Odisha news

ପ୍ରକୃତିର ୧୦ଟି ରହସ୍ୟଜନକ ଜାଗା : ପଢିଲେ ଆଶ୍ଚର୍ଯ୍ୟ ହେବ

0

ରକ୍ତର ଝରଣା: ଏହା ଆଣ୍ଟାର୍ଟିକାରେ ଅବସ୍ଥିତ । ଏହା ପୃଥିବୀର ସବୁଠାରୁ ଥଣ୍ଡା ଜାଗା ଅଟେ । ଏହା ଏକ ରହସ୍ୟମୟୀ ଜାଗା ଅଟେ । ଏହି ହ୍ରଦଟି ପ୍ରଥମଥର ୧୯୧୧ ମସିହାରେ ଉଦ୍ଭାବନ ହୋଇଥିଲା । ଏହାକୁ ଜଣେ ଅଷ୍ଟ୍ରେଲିଆର ଭୂତ୍ତ୍ୱବିଜ୍ଞାନୀ ଗ୍ରୀଫ୍ଟ ଟେଲର୍ ଉଦ୍ଭାବନ କରିଥିଲେ । ତାଙ୍କୁ ପ୍ରଥମେ ଲାଗିଲା ଯେ, ଏହି ଯେଉଁ ଲାଲ ପାଣି ମାଇକ୍ରୋସ୍କୋପିକ୍ ପାଇଁ ହୋଇଛି ।

Blood Falls

୨୦୦୩ ମସିହାରେ ଟେଲର୍ଙ୍କ ଏହି ମନ୍ତବ୍ୟକୁ ଭୁଲ ବୋଲି କୁହାଗଲା । ଏହା ପରେ ଆଲାସ୍କା ବିଶ୍ୱବିଦ୍ୟାଳୟର ଫ୍ଲେୟାର୍ ବ୍ୟାଙ୍କ କହିଲେ ଯେ, ଏହି ପାଣିରେ ଅଧିକ ପରିମାଣରେ ଆଇରନ୍ ଅକ୍ସାଇଡ୍ ଅଛି, ତେଣୁ ଏହି ପାଣି ଲାଲ୍ ଅଟେ ।

ଇନ୍ଦ୍ରଧନୁ ୟୁକାଲିପଟାସ୍ ବୃକ୍ଷ: ଏହା ଅତି ଉଚ୍ଚ ବୃକ୍ଷ ଅଟେ । ଏହାର ଉଚ୍ଚତା ପାଇଁ ଏହାକୁ ଇନ୍ଦ୍ରଧନୁ ବୃକ୍ଷ କୁହାଯାଏ । ଏହି ପ୍ରଜାତିର ବୃକ୍ଷ ବିଶ୍ୱରେ ଖାଲି ବ୍ରିଟେନ୍, ଗିନି, ସେରାମ୍, ସୁଲାୱେଟି ଆଉ ମିଣ୍ଡାନାଓରେ ମିଳେ ।

ଏହି ବୃକ୍ଷର ମୂଳଟି ବିଭିନ୍ନ ରଙ୍ଗର ହୋଇଥାଏ । ଏହି ଗଛର ବିଶେଷତ୍ତ୍ୱ ହେଲା, ସମୟାନୁକ୍ରମେ ବିଭିନ୍ନ ରଙ୍ଗରେ ପରିବର୍ତ୍ତିତ ହୁଏ । ଏହାର ଆଉ ଏକ ବିଶେଷତ୍ତ୍ୱ ହେଲା- ଏହି ବୃକ୍ଷ ଯେଉଁସବୁ ସ୍ଥାନରେ ଥାଏ, ସେହି ସ୍ଥାନରେ ସବୁଠାରୁ ଅଧିକ ପରିମାଣରେ ବୃଷ୍ଟିପାତ ହୋଇଥାଏ ।

ୱେଭ୍ ଆରିଜୋନା: ପ୍ରକୃତିର ଆଉ ଏକ ସୌନ୍ଦର୍ଯ୍ୟ ହେଲା ୱେଭ୍ ଆରଜୋନା । ଏହା ଆରିଜୋନାରେ ମିଳନ୍ତି, ଯାହା ଯୁକ୍ତରାଷ୍ଟ୍ର ଆମେରିକାରେ ଅବସ୍ଥିତ ।

ଆରିଜୋନାର କୋୟେଟା ବଟସ୍ର ଚଟାଣରେ ଏହା ଏକ ସୌନ୍ଦର୍ଯ୍ୟପୂର୍ଣ୍ଣ ଲାଲ ସ୍ୟାଣ୍ଡଷ୍ଟୋନ୍ ଭାବେ ଗଠନ ହୋଇଛି । ଏହି ସ୍ୟାଣ୍ଡଷ୍ଟୋନ୍ଟି ପର୍ବତାରୋହୀ ଓ ଫଟୋଗ୍ରାଫର୍ଙ୍କ ମଧ୍ୟରେ ବହୁତ ପ୍ରସିଦ୍ଧି ଅଟେ ।

