାନ କରିଥିଲେ ଅଧ୍ୟାପିକା ଡ ରେଣୁବାଳା ସାମନ୍ତରାୟ। ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଉପାଧ୍ୟକ୍ଷ ପ୍ରଣବ କିଶୋର ମହାନ୍ତି, ମୁଖ୍ୟ ବକ୍ତ।ଭାବେ ବାଣପୁର ଗୋଦାବରୀଶ କଲେଜ ଅଧ୍ୟାପକ ଲକ୍ଷ୍ମୀ ପ୍ରସାଦ ମିଶ୍ର, ସମ୍ମାନୀତ ଅତିଥିଭାବେ ଜିଲ୍ଲା ଯୁବ ରେଡକ୍ରସ୍ ଉପଦେଷ୍ଟା ସୁବୋଧ କୁମାର ଜଗଦେବ, ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ଶତପଥୀ ପ୍ରମୁଖ ଉପସ୍ଥିତ ରହି  ରେଡକ୍ରସ ପତାକା ଉତ୍ତୋଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ଶିବିରରେ ରହିଥିବା ଛାତ୍ର ଛାତ୍ରୀଙ୍କୁ ଆର୍ଶିବଚନ ପ୍ରଦାନ କରିଥିଲେ। ଅଧ୍ୟାପକ ସତ୍ୟନାରାୟଣ ମହାପାତ୍ର ମଞ୍ଚ ସଞ୍ଚାଳନ କରିଥିବାବେଳେ ଶିବିରକୁ ରେଡକ୍ରସ କାଉନସିଲର ବିଦ୍ୟାଧର ବିଶ୍ଵାଳ ପରିଚାଳନା କରିଥିଲେ। ଏହି ଶିବିରରେ ସମୁଦାୟ ୧୨ ଟି କଲେଜରୁ ୭୩ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିବା ଜଣାପଡିଛି।

Leave A Reply