Odisha news

ନିରାକାରପୁର ହାଇସ୍କୁଲରେ ଶିଶୁ ଦିବସ ପାଳିତ

0

ନିରାକାରପୁର, ୧୪/୧୧: ଖୋର୍ଦ୍ଧା ଜିଲ୍ଲା ନିରାକାରପୁରସ୍ଥିତ ସରକାରୀ କ୍ଷେତ୍ରବାସୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଶିଶୁ ଦିବସ ଧୁମଧାମରେ ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ସ୍କୁଲ କମିଟି ସଭାପତି ରବିନାରାୟଣ ବାହିନୀପତି, ଶିକ୍ଷକ ବ୍ରଜବନ୍ଧୁ କର ଓ ସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ରବୀନ୍ଦ୍ର ନେମାଳ ଓ ବିଜୟ କୁମାର ସେଠୀ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ। ଛାତ୍ର ଛାତ୍ରୀଙ୍କ ମଧ୍ୟରେ କବାଡି, ସ୍କିପିଂ, କ୍ୟାରେମ୍, ପୁଚି,ସଙ୍ଗୀତ, ଫ୍ୟାନସି ଡ୍ରେସ ପ୍ରମୁଖରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସେହି ପରି ନିରାକାର ପୁର  ସରସ୍ବତୀ ଶିଶୁ ମନ୍ଦିର ଓ ନେତାଜୀ ପବ୍ଲିକ ସ୍କୁଲ ରେ ମଧ୍ୟ ଶିଶୁ ଦିବସ ପାଳିତ ହୋଇଯାଇଛି।

Leave A Reply