ଚାକଚକ୍ୟ କୂଳ ଭାଦୁ ମାଳଦ୍ୱୀପ: ଭାଦୁ ଆଇଲ୍ୟାଣ୍ଡ ଅତି ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ । ଏହାକୁ ପୃଥିବୀର ଭୂସ୍ୱର୍ଗ ବୋଲି କୁହାଯାଏ । ଏହାର ସୌନ୍ଦର୍ଯ୍ୟ ପର୍ଯ୍ୟଟକମାନଙ୍କୁ ରାତ୍ରି ସମୟରେ ଆଶ୍ଚର୍ଯ୍ୟ କରିବା ସହିତ ବିମୋହିତ କରିଥାଏ ।

ଏହି ଆଇଲ୍ୟାଣ୍ଡଟି ବିଶେଷତଃ ତାର ଚାକଚାକ୍ୟ ସାମୁଦ୍ରିକ ଢେଉ ପାଇଁ ପ୍ରସିଦ୍ଧ ଅଟେ । ଏହାକୁ ‘ସି ଅଫ୍ ଷ୍ଟାର୍’ ବୋଲି ଜଣାଯାଏ । ରାତ୍ରି ସମୟରେ ମନୋମୁଗ୍ଧକାରୀ ସମୁଦ୍ର ଢେଉ ସମସ୍ତଙ୍କୁ ବିମୋହିତ କରେ ।

ଲାଇଟ୍ ପିଲାରସ୍ ଓଭର୍ ମସ୍କୋ: ଏହା ରୁଷ୍ ଦେଶର ମସ୍କୋରେ ଅବସ୍ଥିତ ।

ଏହା ଏକ ବିମୋହିତ ଆଲୋକ ଦୃଶ୍ୟ ଅଟେ । ଆଲୋକର ବାତାବରଣରେ ଥିବା ଛୋଟ ଛୋଟ ବରଫ ଖଣ୍ଡ ଦ୍ୱାରା ପ୍ରତିଫଳିତ ହୁଏ ।

ରିଫ୍ଲେକ୍ଟିଭ୍ ସଲ୍ଟ ଫ୍ଲାଟ୍ସ: ଏହା ବୋଲିଭିଆରେ ଅବସ୍ଥିତ । ଏହି ଜାଗାଟି ଗୋଟିଏ ସୁନ୍ଦର ଜାଗା । ଏହିଠାକୁ ଗଲେ ଲାଗିବ ଯେପରି ଆକାଶ ଓ ପୃଥିବୀ ମିଶି ସ୍ୱପ୍ନିଳ ଦୃଶ୍ୟ ତିଆରି କରିଛନ୍ତି । ଏହି ସଲ୍ଟ ଫ୍ଲାଟ୍ଟିକୁ ଦେଖିଲେ ଲାଗିଥାଏ ଯେ ସତେ ଯେପରି ଆକାଶର ପ୍ରତିବିମ୍ବ ସୃଷ୍ଟି ହେଉଛି ।

ଏହି ସଲ୍ଟ ଲେକ୍ ସମୁଦ୍ର ଦ୍ୱାରା ବେଷ୍ଟିତ ନୁହେଁ, ଏହା ସମ୍ପୂର୍ଣ୍ଣ ଭାବରେ ସ୍ଥଳଭାଗରେ ଅବସ୍ଥିତ । ସୋଲାର ଦି ଇଉନି ହେଲା ପୃଥିବୀ ସବୁଠାରୁ ବଡ଼ ସଲଟ୍ ଫ୍ଲାଟ୍, ଯାହା ୧୦ ହଜାର ୫୮୨ ବର୍ଗ କ୍ଷେତ୍ରରେ ପରିବେଷ୍ଟିତ ।

ସେନୋଟ, ଅଣ୍ଡରଗ୍ରାଉଣ୍ଡ ନଚାୁରାଲ୍ ସ୍ପ୍ରିଙ୍ଗ୍ ଇନ୍ ମେକ୍ସିକୋ: ଏହା ପ୍ରକୃତିର ନିଜସ୍ୱ ସୃଷ୍ଟି ଓ ପ୍ରାକୃତିକ ଗନ୍ତାଘର ଅଟେ । ଏହି ସ୍ଥାନଟି ୟୁକେଟାନ୍ ମେକ୍ସିକୋରେ ଅବସ୍ଥିତ ।

ଏହିଠାରେ ଥିବା ଚୁନପଥରଗୁଡ଼ିକ ବାଡ଼େଇ ହୋଇ ମାଟି ତଳେ ଥିବା ଗରମ ପାଣିକୁ ଉପରକୁ ଆଣନ୍ତି । ୟୁକେଟାନ୍ରେ ୭୦୦୦ ସେନୋଟ୍ ଉଦ୍ଭାବନ ହୋଇଛି । ପ୍ରାଚୀନ ମାୟା ସଭ୍ୟତାର ଲୋକମାନେ ବଳିଦେବା ପାଇଁ ଏହାକୁ ବ୍ରବହାର କରୁଥିଲେ ।

