Odisha news

ସଉରୀ ଚରଣ ସଂସ୍କୃତ ମହାବିଦ୍ୟାଳୟ ର ସ୍ବତନ୍ତ୍ର ଜାତୀୟ ସେବା ଯୋଜନା ଉଦଘାଟିତ

0

ନିରାକାର ପୁର ୨୬/୧୨ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଲେଣ୍ଡୁ ପଞ୍ଚାୟତ ସ୍ଥିତ ସଉରୀ ଚରଣ ସଂସ୍କୃତ ମହାବିଦ୍ୟାଳୟ ରେ ଗତକାଲି ସ୍ବତନ୍ତ୍ର ଜାତୀୟ ସେବା ଯୋଜନା କୁ ରାଜ୍ୟ ମହିଳା ବିଜୁ ଜନତା ଦଳ ର ବରିଷ୍ଠ ଉପସଭାପତି ବାସନ୍ତି ମହାପାତ୍ର ଉଦ୍ ଘାଟନ କରିଥିଲେ । ଉକ୍ତ ଉତ୍ସବରେ କଲେଜ ର ଅଧ୍ୟକ୍ଷ ପ୍ରମୋଦ କୁମାର ଯେନା ଅଧ୍ୟକ୍ଷତା କରିଥିଲେ । ମାନବ ସେବାହି ମାଧବ ସେବା ଏହି ଅନୁଭଵ କରାଯାଇ ନିକଟସ୍ଥ ଗ୍ରାମ ମାନଙ୍କୁ ଯାଇ ସଚେତନତା ର ବାର୍ତ୍ତା ସ୍ବେଛାସେବୀ ମାନେ ବାଣ୍ଟିଥିଲେ । ଛାତ୍ର ଜିବନ ଏକ ମୁକ୍ତ ଜିବନ ବାସ୍ତବରେ ତାର ଅର୍ଥ ରୋଜଗାର ପାଇଁ ଚିନ୍ତା ନ ଥାଏ ସେଥିପାଇଁ ଉନ୍ନତ ପଥ ଗଢିତୋଳିବା ପାଇଁ ଆହ୍ୱାନ ଦେଇଥିଲେ ବୋଲି ମୁଖ ଅତିଥି କହିଥିଲେ । ଯାତିୟ ସେବା ଶିବିର ର ପ୍ରୋଗ୍ରାମ ଅଫିସର ସୁଚିତ୍ରା ସାହୁ ଙ୍କ ତତ୍ତ୍ୱାବଧାନରେ ଉକ୍ତ ଶିବିର ଆରମ୍ଭ ହୋଇଯାଇଛି ଉକ୍ତ ଯୋଜନା ରେ ଅଧ୍ୟାପିକା ଅଧ୍ୟାପକ ସଶାଙ୍କ ଶେଖର ମିଶ୍ର,ସୁଚିନ୍ଦ୍ର ନାୟକ , ଲଛମନ ନାୟକ , ସିତାରାମ ଦାସ , ରଶ୍ମିତା ଦାସ , ଦେବସ୍ମିତା ମହାପାତ୍ର, ସୁଜାତା ଜେନା , ଏଵଂ କାମଦେବ ଖଣ୍ଡାୟତ ରାୟ ସହଯୋଗ କରିଥିଲେ ଉକ୍ତ ଶିବିର ରେ ୫୦ଜଣ ଛାତ୍ର ଛାତ୍ରୀ ଅଛନ୍ତି ୨ୟ ଦିନ ଶିବିର ରେ ମୁଖ୍ୟ ଅତିଥି ଭାବେ ବିଜୁଜନତା ଦଳର ବରିଷ୍ଠ ନେତା ତଥା ସମାଜ ସେବୀ ପ୍ରଫୁଲ୍ଲ ଚନ୍ଦ୍ର ଜେନା ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ସେବାରେ ଛାତ୍ର ଜୀବନ ସମ୍ପର୍କରେ ଆଲୋକ ପାତ କରିଥିଲେ । ଏହି କାର୍ଯ୍ୟକ୍ରମ ଦୁଇ ଦିନ ଧରି ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା।

Leave A Reply