Odisha news

ବଡ଼ଚଣା କଂଗ୍ରେସ ପକ୍ଷରୁ ଜାନୁୟାରୀ ୧୨ରେ ବଡ଼ଚଣା ବନ୍ଦ

0

ଚାରି ଦଶନ୍ଧିର ଲଢେଇକୁ ଏବେ ପୁଣି ତୀବ୍ରତର କରିବାକୁ ଆସନ୍ତା ଜାନୁଆରୀ ୧୨ ତାରିଖରେ ୨୦ ହଜାର ଲୋକଙ୍କୁ ନେଇ ଏକ ବିଶାଳ ଜନ ଆନ୍ଦୋଳନର ଡାକରା ଦେଇଛନ୍ତି ବଡ଼ଚଣା କଂଗ୍ରେସ ନେତା କ୍ୟାପଟେନ ରାଜ ନାରାୟଣ ମହାପାତ୍ର l ଆଜି ଏକ ପ୍ରସ୍ତୁତି ବୈଠକ ମାଧ୍ୟମରେ ସମସ୍ତ ବଡ଼ଚଣାର ପ୍ରତିଟି ନାଗରିକ ମାନଙ୍କୁ ଏହି ଆନ୍ଦୋଳନ ରେ ଯୋଗଦେଇ ସଫଳ କରିବାକୁ ନିବେଦନ କରିଛନ୍ତି l ୧୯୭୩ ମସିହାରେ ଜଷ୍ଟିସ ରାଜ କିଶୋର ଦାସଙ୍କ ନେତୃତ୍ଵରେ ଉତ୍ତର କଟକ କିମ୍ବା ଚଣ୍ଡିଖୋଲ କୁ ଜିଲ୍ଲା ମାନ୍ୟତା ପାଇଁ ରାଜ୍ୟ ସରକାରଙ୍କୁ ଏକ ରିପୋର୍ଟ ପ୍ରଦାନ କରିଥିଲେ l ତାହା କାର୍ଯ୍ୟକାରୀ ନ ହେବାରୁ ୧୯୯୩ ମସିହାରେ ଏପ୍ରିଲ ମାସ ୨୪ – ୩୦ ତାରିଖ ପର୍ଯ୍ୟନ୍ତ ବରିଷ୍ଠ କଂଗ୍ରେସ ନେତା ସୀତାକାନ୍ତ ମହାପାତ୍ରଙ୍କ ନେତୃତ୍ବରେ ହଜାର ହଜାର ଲୋକ ୬ ଦିନ ଧରି ଧାରଣ ଦେଇଥିଲେ l ସେହି ସମୟରେ ଏକ ସ୍ମାରକ ପତ୍ର ଦେବା ପାଇଁ ଆନ୍ଦୋଳନକାରୀମାନେ ବଡ଼ଚଣା ଥାନାକୁ ଯାଉଥିବା ସମୟରେ ତତ୍କାଳୀନ ଯାଜପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେଶରାଜ ସିଂ ଏବଂ ତତ୍କାଳୀନ ଜିଲ୍ଲାପାଳ କାଶୀନାଥ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ବେଳେ ଲାଠି ଚାର୍ଜ କରାଯାଇଥିଲା ଯାହା ଫଳରେ ସହ ସହ ବଡ଼ଚଣା ବାସୀ ଆହତ ହୋଇଥିଲେ l ପରବର୍ତ୍ତୀ ସମୟରେ ୩୦ ଏପିଲ ୧୯୯୩ ମସିହାରେ ତତ୍କାଳୀନ ରାଜସ୍ୱ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକ ଚଣ୍ଡିଖୋଲ କୁ ସ୍ଵତନ୍ତ୍ର ମାନ୍ୟତା ପାଇଁ ସବଡିଭିଜନ ଘୋଷଣା କରିଥିଲେ ଯାହାକି ୧୯୯୩ ମସିହା ଅପ୍ରେଲ ୩୧ ତାରିଖରେ କାର୍ଯ୍ୟକାରି ହେବାକୁ ମଧ୍ଯ ଘୋଷଣା କରିଥିଲେ l ଉକ୍ତ ସଭାରେ ତତ୍କାଳୀନ ବିଧାୟକ ତଥା ବର୍ତ୍ତମାନର ବିଧାୟକ ଅମର ପ୍ରସାଦ ଶତପଥୀ ମଧ୍ଯ ଉପସ୍ଥିତ ଥିଲେ l ଦିର୍ଘ ଦିନ ବିତି ଯାଇଥିଲେ ମଧ୍ୟ ଏହାର ସୁଫଳ ବଡ଼ଚଣା ବାସୀ ପାଇବାରୁ ବଞ୍ଚିତ ହେଲେ l ୧୧. ୦୩.