ନିମାପଡା:କରୋନା ସଂକ୍ରମଣରୁ ରକ୍ଷା ପାଇବା ଲାଗି ଆଜି ସମାଜସେବୀ ତଥା ଯୁବ ନେତା ଜୟଦେବ ବରାଳଙ୍କ ନେତୃତ୍ୱରେ ନିମାପଡା ମେଡିକାଲରେ ପରିସରରେ ହାତ ତିଆରୀ ମାସ୍କ ବଂଟନ କରାଯାଇଛି ।ସମାଜସେବୀ ଶ୍ରୀ ବରାଳ ଏବଂ ତାଙ୍କ ସହାୟକ ଆଜି ଅପରାହ୍ନରେ ନିମାପଡା ମେଡିକାଲ ପରିସରରେ ମାସ୍କ ଧରି ପହଂଚିଥିଲେ ।ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର,ଫାର୍ମାସିଷ୍ଟ,ରୋଗୀ ଏବଂ ତାଙ୍କ ସଂପର୍କୀୟ,କର୍ମଚାରୀ ,ମେଡିକାଲ ରାସ୍ତାଦେଇ ଯାଉଥିବା ଜନସାଧାରଣଙ୍କୁ ୫ଶହରୁ ଅଧିକ ମାସ୍କ ବଂଟନ କରିବା ସହିତ ସବୁବେଳେ ବାରମ୍ବାର ହାତଧୋଇବା,ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ ଲୋକଙ୍କୁ ସଚେତନତା ବାର୍ତା ଦେଇଥିଲେ ।ଏଥିରେ ଯୁବନେତା ରମେଶ ଚନ୍ଦ୍ର ମଲ୍ଲିକ ସହାୟତା କରିଥିବା ବେଳେ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର କ୍ଷମାନିଧି ସେଠୀ,ଫାର୍ମାସିଷ୍ଟ ଆଇ,ତ୍ରିନାଥ ପାତ୍ର ପ୍ରମୁଖ ମାସ୍କ ବଂଟନ ସମୟରେ ଉପସ୍ଥିତଥିଲେ ।ସେହିପରି ଶ୍ରୀ ବରାଳ ଲକ ଡାଉନ ଘୋଷଣା ପରଠାରୁ ନିମାପଡା ମେଡିକାଲ,ପେଟ୍ରୋଲ ପମ୍ପ,ବ୍ୟାଙ୍କ ଏଟିଏମ୍ରେ କାର୍ଯ୍ୟରତ ଜଗୁଆଳୀଙ୍କୁ ପ୍ରତ୍ୟହ ଚା,ବିସ୍କୁଟ ବଂଟନ କରି ଆସୁଛନ୍ତି ।