ଅଭୟଚାନ୍ଦପୁର ଥାନା ପୁଲିସ ୭୫ ଲିଟର ଆସ୍କା ୪୦ (୩୭୫) ବୋତଲ ଜବତ କରିଛି । ଏହି ଚୋରା ମଦ ବିକ୍ରି କରୁଥିବା ତିନି ଜଣଙ୍କୁ ପୁଲିସ ଗିରଫ କରିଛି । ସେମାନେ ହେଲେ ନୋଳିଆସାହିର ବିଜୟ ବେହେରା, ପ୍ରକାଶ ବେହେରା ଓ ଗୌତମ ବେହେରା । ପୁଲିସ ଏମାନଙ୍କ ନିକଟରୁ ୪ଟି ମୋବାଇଲ, ୧୨ ହଜାର ଟଙ୍କା ଓ ଏକ ଇଣ୍ଡିଗୋ କାର (ଓଡି ୧୩ ୨୨୫୫)କୁ ଜବତ କରିଛି । ବର୍ତ୍ତମାନ ଲକ୍ଡାଉନ ସମୟରେ ମଦ ଦୋକାନ ଗୁଡ଼ିକ ବନ୍ଦ ଥିବାରୁ ଚୋରାରେ ମଦ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରିବା ଉଦେ୍ଦଶ୍ୟରେ ଚୋରା ମଦ ବେପାରୀମାନେ ଏବେ ମାତିଥିବା ଜଣାପଡ଼ିଛି ।