Odisha news

ରାଜ୍ୟସ୍ତରୀୟ ବାରବାଟୀ କପ୍ କ୍ରିକେଟ,ଜୁଭେନାଇଲ ଚମ୍ପିଆନ

0

ନିମାପଡା,୧୦ା୧୨ା : ନିମାପଡା ବାରବାଟୀ ଗ୍ରାଉଣ୍ଡରେ ଚାଲିଥିବା ରାଜ୍ୟସ୍ତରୀୟ ବାରବାଟୀ କପ୍ ତଥା ୩ୟ ଟୁବୁଲି ମେମୋରିଆଲ କ୍ରିକେଟ ପ୍ରତିଯୋଗିତାର ଆଜି ଫାଇନାଲ ମ୍ୟାଚ ପ୍ରଗତି ସ୍ପୋଟିଂ ଭୁବନେଶ୍ୱର ଓ ଜୁଭେନାଇଲ କ୍ରକେଟ କ୍ଲବ କଟକ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ ପ୍ରଗତୀକୁ ୪ୱିକେଟରେ ହରାଇ ଜୁଭେନାଇଲ ଚାମ୍ପିଅନ ହୋଇଛି । ପ୍ରଗତି ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା । ପ୍ରଗତୀ ଦଳ ବ୍ୟାଟିଂ କରି ୨୯.୩ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୧୩୪ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ପୁରୁଷତମ ପ୍ରଧାନ ୨୪ ରନ ଓ ଆୟୁଶ ସୁତାର ୧୮ ରନ କରିଥିଲେ । ଜୁଭେନାଇଲ ବୋଲର ସାଶ୍ୱତ ମହାନ୍ତି ୬ ଓଭରରେ ୧୮ ରନ ଦେଇ ୩ଟି ମୂଲ୍ୟବାନ ୱିକେଟ ନେଇଥିବା ବେଳେ ଜ୍ଞାନ ରଂଜନ ୨ଟି ୱିକେଟ ନେବାରେ ସକ୍ଷ୍ୟମ ହୋଇଥିଲେ । ଏହାର ଜବାବରେ ଜୁଭେନାଇଲ ବ୍ୟାଟିଂ କରି ୨୫.୩ ଓଭର ଖେଳି ୬ଟି ୱିକେଟ ହରାଇ ବିଜୟ ପାଇଁ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ଦଳ ପକ୍ଷରୁ ସୁରଜ ମହାରଣା ୩୫ ବଲରୁ ସର୍ବାଧିକ ୩୯ ରନ ସଂଗ୍ରହ କରିଥିବା ବେଳେ ସାଶ୍ୱତ ମହାନ୍ତି ୩୯ ବଲରୁ ୩୪ ରନ ଦଳ ପାଇଁ ଯୋଡିଥିଲେ । ପତିପକ୍ଷ ବୋଲର ଆୟୁଶ ବାରିକ୨ଟି ୱିକେଟ ନେଇଥିଲେ । ଆଜିର ମ୍ୟାଚକୁ ନିର୍ମଳ ମିଶ୍ର ଓ ଆୟଶକାନ୍ତ ମିଶ୍ର ପରିଚାଳନା କରିଥିବା ବେଳେ ଅମୀୟ କୁମାର କାନୁନଗୋ ତୃତୀୟ ଅମ୍ପେୟାର ଦାୟିତ୍ୱ ତୁଲାଇଥିଲେ । ବିଜୟୀ ଜୁଭେନାଇଲ ଦଳର ଖେଳାଳି ସାଶ୍ୱତ ମହାନ୍ତି ମ୍ୟାନ ଅଫ୍ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସିରିଜ ବିବେଚିତ ହୋଇଥିଲେ । ସଂଧ୍ୟାରେ ଆୟୋଜିତ ପୁରସ୍କାର ବିତରଣୀ ଉସôବରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ସମୀର ରଂଜନ ଦାଶ,ସମ୍ମାନିତ ଅତିଥିଭାବେ ଶିକ୍ଷାବିତ୍ ବସନ୍ତ ମହାନ୍ତି,କ୍ଷୀରୋଦ କୁମାର ରାୟ ମହାପାତ୍ର,ବିଜୟ ପ୍ରସାଦ ମିଶ୍ର,ମିସ୍ ରୋସାଲିନା ନାୟକ ପ୍ରମୁଖ ଯୋଗ ଦେଇଥିଲେ । ବିଜୟୀ ଜୁଭେନାଇଲ ଦଳକୁ ଚମ୍ପିଆନ ଟ୍ରଫି ସହିତ ୫୦ ହଜାର ୧ଟଙ୍କା ପୁରସ୍କାର ଓ ରନର୍ସଅପ ଦଳକୁ ରନର୍ସଅପ ଟ୍ରଫି ସହିତ ୩୦ ହଜାର ୧ ଟଙ୍କା ପୁରସ୍କାର ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । (ଫଟୋ)

Govt
Leave A Reply