୨୦୦୫ ରେ ତତ୍କାଳୀନ ବଡ଼ଚଣା ବିଧାୟକ ସୀତାକାନ୍ତ ମହାପାତ୍ର ud ପ୍ରଶ୍ନ ସଂଖ୍ୟା ୧୬୯୨ ରେ ତତ୍କାଳୀନ ନଗର ଉନ୍ନୟନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପବିତ୍ର ବିଧାନସଭା ଗୃହରେ ଚଣ୍ଡିଖୋଲ ଛକ ଅଞ୍ଚଳକୁ ଏନଏସି ରେ ପରିଣତ କରିବା ପାଇଁ ପ୍ରଶ୍ନ ଉତ୍ତରରେ “ହଁ” ମାରିଥିଲେ, ତଦନୁଯାୟୀ ତତ୍କାଳୀନ ଜାଜପୁର ଜିଲ୍ଲାପାଳ ସୁଙ୍ଗୁଡା, ବଡ଼ଚଣା ଓ ଦର୍ପଣ ପଞ୍ଚାୟତ ଓ ଧର୍ମଶଳା ବ୍ଲକ ନେଉଳପୁର ଓ କଣ୍ଟିଗଡ଼ିଆ ଗ୍ରାମ ପଞ୍ଚାୟତର ସମସ୍ତ ରାଜସ୍ଵ ଗ୍ରାମକୁ ଚଣ୍ଡିଖୋଲ ଏନଏସି ଅଧୀନରେ ପରିସର ଭୁକ୍ତ କରି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ l ଯାହା ଅଦ୍ୟାବଧି କାର୍ଯ୍ୟକାରି ହୋଇ ପାରି ନାହିଁ l ତେବେ ଚଣ୍ଡିଖୋଲ କୁ କିପରି ଅଣଦେଖା କରାଯାଇଛି କହି ସୂଚନା ଦେଇଛନ୍ତି ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ନିରଞ୍ଜନ ସାହୁ l ଗତ ଏପ୍ରିଲ ମାସ ୨୮ ତାରିଖରେ ବଡ଼ଚଣା କଂଗ୍ରେସ ନେତା କ୍ୟାପଟେନ ରାଜ ନାରାୟଣ ମହାପାତ୍ର ଏକ ବିଶାଳ ଗଣଧାରଣା ଦେଇ ଚଣ୍ଡିଖୋଲ କୁ ଜିଲ୍ଲା ମାନ୍ୟତା ଦାବି କରିଥିଲେ l ନିକଟରେ ବିଧାନସଭାର ଏକ ପ୍ରଶ୍ନ ଉତ୍ତର ରେ ଚଣ୍ଡିଖୋଲ କୁ ଜିଲ୍ଲା ମାନ୍ୟତା ଦାବି ପ୍ରସ୍ତାବ ଆସିଥିବା ବିଭାଗୀୟ ମନ୍ତ୍ରୀ ଉତ୍ତର ରଖିଛନ୍ତି l ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ବିଶ୍ଵାଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ପ୍ରସ୍ତୁତି ବୈଠକରେ ମୁଖ୍ୟ ଅତିଥି ଭାବେ ବଡ଼ଚଣା କଂଗ୍ରେସ ନେତା କ୍ୟାପଟେନ ରାଜ ନାରାୟଣ ମହାପାତ୍ର ଯୋଗଦେଇ ଥିବା ବେଳେ ସତାଧିକ କଂଗ୍ରେସ କର୍ମୀ ଓ ନେତା ଉପସ୍ଥିତ ଥିଲେ l ଆସନ୍ତା ଜାନୁୟାରୀ ୧୨ ତାରିଖରେ ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆ, ବାଲିଚନ୍ଦ୍ରପୁର, ବାଲିକୁଦା ଓ ଚଣ୍ଡିଖୋଲ ଠାରେ ପ୍ରତିବାଦ କରାଯାଇ ବଡ଼ଚଣା ବନ୍ଦ ପାଳନ କରାଯିବା ନେଇ କଂଗ୍ରେସ ନେତାଏ କହିଛନ୍ତି

Govt
Leave A Reply