Odisha news

ବାଘ ଦେହରେ କରୋନା ! ନନ୍ଦନକାନନରେ ବଢ଼ିଲା ସୁରକ୍ଷାା ବ୍ୟବସ୍ଥା

0

ବାରଙ୍ଗ :ମହାମାରୀ କରୋନା ଭୂତାଣୁ ଦେଶରେ ଆତଙ୍କ ଖେଳାଇ ଦେଇଛି । ଖାଲି ମାନବ ଜାତି ନୁହେଁ, ଏହି ମହାମାରୀ କରୋନା ଭୂତାଣୁ ଏବେ ବାଘ ଦେହରେ ପ୍ରବେଶ କରିବା ପରେ ଜୀବଜନ୍ତୁଙ୍କ ସୁରକ୍ଷା ନେଇ ଏବେ ଉଠିଛି ପ୍ରଶ୍ନବାଚୀ । ଦେଶର ସମସ୍ତ ଚିଡିଆଖାକୁ କଡା ସୁରକ୍ଷା ବଳୟ ଭିତରେ ରଖିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡ୍ଲାଇନ୍ ଜାରି କରାଯାଇଛି । ସେହିଭଳି ନନ୍ଦନକାନନରେ ମଧ୍ୟ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି । ଜୀବଜନ୍ତୁମାନଙ୍କୁ ଯେଭଳି କରୋନା ଭୂତାଣୁ ଆକ୍ରାନ୍ତ ନ କରିବ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ କଡା ନିଦେ୍ର୍ଦଶମାନା ଜାରି କରାଯାଇଛି ।
ସରକାର ୨୧ଦିନିଆ ଲକଡାଉନ ଘୋଷଣ ମଧ୍ୟ କରିଛନ୍ତି । ନନ୍ଦନକାନନ ମଧ୍ୟ ବନ୍ଦ ରହିଛି । ମଣିଷ ପରେ ପଶୁ ମଧ୍ୟ କରୋନାଦ୍ୱାରା ଆକ୍ରାନ୍ତ ହୋଇପାରନ୍ତି ବୋଲି ରବିବାରଦିନ ଜଣାପଡିଛି । ନୁ୍ୟୟାର୍କର ବୋନ୍ସ୍ ଚିଡିଆଖାନାର ଏକ ବାଘ କରୋନାଭୁତାଣୁ ଦ୍ୱାର ସଂକ୍ରାମିତ ହୋଇଥିବାର ତାର ରକ୍ତନମୁନା ପରିକ୍ଷଣ ପରେ ୫ତାରିଖରେ ଜଣାପଡିବାପରେ କେନ୍ଦ୍ରିୟ ଚିଡିଆଖାନା କର୍ତୁପକ୍ଷ ସମସ୍ତ ଚିଡିଆଖାନା କର୍ତୁପକ୍ଷଙ୍କ ପାଇଁ ନିଦେ୍ର୍ଦଶନାମା ସୋମବାରଦିନ ଜାରିକରିଛନ୍ତି ।ଏହି ନିଦେ୍ର୍ଦଶନାମା ନନ୍ଦନକାନନ କର୍ତୁପକ୍ଷ ପାଇବାପରେ ଅଧିକପରିମାଣର ସଜାଗ ହୋଇଯାଇଛନ୍ତି । ଯଦିଓ ନନ୍ଦନକାନନ ବନ୍ଦଦିନଠାରୁ କର୍ତୁପକ୍ଷ ପ୍ରତିକାରମୁଳକ ପଦକ୍ଷପ ଗ୍ରହଣ କରିଛନ୍ତି ।ଏହାକୁ କଡାକଡିଭାବେ ପାଳନ କରିବାକୁ ଅଧିକାରୀମାନଙ୍କୁ କର୍ତୁପକ୍ଷ ନିଦେ୍ର୍ଦଶ ଦେଇଛନ୍ତି । କର୍ମଚାରୀମାନଙ୍କ ମଧ୍ୟରେ ସାମାଜିକ ଦୁରତା ବଜାୟ ରଖିବାସହ କର୍ମଚାରୀମାନଙ୍କୁ ମାସ୍,ଗ୍ଲୋବ ,ସାନିଟାଇଜର ଆଦି ପ୍ରଦାନ କରିଛନ୍ତି କର୍ତୁପକ୍ଷ । ଏହାକୁ ଲଗାଇ କର୍ମଚାରୀମାନେ ପଶୁପକ୍ଷୀମାନଙ୍କ ପାଖକୁ ଯାଉଛନ୍ତି ଓ ଖାଦ୍ୟ ପ୍ରଦାନ କରୁଛନ୍ତି ।ଖାଇବାକୁ ଦେବାବେଳେ ପଶୁପକ୍ଷୀମାନଙ୍କଠାରୁ ଦୁରତା ରଖିବା ସହ ଅନାବଶ୍ୟକ ସମୟରେ ପଶୁପକ୍ଷୀମାନଙ୍କ ପାଖକୁ ନଯିବା ଉପରେ କଟକଣା ଜାରି କରିଛନ୍ତି ନନ୍ଦନକାନନ କର୍ତୁପକ୍ଷ । ଆମେ ଆନିମଲକିପର ମାନଙ୍କୁ ଆଗରୁ ପ୍ରତିକାରମୁଳକ ଭାବେ ମାସ୍,ଗ୍ଲୋବ ,ସାନିଟାଇଜର ଆଦି ପ୍ରଦାନ କରିଛୁ । ସେମାନେ ଏହାକୁ ବ୍ୟବହାର କରି ପଶୁପକ୍ଷୀମାନଙ୍କ ପାଖକୁ ଯାଉଥିଲେ । ନୁ୍ୟୟାର୍କରେ ଆନିମଲକିପରଠାରୁ ବାଘକୁ ସଂକ୍ରାମିତ କରିଥିବାର ଜଣାପଡିଛି । କିନ୍ତୁ ନନ୍ଦନକାନନରେ ଆମେ ଆଗରୁ ସଜାଗ ରହିଛୁ । କେନ୍ଦ୍ରୀୟଚିଡିଆଖାନା କର୍ତୁପକ୍ଷଙ୍କ ଦ୍ୱାରା ପ୍ରଦତ ନିଦେ୍ର୍ଦଶନାମାକୁ ପାଳନ କରିଚାଲିଛୁ । ସେଭଳି ଅସୁବିଧା ନନ୍ଦନକାନନରେ ନାହିଁ ବୋଲି ନନ୍ଦନକାନନ ଉପନିଦେ୍ର୍ଦଶକ ଜୟନ୍ତକୁମାରଦାସ କହିଛନ୍ତି ।

Leave A Reply