Odisha news

ଛତିଶଗଡ ବିଜେପି ବିଧାୟକ ଦଳ ନେତା ଶ୍ରୀ ବିଷ୍ଣୁ ଦେଓ ସାଏଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ରାଜ୍ୟ ସଭାପତି ମନମୋହନ ସାମଲ

0

ଭୁବନେଶ୍ୱର, ତା ୧୦/୧୨: ସଦ୍ୟସମାପ୍ତ ଛତିଶଗଡ ବିଧାନସଭା ନିର୍ବାଚନରେ ସବୁଦାୟ ୮୦ରୁ ୫୪ଟି ଆସନ ଦଖଲ କରିଛି ଭାରତୀୟ ଜନତା ପାର୍ଟି । ନବ ନିର୍ବାଚିତ ବିଧାୟକ ଦଳ ଦ୍ୱାରା କୁନ୍‌କୁରୀର ବିଧାୟକ ଏବଂ ଲୋକପ୍ରିୟ ଆଦିବାସୀ ନେତା ଶ୍ରୀ ବିଷ୍ଣୁ ଦେଓ ସାଏଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ ହୋଇଛନ୍ତି । ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ତାଙ୍କୁ ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି । ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ କୁଶଳ ମାର୍ଗଦର୍ଶନ ଏବଂ ଶ୍ରୀ ସାଏଙ୍କ ନେତୃତ୍ୱରେ ଛତିଶଗଡ ରାଜ୍ୟରେ ନୂତନ ମାନକ ସ୍ଥାପିତ ହେବ ବୋଲି ଶ୍ରୀ ସାମଲ ଦୃଢ଼ ଆଶା ବ୍ୟକ୍ତ କରିଛନ୍ତି ।

Govt
Leave A Reply