ଆଜିଠାରୁ ଆରମ୍ଭ ହେଉଛି ଭାରତ ବନାମ ଇଂଲଣ୍ଡ ଟି-20 କ୍ରିକେଟ ସିରିଜ
ଆୟାରଲାଣ୍ଡ ଠାରୁ ନିରାଶ ଜନକ ପ୍ରଦର୍ଶନ କରିଛି ଭାରତ
ଦେଖାଯାଉ ଟିମ୍ ଇଣ୍ଡିଆ ଇଂଲଣ୍ଡ ମାଟିରେ ଫେରୁଛିକି ଫର୍ମ କୁ ?
ନା ପୁନର୍ବାର କରିବ ସାମ୍ନା ପରାଜୟର ?
ଭାରତୀୟ ଦଳ ନିକଟରେ ଆୟାରଲ୍ୟାଣ୍ଡ ଗସ୍ତରେ ଟି 20 ସିରିଜ ରେ ନିରାଶଜନକ କ୍ଲିନ ସ୍ୱିପ ର ସାମ୍ନା କରିବାକୁ ପଡିଛି, ବର୍ତମାନ ଫର୍ମ କୁ ଫେରିବାକୁ ରହିଛି ସୁବର୍ଣ ସୁଯୋଗ ଟିମ ଇଣ୍ଡିଆ ନିକଟରେ, ଯେଉଁଠି ସେ ସାମ୍ନା କରିବ ଇଂଲଣ୍ଡ କୁ, ଉଭୟ ଦଳ ଙ୍କ ମଧ୍ୟରେ ଜୁଲାଇ ୧ତାରିଖ ରୁ ଟି 20 ର ୫ଟି ମ୍ୟାଚ ଖେଳାଯିବ l
ଟି 20 ସିରିଜ ର ପ୍ରଥମ ମ୍ୟାଚ ବୁଧବାର ଜୁଲାଇ ୧ତାରିଖ ଦିନ ଚେଷ୍ଟର -ଲେ-ଷ୍ଟ୍ରିଟ ର ରିଭର ସାଇଡ ଗ୍ରାଉଣ୍ଡ ରେ ଖେଳାଯିବ, ଭାରତ ଏହି ସିରିଜ ରେ ଆୟାରଲ୍ୟାଣ୍ଡ ବିରୁଦ୍ଧରେ ୨ -୦ ରେ ପରାଜୟ ଲାଭକରି ମୈଦାନ କୁ ଓଲ୍ହାଇବ l ଅନ୍ୟପକ୍ଷରେ ମଧ୍ୟ ଇଂଲଣ୍ଡ ଦଳ ଏହି ମୁକାବିଲା କୁ ଉତ୍ସାହ ର ସହିତ ଅପେକ୍ଷା କରିଥିଲା, ଉଭୟ ଦଳଙ୍କ ସାମ୍ନା ICC ଟି-20 ୱାର୍ଲଡ କପ ର ସେମିଫାଇନାଲ ରେ ହୋଇଥିଲା, ଉକ୍ତ ମ୍ୟାଚ ରେ ଟିମ ଇଣ୍ଡିଆ ଇଂଲଣ୍ଡ କୁ ହରାଇ ଫାଇନାଲ କୁ ଟିକଟ କାଟିଥିଲା , ତେଣୁ ବର୍ତମାନ ଦେଖିବାର ଅଛି ଇଂଲଣ୍ଡ ଦଳ ନିଜ ଘରୋଇ ମୈଦାନ ରେ ଉକ୍ତ ୱାର୍ଲଡ କପ ରେ ପରାଜୟର ପ୍ରତିଶୋଧ ନେବାକୁ ମୈଦାନ କୁ ଓଲ୍ହାଇବ l
କଣ ରହିଛି ଭାରତ ବନାମ ଇଂଲଣ୍ଡ ର ଖେଳ ସୂଚୀ –
– ପ୍ରଥମ ଟି-20 ମ୍ୟାଚ – ରିଭର ସାଇଡ ଗ୍ରାଉଣ୍ଡ, ଚେଷ୍ଟର -ଲେ-ଷ୍ଟ୍ରିଟ
– ଦ୍ଵିତୀୟ ଟି-20 ମ୍ୟାଚ – ଓଲଡ୍ ଟ୍ରେଫର୍ଡ , ମଞ୍ଚେଷ୍ଟର
– ତୃତୀୟ ଟି-20 ମ୍ୟାଚ – ଟ୍ରେଣ୍ତ ବ୍ରିଜ, ନୋଟିଂଘମ
– ଚତୁର୍ଥ ଟି-20 ମ୍ୟାଚ – କାଉଣ୍ଟି ଗ୍ରାଉଣ୍ଡ, ବ୍ରିଷ୍ଟଲ
– ପଞ୍ଚମ ଟି-20 ମ୍ୟାଚ ଖେଳାଯିବ – ରୋଜ ବାଉଲ , ସାଉଥମ୍ପଟନ
ସୂଚନା ଯୋଗ୍ୟ ଯେ ପ୍ରଥମ, ତୃତୀୟ ଓ ଚତୁର୍ଥ ଟି-20 ମ୍ୟାଚ ରାତି ୧୦ ଟା ସମୟରେ ଆରମ୍ଭ ହେବ, ଦ୍ଵିତୀୟ ଓ ପଞ୍ଚମ ଟି-20 ମ୍ୟାଚ ସନ୍ଧ୍ୟା ୭ଟା ରେ ଆରମ୍ଭ ହେବ, ଭାରତ ଓ ଇଂଲଣ୍ଡ ମଧ୍ୟରେ ମୁକାବିଲା ର ଲାଇଭ ସ୍ଟ୍ରିମିଙ୍ଗ Sony LIV ଆପ ଓ ୱେବସାଇଡ ରେ ହେବ, ଯେବେକି ଏହି ପାଞ୍ଚଟି ମ୍ୟାଚ ର ସିଧାପ୍ରସାରଣ ସୋନି ସ୍ପୋର୍ଟସ ନେଟ ୱାର୍କ ରେ କରାଯିବ l
ଭାରତୀୟ ଦଳ ଆୟାରଲ୍ୟାଣ୍ଡ ନିକଟରୁ ପରାଜୟ ପରେ ଫର୍ମ କୁ ଆସିବାକୁ ଚେଷ୍ଟା କରିବ, ଅନ୍ୟପକ୍ଷରେ ଇଂଲଣ୍ଡ ଦଳ ମଧ୍ୟ ନିଜ ଘରୋଇ ଗ୍ରାଉଣ୍ଡ ରେ ଭାରତକୁ ପରାଜୟ କରିବା ପାଇଁ ମୈଦାନ କୁ ଓଲ୍ହାଇବ, ଏହି ସିରିଜ ଖୁବ ରୋମାଞ୍ଚକ ଭରା ରହିବ,ଖାଲି ଦେଖିବାକୁ ଅପେକ୍ଷା ରହିଲା ଟିମ ଇଣ୍ଡିଆ ନିଜ ଫର୍ମ କୁ ଫେରୁଛି ନା ନାହିଁ ?
