ନିମାପଡ଼ା : ଆଜି ସକାଳେ ଏକ ମଲା ନଡିଆ ଗଛ ଉପରେ ପଡ଼ି ନିମାପଡ଼ା ଥାନା ରଟିଲୋ ଗ୍ରାମର ୨ ଜଣ ଯୁବକଙ୍କ ଅକାଳ ମୃତ୍ୟ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ପ୍ରକାଶ ଯେ, ରଟିଲୋ ଗ୍ରାମର ତୁଷାର କାନ୍ତ ବିଶ୍ଵାଳ(୩୦),ମିଥୁନ ପ୍ରଧାନ(୨୯) ଓ ବିଶ୍ୱ ରଞ୍ଜନ ଆଚାର୍ଯ୍ୟ (୩୦)ଏକ ବାଇକରେ ଆଙ୍କୁଶପୁରରୁ ଘରକୁ ଫେରୁଥିବା ବେଳେ ଚିତରା କେନାଲ ବନ୍ଧ ରାସ୍ତାରେ ଏକ ମଲା ନଡିଆ ଗଛ ଭାଙ୍ଗି ସେମାନଙ୍କ ଉପରେ ପଡିଥିଲା ।ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ପିପିଲି ଡାକ୍ତରଖାନା ନେଇଥିଲେ । ଡାକ୍ତର ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରିଥିଲେ ।ତେବେ ଡାକ୍ତର ତୁଷାର ଓ ମିଥୁନଙ୍କ ମୃତ୍ୟୁ ଘଟିଥିବା ପ୍ରକାଶ କରିଥିଲେ । ବିଶ୍ଵ ରଞ୍ଜନ ଗୁରୁତର ଆହତ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଏହି ଦୁଇ ଯୁବକଙ୍କ ଅକାଳ ବିୟୋଗକୁ ନେଇ ସ୍ଥାନୀୟ ଅଂଚଳରେ ଗଭୀର ଶୋକର ଛାୟା ଖେଳି ଯାଇଛି