ଓଡ଼ିଶାରେ ୫ ରେଳ ପ୍ରକଳ୍ପର ବିକାଶ ହେଉଛି, ହେଲେ ବାଦାମପାହାଡ କେନ୍ଦୁଝର ରେଳ ପ୍ରକଳ୍ପ ଅବସ୍ଥାର କାୟା ବିସ୍ତାର କେବେ।
ପୀଚପୀଢ ୧୦/୧୨ଜ୍ୟ ସରକାରଙ୍କ ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ ଓଡ଼ିଶାରେ ୫ ଟି ରେଳ ପ୍ରକଳ୍ପ ଯଥା ଗୋପାଳପୁର ରେଢ଼ାଖୋଲ ନୂଆ ଲାଇନ୍,ନରାଜ ମାର୍ଥାପୁର -କାଇପଦର ରୋଡ଼ ନୂଆ ଲାଇନ୍,ବାଶ°ପାଣୀ-ବଡବିଲ ନୂଆ ଲାଇନ୍, ବରଗଡ଼ ରୋଡ଼ -ନୁଆପଡା ରୋଡ଼ ନୂଆ ଲାଇନ୍ ଓ ବୁରାମରା -ଚକୁଳିଆ କୁ ବିକଶିତ କରିବା ପାଇଁ ଚିହ୍ନଟ କରାଯାଇଥିବା ସମ୍ପର୍କରେ ରାଜ୍ୟସଭାରେ ପ୍ରଶାନ୍ତ ନନ୍ଦଙ୍କ ପ୍ରଶ୍ନର ଉତ୍ତରରେ ରେଳମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ରେଳପଥର ଶହ ଶହ କିଲୋମିଟର ରେଳ ଲାଇନ ହେବାକୁ ଯୋଜନା ଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର କିପରି ମୟୂରଭଞ୍ଜ ପରି ଏକ ଆଦିବାସୀ ବହୁଳ ଓ ଅନୁନ୍ନତ ଜିଲ୍ଲାର ବିକାଶ କଥା ଭୁଲି ବାଦାମପାହାଡ -କେନ୍ଦୁଝର ରେଳପଥର ସମ୍ପ୍ରସାରଣ କଥାକୁ ଅଣଦେଖା କରୁଛନ୍ତି ବୁଝା ପଡୁନାହିଁ।ବିଗତ ମାସରେ ରାଜ୍ୟ ସରକାର ଏହି ରେଳ ପ୍ରକଳ୍ପ ପାଇଁ ମାଗଣାରେ ଜମି ଦେବାପାଇଁ ରାଜି ହେଇଥିଲେ ମଧ୍ୟ ଏହି ପ୍ରକଳ୍ପ ଆଗେଇ ପାରୁନାହିଁ। ବାରମ୍ବାର ଏବିଷୟରେ ବିଭିନ୍ନ ସମୟରେ ପାଞ୍ଚପୀଢ଼ ବାସୀ ଦାବି କରୁଥିଲେ ମଧ୍ୟ ଏହାର କୌଣସି ପ୍ରତିକାର ନହେବା ଅତ୍ୟନ୍ତ ପରିତାପର ବିଷୟ। ପାଞ୍ଚପୀଢ଼ ବାସୀ କ’ଣ ରେଳରେ ବସି ପାରିବେ ନାହିଁ ନା ତାଙ୍କ ପାଇଁ ରେଳ ହେବ ଏକ ଦୁଃସ୍ୱପ୍ନ । ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏବିଷୟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ପାଞ୍ଚପୀଢ଼ ବାସୀ ପୁନର୍ବାର ନିବେଦନ କରୁଛନ୍ତି। ଏହି ଅବସରରେ ଆଜି ଅବସରପ୍ରାପ୍ତ ଇଞ୍ଜିନିୟର୍ ଶ୍ରୀ ତ୍ରିଲୋଚନ ସେଠୀଙ୍କ ସଭାପତିତ୍ବରେ କରଞ୍ଜିଆ ମଧୁ-ବାରିଷ୍ଟର୍ ମାର୍ଗ ନିକଟରେ ଅନୁଷ୍ଠିତ ଏକ ସଭାରେ “କରଞ୍ଜିଆ ରେଳପଥ କ୍ରିୟାନୁଷ୍ଠାନ କମିଟି” ର କାର୍ଯ୍ୟକର୍ତ୍ତା ଙ୍କର ଉପସ୍ଥିତିରେ କରଞ୍ଜିଆ ମଧ୍ୟ ଦେଇ ରେଳ ଚଳାଚଳ କରିବା ପାଇଁ ଦୃଢ ଦାବି ଉପସ୍ଥାପନ କରାଯାଇଛି ।ତେବେ ମୟୂରଭଞ୍ଜର ସମସ୍ତ ଉପଖଣ୍ଡ ଗୁଡିକରେ ସମାନ୍ତରାଳ ବିକାଶ ଆଧାରରେ ଖୁବ୍ ପଛରେ ପଡିଥିବା ପାଞ୍ଚପୀଢ ଉପଖଣ୍ଡକୁ ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ, ଅତିରିକ୍ତ ପରିବହନ କାର୍ଯ୍ୟାଳୟ ତଥା ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମେତ ଏକ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ନିମନ୍ତେ ମଧ୍ୟ ଦୃଢ଼ ଦାବି ରଖା ଯାଇଛି !ଏଥି ସହ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ, କଳକାରଖାନା ସ୍ଥାପନ ଓ ଅଣ-ସଂରକ୍ଷିତ ବର୍ଗଙ୍କ ପାଇଁ ୩ଟି ବିଧାୟକ ସିଟ୍ ର ବ୍ୟବସ୍ଥା କରିବାକୁ ସରକାରଙ୍କ ଠାରେ ଦୃଢ଼ ଦାବି ରଖା ଯାଇଛି।ପରିଶେଷରେ ମୟୂରଭଞ୍ଜ ର ମିଶ୍ରଣ ଚୁକ୍ତି କୁ ସାର୍ବଜନୀନ କରିବା ସହ ତାର ସମସ୍ତ ସର୍ତ୍ତ ପାଳନ କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦୃଢ଼ ଦାବି କରା ଯାଇଛି।ସଭାରେ ଅନ୍ୟ ମାନଙ୍କ ସହ ସିଦ୍ଧାର୍ଥ ରାୟ୍,ବ୍ରଜକିଶୋର ପଣ୍ଡା, ଭୀମସେନ ପାତ୍ର, ଜିତେନ୍ଦ୍ର ସାହୁ, ସୁବାଷ ହେମ୍ବ୍ରମ୍, ସଞ୍ଜୟ ସାହୁ ଓ ସଚ୍ଚିଦାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ !ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଦାବି ପୂରଣ ନ ହେଲେ ତୀବ୍ର ଆନ୍ଦୋଳନ ହେବ ବୋଲି ସମ୍ପାଦକ ଶ୍ରୀ ସଚ୍ଚିଦାନନ୍ଦ ଜଣାଇଛନ୍ତି