ଦାର୍ଟି ଥଣ୍ଡର ଷ୍ଟର୍ମ: ଏହା ପ୍ରକୃତିର ନିଜସ୍ୱ ଉଦ୍ଭାବନ ଅଟେ । ଏହାକୁ ଜ୍ୱାଳାମୂଖୀ ଓ ବିଜୁଳିର ମିଳନ କୁହାଯାଏ । ଏହା ସେତେବେଳେ ହୁଏ, ଯେତେବେଳେ ବିଜୁଳି ଜ୍ୱାଳାମୂଖୀ ଉପରେ ପଡ଼େ ।

ବୈଜ୍ଞାନିକଙ୍କ ଦ୍ୱାରା ହୋଇଥିବା ଗବେଷଣାରୁ ଜଣାପଡ଼େ ଯେ, ବୈଦୁ୍ୟତିକ ଆକର୍ଷଣ ଉଦ୍ଭାବନ ହୁଏ । ଯେତେବେଳେ ପଥର, ପାଉଁଶ ଓ ବରଫ ଏକାଠି ବାଡ଼େଇ ହୁଅନ୍ତି ସେତେବେଳେ ଷ୍ଟାଟିକ୍ ଚାର୍ଜ ଉଦ୍ଭାବନ ହୁଏ । ଜ୍ୱାଳାମୂଖୀରେ ଥିବା ଏହି ଶକ୍ତି ବିଜୁଳି ଓ ଝଡ଼ବାତ୍ୟାକୁ ଆକୃଷ୍ଟ କରେ ।

ଘୋଷ୍ଟ ଟ୍ରି ଇନ୍ ପାକିସ୍ତାନ: ଏହି ଆଖିଦୃଶିଆ ଘଟଣାଟି ଏକ ଅକଳ୍ପନୀୟ ବନ୍ୟାର ଦୃଶ୍ୟ, ଯାହା ପାକିସ୍ତାନରେ ଘଟିଥିଲା । ଲକ୍ଷ ଲକ୍ଷ ମକଡ଼ି ଗଛ ଉପରକୁ ଚଢ଼ି ବନ୍ୟାଠାରୁ ନିଜକୁ ରକ୍ଷା କରିବା ପାଇଁ ଚେଷ୍ଟା କରିଥିଲେ ।

ସେମାନେ ନିଜକୁ ନିଜର ତିଆରି ଜାଲି ଦ୍ୱାରା ଆବଦ୍ଧ କରି ରଖିଥିଲେ । ବନ୍ୟା ପାଣି କମିବାକୁ ବହୁତ ଦିନ ଲାଗିଲା ଓ ମକଡ଼ିମାନେ ଗଛରେ ଯେଉଁ ଜାଲି ତିଆରି କରିଥିଲେ, ତାହା ଏକ ଭୂତ ଗଛ ପରି ଜଣାପଡୁଥିଲା ।

ଅଣ୍ଡର ୱାଟର ଫରେଷ୍ଟ ଇନ୍ କାଣ୍ଡି: ଏହା କାଜାକ୍ସ୍ତାନରେ ଅବସ୍ଥିତ । ଏହା ଆଲ୍ମାଟିଠାରୁ ୧୩୮ କି.ମି. ଦୂରରେ ଅବସ୍ଥିତ । ଏହା ୧୯୧୧ ମସିହା କେଭିନ୍ ଭୂମିକମ୍ପ ଦ୍ୱାରା ହୋଇ ଭୂସ୍ଖଳନର ପରିଣାମ । ଏହି ଭୂକମ୍ପଟି ୭୦୦ରୁ ଊଦ୍ଧ୍ୱର୍ ଘର ଭାଙ୍ଗିଥିଲା ।

ଏହି ଭୂସ୍ଖଳନ ଦ୍ୱାରା ଏକ ପ୍ରାକୃତିକ ଡ୍ୟାମ୍ ହୋଇଥିଲା । ସମୟ ସହ ବର୍ଷା ଓ ବନ୍ୟା ହେଲା, ଯାହା ଦ୍ୱାରା ଡ୍ୟାମ୍ର ଅନ୍ୟ ପଟେ ଥିବା ଜଙ୍ଗଲଟି ବୁଡ଼ିଗଲା ଓ ହ୍ରଦ ସୃଷ୍ଟି ହେଲା । ଏହି ହ୍ରଦରେ ଦେଖିବାକୁ ମିଳିଲା ଏକ ଅକଳ୍ପନୀୟ ଆବିଷ୍କାର । ତାହା ହେଉଛି ହ୍ରଦଟି ନୀଳ ରଙ୍ଗରେ ଚକ୍ଚକ୍ କରୁଥିବାର ଦୃଶ୍ୟ ।

Leave A Reply

Your email address will not be published.